ବଡ଼ଚଣା ଦେଖିପାରେ ଅମର ଲଢ଼େଇ

ଚଣ୍ଡିଖୋଲ,୨୩ା୨(ପ୍ରଦୀପ୍ତ କୁମାର ପୃଷ୍ଟି):ଯାଜପୁର ଜିଲାର ବଡ଼ଚଣା ବିଧାନସଭା କ୍ଷେତ୍ରରୁ କିଏ କେଉଁ ଦଳରୁ ଟିକେଟ ପାଇବେ ତାହାକୁ ନେଇ ଅଙ୍କକଷା ଚାଲିଛି। କାରଣ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସେଥିମଧ୍ୟରୁ ବିଜେଡି ଟିକେଟ ପାଇଁ ବେଶି ଧାଉଁଛନ୍ତି। ବର୍ତ୍ତମାନ ବିଧାୟକ ଅଛନ୍ତି ବିଜେଡିର ଅମର ପ୍ରସାଦ ଶତପଥୀ। ସେ ୧୯୯୦, ୧୯୯୫, ୨୦୦୦, ୨୦୦୯, ୨୦୧୪ ଓ ୨୦୧୯ରେ ନିର୍ବାଚିତ ହୋଇ ୬ ଥର ବିଧାୟକ ହେବାର ରେକର୍ଡ ସୃଷ୍ଟି କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର ୧୯୮୦, ୧୯୮୫ ଏବଂ ପରେ ୨୦୦୪ରେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ।
ନବକୃଷ୍ଣ ଚୌଧୁରୀ ପ୍ରଥମେ ଏହି ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସୀତାକାନ୍ତ ମହାପାତ୍ର ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ସ୍ବାସ୍ଥ୍ୟମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନର ବିଧାୟକ ଅମର ପ୍ରସାଦ ଶତପଥୀ ୨୦୦୦ରେ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିରେ କୃଷି ମନ୍ତ୍ରୀ ଓ ପରେ ମୁଖ୍ୟ ସଚେତକ ପଦବୀ ମଣ୍ଡନ କରିଥିଲେ। ଆଗମୀ ନିର୍ବାଚନ ପାଇଁ ବର୍ତ୍ତମାନର ବିଧାୟକ ଶତପଥୀ ବିଜେଡି ଟିକେଟ ଲବିରେ ରହିଥିବା ବେଳେ ତାଙ୍କ ପୁଅ ତଥା ‘ଟିମ୍‌ ବଡ଼ଚଣା’ର ସଭାପତି ଅଦ୍ୱିତୀୟ ଶତପଥୀ ମଧ୍ୟ ଯୁବ ନେତୃତ୍ୱ ଭାବରେ ଆଶାୟୀ ଥିବା ଜଣାପଡ଼ିଛି। ୨୦୧୯ରେ କଂଗେସ ଦଳ ଛାଡ଼ି ବିଜେଡିରେ ଯୋଗଦେଇଥିବା ଜନ୍ମେଜୟ ଲେଙ୍କା ଦଳୀୟ ଟିକେଟ ପାଇଁ ଲବିରେ ଅଛନ୍ତି। ସେ ବିଭିନ୍ନ ସମୟରେ କର୍ମୀ ସମ୍ମିଳନୀ ଜରିଆରେ ପତିଆରା ଜାହିର ପାଇଁ ଉଦ୍ୟମ କରୁଛନ୍ତି।
ଭାଜପା ପକ୍ଷରୁ ଗତ ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ଅମର ନାୟକ ଚଳିତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ପୁଣି ଆଶା ବାନ୍ଧି ‘ଗୃହ ସମ୍ପର୍କ’ ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ନେତୃତ୍ୱକୁ ବିରୋଧ କରି ଗତ ୧୧ ତାରିଖରେ ଛତିଆଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଜପାର ପୂର୍ବତନ ପ୍ରାର୍ଥୀ ସିମନ୍ତିନୀ ଜେନାଙ୍କ ଯୋଗଦାନ ସୂଚାଇ ଦେଇଛି ଯେ ସେ ଆଶାରେ ଅଛନ୍ତି। ସେହିଭଳି ସମର କେତନ ଲେଙ୍କା ଆଶାୟୀ ଥିବା ଜଣାପଡ଼ିଛି।
କଂଗ୍ରେସର ବର୍ତ୍ତମାନର ପିସିସି ସମ୍ପାଦକ ତଥା ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜ ନାରାୟଣ ମହାପାତ୍ର ସଙ୍ଗଠନ କରି ଆଗାମୀ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଗତ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିବା ଅଜୟ କୁମାର ସାମଲ ମଧ୍ୟ ଦୌଡ଼ରେ ରହିଛନ୍ତି।
ଅତୀତକୁ ଦେଖିଲେ, ବଡ଼ଚଣା ବ୍ୟତୀତ ଅନ୍ୟ ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କୁ ଏଠାକାର ଭୋଟର ଗ୍ରହଣ କରିନାହାନ୍ତି। ତା’ର ଦୃଷ୍ଟାନ୍ତ ୨୦୦୪ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ବିଜେଡି ପକ୍ଷରୁ ଗୌତମ ରାୟଙ୍କୁ ଯାଜପୁରରୁ ଆଣି ଏଠାରେ ପ୍ରାର୍ଥୀ କରାଯିବା ଯୋଗୁ ଯାଜପୁର ଜିଲାରେ ଏହି ଆସନଟି ବିଜେଡି ହାତରୁ ଖସି ଯାଇଥିଲା। ଫଳରେ କଂଗ୍ରେସର ସୀତାକାନ୍ତ ମହାପାତ୍ର ସେତେବେଳେ ବିଜୟୀ ହୋଇଥିଲେ। ୨୦୦୯ ନିର୍ବାଚନରେ ଏନ୍‌ସିପିରୁ ପ୍ରାର୍ଥୀ ହୋଇ ଅମର ଶତପଥୀ କଂଗ୍ରେସର ସୀତାକାନ୍ତ ମହାପାତ୍ରଙ୍କୁ ହରାଇଥିଲେ। ସ୍ବାଧୀନ ପ୍ରାର୍ଥୀ ଜନ୍ମେଜୟ ଲେଙ୍କା ୨୫,୪୦୯ ଖଣ୍ଡ ଭୋଟ ପାଇଥିବାବେଳେ ଭାଜପା ପ୍ରାର୍ଥୀ ପବିତ୍ର ମୋହନ ସାମନ୍ତରାୟ ମାତ୍ର ୨,୬୩୩ ଖଣ୍ଡ ଭୋଟ ପାଇଥିଲେ। ସେହିଭଳି ୨୦୧୪ ନିର୍ବାଚନରେ ବିଜେଡିର ଅମର ପ୍ରସାଦ ଶତପଥୀ ବିଜୟୀ ହୋଇଥିଲେ। ସେ କଂଗ୍ରେସର ଜନ୍ମେଜୟ ଲେଙ୍କାଙ୍କୁ ହରାଇଥିଲେ। ସେତେବେଳେ ସ୍ବାଧୀନ ପ୍ରାର୍ଥୀ ଅମର ନାୟକ ୨୬,୨୬୦ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ସିମନ୍ତିନୀ ଜେନା ୩,୫୬୪ ଭୋଟ ପାଇଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜେଡିର ଅମର ପ୍ରସାଦ ଶତପଥୀ ବିଜୟୀ ହୋଇଥିଲେ। ସେ ୬୪,୦୮୪ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପାର ଅମର ନାୟକ ୬୨, ୫୯୯ ଭୋଟ ପାଇଥିଲେ। କଂଗ୍ରେସର ଅଜୟ କୁମାର ସାମଲ ପାଇଥିଲେ ମାତ୍ର ୯,୩୨୨ ଭୋଟ। ଦେଖିବାକୁ ଗଲେ ପ୍ରତ୍ୟେକ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଏଠାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ବିଜୟୀ ହୋଇ ପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ରାଜ୍ୟରେ ଡାକ୍ତର ମରୁଡ଼ି : ୫୨୪୮ ପଦବୀ ପୂରଣ ପାଇଁ…

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri