ଏବେ ବି ଫେରୁଛନ୍ତି ପ୍ରବାସୀ

ଭଦ୍ରକ ଅଫିସ, ୧୩ା୭: ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯୪ ଛୁଇଁଛି।  ସରକାରୀ ଭାବେ ଜିଲାରେ ଜଣଙ୍କ ମୃତ୍ୟୁ ଘଟିଥିବା ଘୋଷଣା କରାଯାଇଥିବା ବେଳେ ବେସରକାରୀ ଭାବେ ଏହା ୨ ବୋଲି କୁହାଯାଉଛି। ମୁଖ୍ୟତଃ ଭଦ୍ରକ ଜିଲାକୁ ପଶ୍ଚିମବଙ୍ଗ ଫେରନ୍ତା କାଳ ସାଜିଛନ୍ତି। ପ୍ରଥମେ ଦିଲ୍ଲୀ ଫେରନ୍ତା ଓ ପରେ ପଶ୍ଚିମବଙ୍ଗ ଫେରନ୍ତା ଜିଲାବାସୀଙ୍କ ନିଦ ହଜାଇ ଦେଇଛନ୍ତି। ବର୍ତ୍ତମାନ ସଙ୍ଗରୋଧ ବାହାରୁ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ସରକାରୀ ଭାବେ ଘୋଷଣା ହୋଇଥିବା ମୃତକ ଜଣକ ଜଣେ ଘରୋଇ ଚିକିତ୍ସକ ହୋଇଥିବାରୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହେବାରେ ସମସ୍ୟା ଦେଖାଦେଇଛି। ରୋଗୀ ଦେଖା ରେଜିଷ୍ଟର୍‌ରେ ରୋଗୀଙ୍କ ନାମ ଉଲ୍ଲେଖ ହୋଇ ନ ଥିବାରୁ ଠିକ୍‌ ଭାବେ କଣ୍ଟାକ୍ଟ ଟ୍ରେସିଂ ହୋଇପାରୁ ନ ଥିବା ଦାୟିତ୍ୱରେ ଥିବା ଜଣେ ଡାକ୍ତର କହିଛନ୍ତି। ଏବେ ମଧ୍ୟ ଜିଲାକୁ ପ୍ରବାସୀ ଫେରୁଥିବା କାରଣରୁ ଜିଲା ପ୍ରଶାସନ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି।
ସରକାରୀ ରେକର୍ଡ଼ ମୁତାବକ ୩୮,୩୭୬ ହଜାର ପ୍ରବାସୀ ଜିଲାକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ମାତ୍ର ୧୧ହଜାର ସ୍ବାବ୍‌ ପରୀକ୍ଷା କରାଯାଇଛି। ଯେତେ ଅଧିକ ପରୀକ୍ଷା କରାଯାଉଛି ଆକ୍ରାନ୍ତଙ୍କ ସଂଖ୍ୟା ସେତେ ବୃଦ୍ଧି ପାଉଛି। ଜିଲାରେ ଥିବା ୧୫୯ ସଙ୍ଗରୋଧ କେନ୍ଦ୍ର(ଟିଏମ୍‌ସି)ରେ ଏବେ ମଧ୍ୟ ୩,୦୭୩ ଜଣ ପ୍ରବାସୀ ରହିଥିବା ସୂଚନା ମିଳିଛି। ଭଦ୍ରକ ବ୍ଲକର ୨୧ଟି କେନ୍ଦ୍ରରେ ୩୮୪, ବାସୁଦେବପୁର ବ୍ଲକର ୧୩ଟି କେନ୍ଦ୍ରରେ ୩୧୭, ଧାମନଗରର ୩୧ଟି କେନ୍ଦ୍ରରେ ୫୮୦, ଚାନ୍ଦବାଲିର ୨୭ଟି କେନ୍ଦ୍ରରେ ୫୪୭, ତିହିଡ଼ିର ୨୬ଟି କେନ୍ଦ୍ରରେ ୪୬୬, ବନ୍ତର ୧୧ଟି କେନ୍ଦ୍ରରେ ୩୯୯ ଏବଂ ଭଣ୍ଡାରିପୋଖରୀର ୨୩ଟି କେନ୍ଦ୍ରରେ ୨୬୦ ଜଣ ପ୍ରବାସୀ ରହୁଛନ୍ତି। ସେହିଭଳି ଭଦ୍ରକ ପୌରପାଳିକାର ୩ଟି କେନ୍ଦ୍ରରେ ୭୩, ବାସୁଦେବପୁର ପୌରପାଳିକାର ୨ଟି କେନ୍ଦ୍ରରେ ୧୬, ଚାନ୍ଦବାଲି ଏନ୍‌ଏସିରେ ଗୋଟିଏ କେନ୍ଦ୍ରରେ ୧୩ ଏବଂ ଧାମନଗର ଏନ୍‌ଏସିର ଗୋଟିଏ କେନ୍ଦ୍ରରେ ୧୮ଜଣ ପ୍ରବାସୀ ଏବେ ରହୁଛନ୍ତି। କେବଳ ଲକ୍ଷଣ ଥିବା ପ୍ରବାସୀଙ୍କ ସ୍ବାବ୍‌ ପରୀକ୍ଷା କରାଯାଉଥିବାରୁ ଅଳ୍ପ ସଂଖ୍ୟକ ରୋଗୀ ଚିହ୍ନଟ ହୋଇପାରୁଛନ୍ତି। ସରକାରୀସ୍ତରରେ ଯଦି ସମସ୍ତ ପ୍ରବାସୀଙ୍କ ପରୀକ୍ଷା କରାଯାଇ ପାରିଥାନ୍ତା ତେବେ ରୋଗୀ ଚିହ୍ନଟ ସୁବିଧାଜନକ ହୋଇପାରନ୍ତା ଓ ଲୋକାଲରୁ ଚିହ୍ନଟ ହୋଇପାରି ନ ଥାନ୍ତା ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

ଖଡ଼ି ଛୁଇଁଲେ ଛାତ୍ରୀଛାତ୍ର: ତୁମୁଡିବନ୍ଧରେ ବ୍ଲକସ୍ତରୀୟ ‘ପ୍ରବେଶ ଉତ୍ସବ’ ଓ ‘ବିଦ୍ୟା ବନ୍ତ ବିଦ୍ୟାର୍ଥୀ’ ସଚେତନତା ରଥ…

ତୁମୁଡିବନ୍ଧ, ୪ା୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ‘ପ୍ରବେଶ ଉତ୍ସବ’ ବା ‘ଖଡ଼ି ଛୁଆଁ’…

ଥୁଆମୁଳ ରାମପୁର ବିଦ୍ୟାଳୟରେ ଶିଶୁ ବାଟିକା ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ,ଶିକ୍ଷା ପ୍ରତି…

ଥୁଆମୁଳ ରାମପୁର, ୪ା୪ (ଦୁର୍ଗା କୀର୍ତ୍ତି): ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ଗୁଣାତ୍ମକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ସରକାରଙ୍କ ନୂତନ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟ ସ୍ତରରେ…

‘ଶିକ୍ଷା ସଚେତନତା ରଥ’ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri