ବଡ଼ଚଣା ଦେଖିପାରେ ଅମର ଲଢ଼େଇ

ଚଣ୍ଡିଖୋଲ,୨୩ା୨(ପ୍ରଦୀପ୍ତ କୁମାର ପୃଷ୍ଟି):ଯାଜପୁର ଜିଲାର ବଡ଼ଚଣା ବିଧାନସଭା କ୍ଷେତ୍ରରୁ କିଏ କେଉଁ ଦଳରୁ ଟିକେଟ ପାଇବେ ତାହାକୁ ନେଇ ଅଙ୍କକଷା ଚାଲିଛି। କାରଣ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସେଥିମଧ୍ୟରୁ ବିଜେଡି ଟିକେଟ ପାଇଁ ବେଶି ଧାଉଁଛନ୍ତି। ବର୍ତ୍ତମାନ ବିଧାୟକ ଅଛନ୍ତି ବିଜେଡିର ଅମର ପ୍ରସାଦ ଶତପଥୀ। ସେ ୧୯୯୦, ୧୯୯୫, ୨୦୦୦, ୨୦୦୯, ୨୦୧୪ ଓ ୨୦୧୯ରେ ନିର୍ବାଚିତ ହୋଇ ୬ ଥର ବିଧାୟକ ହେବାର ରେକର୍ଡ ସୃଷ୍ଟି କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର ୧୯୮୦, ୧୯୮୫ ଏବଂ ପରେ ୨୦୦୪ରେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ।
ନବକୃଷ୍ଣ ଚୌଧୁରୀ ପ୍ରଥମେ ଏହି ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସୀତାକାନ୍ତ ମହାପାତ୍ର ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ସ୍ବାସ୍ଥ୍ୟମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନର ବିଧାୟକ ଅମର ପ୍ରସାଦ ଶତପଥୀ ୨୦୦୦ରେ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିରେ କୃଷି ମନ୍ତ୍ରୀ ଓ ପରେ ମୁଖ୍ୟ ସଚେତକ ପଦବୀ ମଣ୍ଡନ କରିଥିଲେ। ଆଗମୀ ନିର୍ବାଚନ ପାଇଁ ବର୍ତ୍ତମାନର ବିଧାୟକ ଶତପଥୀ ବିଜେଡି ଟିକେଟ ଲବିରେ ରହିଥିବା ବେଳେ ତାଙ୍କ ପୁଅ ତଥା ‘ଟିମ୍‌ ବଡ଼ଚଣା’ର ସଭାପତି ଅଦ୍ୱିତୀୟ ଶତପଥୀ ମଧ୍ୟ ଯୁବ ନେତୃତ୍ୱ ଭାବରେ ଆଶାୟୀ ଥିବା ଜଣାପଡ଼ିଛି। ୨୦୧୯ରେ କଂଗେସ ଦଳ ଛାଡ଼ି ବିଜେଡିରେ ଯୋଗଦେଇଥିବା ଜନ୍ମେଜୟ ଲେଙ୍କା ଦଳୀୟ ଟିକେଟ ପାଇଁ ଲବିରେ ଅଛନ୍ତି। ସେ ବିଭିନ୍ନ ସମୟରେ କର୍ମୀ ସମ୍ମିଳନୀ ଜରିଆରେ ପତିଆରା ଜାହିର ପାଇଁ ଉଦ୍ୟମ କରୁଛନ୍ତି।
ଭାଜପା ପକ୍ଷରୁ ଗତ ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ଅମର ନାୟକ ଚଳିତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ପୁଣି ଆଶା ବାନ୍ଧି ‘ଗୃହ ସମ୍ପର୍କ’ ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ନେତୃତ୍ୱକୁ ବିରୋଧ କରି ଗତ ୧୧ ତାରିଖରେ ଛତିଆଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଜପାର ପୂର୍ବତନ ପ୍ରାର୍ଥୀ ସିମନ୍ତିନୀ ଜେନାଙ୍କ ଯୋଗଦାନ ସୂଚାଇ ଦେଇଛି ଯେ ସେ ଆଶାରେ ଅଛନ୍ତି। ସେହିଭଳି ସମର କେତନ ଲେଙ୍କା ଆଶାୟୀ ଥିବା ଜଣାପଡ଼ିଛି।
କଂଗ୍ରେସର ବର୍ତ୍ତମାନର ପିସିସି ସମ୍ପାଦକ ତଥା ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜ ନାରାୟଣ ମହାପାତ୍ର ସଙ୍ଗଠନ କରି ଆଗାମୀ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଗତ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିବା ଅଜୟ କୁମାର ସାମଲ ମଧ୍ୟ ଦୌଡ଼ରେ ରହିଛନ୍ତି।
ଅତୀତକୁ ଦେଖିଲେ, ବଡ଼ଚଣା ବ୍ୟତୀତ ଅନ୍ୟ ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କୁ ଏଠାକାର ଭୋଟର ଗ୍ରହଣ କରିନାହାନ୍ତି। ତା’ର ଦୃଷ୍ଟାନ୍ତ ୨୦୦୪ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ବିଜେଡି ପକ୍ଷରୁ ଗୌତମ ରାୟଙ୍କୁ ଯାଜପୁରରୁ ଆଣି ଏଠାରେ ପ୍ରାର୍ଥୀ କରାଯିବା ଯୋଗୁ ଯାଜପୁର ଜିଲାରେ ଏହି ଆସନଟି ବିଜେଡି ହାତରୁ ଖସି ଯାଇଥିଲା। ଫଳରେ କଂଗ୍ରେସର ସୀତାକାନ୍ତ ମହାପାତ୍ର ସେତେବେଳେ ବିଜୟୀ ହୋଇଥିଲେ। ୨୦୦୯ ନିର୍ବାଚନରେ ଏନ୍‌ସିପିରୁ ପ୍ରାର୍ଥୀ ହୋଇ ଅମର ଶତପଥୀ କଂଗ୍ରେସର ସୀତାକାନ୍ତ ମହାପାତ୍ରଙ୍କୁ ହରାଇଥିଲେ। ସ୍ବାଧୀନ ପ୍ରାର୍ଥୀ ଜନ୍ମେଜୟ ଲେଙ୍କା ୨୫,୪୦୯ ଖଣ୍ଡ ଭୋଟ ପାଇଥିବାବେଳେ ଭାଜପା ପ୍ରାର୍ଥୀ ପବିତ୍ର ମୋହନ ସାମନ୍ତରାୟ ମାତ୍ର ୨,୬୩୩ ଖଣ୍ଡ ଭୋଟ ପାଇଥିଲେ। ସେହିଭଳି ୨୦୧୪ ନିର୍ବାଚନରେ ବିଜେଡିର ଅମର ପ୍ରସାଦ ଶତପଥୀ ବିଜୟୀ ହୋଇଥିଲେ। ସେ କଂଗ୍ରେସର ଜନ୍ମେଜୟ ଲେଙ୍କାଙ୍କୁ ହରାଇଥିଲେ। ସେତେବେଳେ ସ୍ବାଧୀନ ପ୍ରାର୍ଥୀ ଅମର ନାୟକ ୨୬,୨୬୦ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ସିମନ୍ତିନୀ ଜେନା ୩,୫୬୪ ଭୋଟ ପାଇଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜେଡିର ଅମର ପ୍ରସାଦ ଶତପଥୀ ବିଜୟୀ ହୋଇଥିଲେ। ସେ ୬୪,୦୮୪ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପାର ଅମର ନାୟକ ୬୨, ୫୯୯ ଭୋଟ ପାଇଥିଲେ। କଂଗ୍ରେସର ଅଜୟ କୁମାର ସାମଲ ପାଇଥିଲେ ମାତ୍ର ୯,୩୨୨ ଭୋଟ। ଦେଖିବାକୁ ଗଲେ ପ୍ରତ୍ୟେକ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଏଠାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ବିଜୟୀ ହୋଇ ପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ୍‌ ପ୍ରଣାଳୀ ଖୋଲ, ନ ହେଲେ ଧ୍ୱଂସ କରିଦେବୁ: ଇରାନ୍‌କୁ ଟ୍ରମ୍ପଙ୍କ ଖୋଲା ଚେତାବନୀ

ଓ୍ବାଶିଂଟନ୍‌,୨୩ା୩(ରଏଟର୍ସ):ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ବେଳକୁ ବେଳ ବଢ଼ି ଚାଲିଥିଲାବେଳେ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ତୈଳ ପରିବହନ ପ୍ରସଙ୍ଗ ଉଭୟ ପକ୍ଷଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି।…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri