ଫ୍ରାନ୍ସରେ ଅଚଳାବସ୍ଥା ଆଶଙ୍କା

ପ୍ୟାରିସ୍‌,୯ା୭: ଫ୍ରାନ୍ସ ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ଫ୍ରାନ୍ସ ନିର୍ବାଚନରେ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ। ଭୋଟଗୁଡ଼ିକ ଲେଫ୍ଟ, ସେଣ୍ଟର ଏବଂ ଫାର୍‌ ରାଇଟ୍‌ ଦଳ ମଧ୍ୟରେ ଭାଗ ଭାଗ ହୋଇଯାଇଛି। ସରକାର ଗଢ଼ିବା ପାଇଁ କେହି ମ୍ୟାଜିକ୍‌ ନମ୍ବର ୨୮୯ ଛୁଇଁପାରି ନାହାନ୍ତି। ଫଳରେ ୟୁରୋପୀୟ ୟୁନିୟନର ଦ୍ୱିତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ଫ୍ରାନ୍ସରେ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫାକୁ ଅଗ୍ରାହ୍ୟ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଅସ୍ଥାୟୀ ଭାବେ ସରକାରର ମୁଖ୍ୟ ରହିବା ପାଇଁ ମାକରଁ ସୋମବାର ପରାମର୍ଶ ଦେଇଛନ୍ତି।
ଫଳାଫଳ କୌଣସି ଦଳ ସପକ୍ଷରେ ନ ଯିବା ପରେ ଫ୍ରାନ୍ସରେ ହିଂସାକାଣ୍ଡ ଦେଖାଦେଇଛି। ଲେଫ୍ଟ ଏବଂ ରାଇଟ୍‌ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଫ୍ରାନ୍ସର ରାଜରାସ୍ତା ଓ୍ବାର୍‌ ଜୋନ୍‌ରେ ପରିଣତ ହୋଇଛି। ମାକ୍ସ ପିନ୍ଧିଥିବା ବିକ୍ଷୋଭକାରୀମାନେ ରାସ୍ତାରେ ଧାଇଁବା ସହ ପୋଡ଼ାଜଳା କରୁଥିବା ଦେଖାଯାଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଉଦ୍ରମ ଚଳାଇଛି। ଯେଉଁ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ମାକଁର ଆଗୁଆ ନିର୍ବାଚନ ପାଇଁ ନିଷ୍ପତ୍ତି ନେଇଥିଲେ, ତାହା ଭୁଲ୍‌ ସାବ୍ୟସ୍ତ ହୋଇଛି। ପ୍ୟାରିସ୍‌ ଅଲିମ୍ପିକ୍ସକୁ ଆଉ ୩ ସପ୍ତାହରୁ କମ୍‌ ସମୟ ଥିବାବେଳେ ଖଣ୍ଡିତ ଜନାଦେଶକୁ ନେଇ ସରକାର ଅଡ଼ୁଆରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଗାବ୍ରିଏଲ୍‌ ଅଟ୍ଟଲ ସୋମବାର ସକାଳେ ଇସ୍ତଫା ଦେବାକୁ କହିଥିଲେ। ତେବେ ଦେଶର ସ୍ଥିରତା ସୁନିଶ୍ଚିତ କରିବା ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ରହିବା ନିମନ୍ତେ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତି ଭବନରେ ଅଟ୍ଟଲଙ୍କ ସହ ରାଜନୈତିକ ସହଯୋଗୀ ଦଳଗୁଡ଼ିକ ବୈଠକ କରିଥିଲେ। ମାକଁର ଅଚାନକ ନିର୍ବାଚନ ପାଇଁ ନିଷ୍ପତ୍ତି ନେବାରେ ଅଟ୍ଟଲ ସହମତ ନଥିଲେ ବୋଲି ରବିବାର କହିଥିଲେ। ପ୍ରଥମ ଦୁଇ ରାଉଣ୍ଡ ଭୋଟ ଗଣତି ପରେ ସରକାର ଗଢ଼ିବା ପାଇଁ ଲେଫ୍ଟିଷ୍ଟ ମେଣ୍ଟ, ମାକଁରଙ୍କ ସେଣ୍ଟ୍ରିଷ୍ଟ ଆଲିଆନ୍ସ କିମ୍ବା ଫାର୍‌ ରାଇଟ୍‌ କାହାକୁ ଆବଶ୍ୟକ ସଂଖ୍ୟା ମିଳି ନ ଥିଲା।
ଫ୍ରାନ୍ସ ପାର୍ଲାମେଣ୍ଟର ନିମ୍ନ ସଦନ ନ୍ୟାଶନାଲ ଆସେମ୍ବ୍ଲିର ୫୭୭ ଆସନ ପାଇଁ ଜୁନ୍‌ ୩୦ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ରବିବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା। ୪୯ ନିୟୁତରୁ ଊର୍ଦ୍ଧ୍ୱ ଭୋଟର ରାଜନୈତିକ ମତାଧିକାର ସାବ୍ୟସ୍ତ କରିଥିଲେ। ତେବେ କୌଣସି ଦଳ ମ୍ୟାଜିକ୍‌ ନମ୍ବର ୨୮୯ ଛୁଇଁପାରି ନାହାନ୍ତି। କଠୋରପନ୍ଥୀ ନ୍ୟାଶନାଲ ରାଲିକୁ ସରକାର ଗଠନ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଥିଲା। ତେବେ ନିର୍ବାଚନ ଫଳାଫଳ ସବୁ ଆକଳନକୁ ଭୁଲ୍‌ ପ୍ରମାଣତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri