ଘରେ ଦେଖାଦେଉଛି କି ଧନର ଅଭାବ.. ତୁରନ୍ତ ପରିତ୍ୟାଗ କରନ୍ତୁ ଏସବୁ ଅଭ୍ୟାସ

ନୀତିଶାସ୍ତ୍ରର ମହାନ ପଣ୍ଡିତ ହେଉଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ‘ଚାଣକ୍ୟ ନୀତି’ ଜରିଆରେ ଲୋକମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇଛନ୍ତି। କେଉଁଟି କରିବା ଠିକ୍‌, କେଉଁଟି ଭୁଲ ତାହା ଦର୍ଶାଇଛନ୍ତି। ସେଭଳି ଗୋଟିଏ ହେଲା ମା’ ଲକ୍ଷ୍ମୀଙ୍କ କୃପା ଲଭିବା ଅର୍ଥାତ ଧନର ଅଭାବ କେବେ ନ ହେବା।

ସେ କୁହନ୍ତି ମନୁଷ୍ୟର କିଛି ଅଭ୍ୟାସ ପାଇଁ ଲକ୍ଷ୍ମୀ ତାଙ୍କ ନିକଟରେ ବାସ କରନ୍ତି ନାହିଁ। ଜାଣନ୍ତୁ ସେ ସମ୍ପର୍କରେ..

– ଚାଣକ୍ୟ କୁହନ୍ତି, ମନୁଷ୍ୟକୁ ସର୍ବଦା ନିଜ ଆଚରଣ ଉପରେ ଧ୍ୟାନ ଦେବା ଜରୁରୀ। ଖରାପ ଆଚରଣ କରୁଥିବା ବ୍ୟକ୍ତି ନିକଟରେ ଲକ୍ଷ୍ମୀ ବାସ କରନ୍ତି ନାହିଁ। କାରଣ ଲକ୍ଷ୍ମୀ ସ୍ବଭାବରେ ଚଞ୍ଚଳ। ଏଥିପାଇଁ ସେ ଗୋଟିଏ ସ୍ଥାନରେ ବେଶି ସମୟ ରୁହନ୍ତି ନାହିଁ। ଏଣୁ ମନୁଷ୍ୟକୁ ସବୁ ପରିସ୍ଥିତି ଅନୁସାରେ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ। ଧନକୁ ସଞ୍ଚୟ କରିବା ଏବଂ ଉଚିତ ସ୍ଥାନରେ ବ୍ୟୟ କରିବା ଦରକାର। ଯଦି ଏପରି ନ କରନ୍ତି ଅସୁବିଧାରେ ପଡ଼ିପାରନ୍ତି।

– ମନୁଷ୍ୟକୁ କେବେ କାହାର ଅପମାନ କରିବା ଉଚିତ ନୁହେଁ। ଅପମାନ କରିବା ସ୍ବଭାବ ଥିବା ଲୋକ ଅପଯଶ ପାଇଥାଏ। ଆମ ଭିତରେ ସଦ୍‌ଭାବନା ଗୁଣ ରହିବା ଆବଶ୍ୟକ।

-ଲୋଭୀ ବ୍ୟକ୍ତିଙ୍କ ନିକଟରେ ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ ବୋଲି ଚାଣକ୍ୟ କୁହନ୍ତି। ଏହି କାରଣରୁ ଏଭଳି ସ୍ବଭାବ ଥିବା ମନୁଷ୍ୟ ସର୍ବଦା ଧନସମ୍ପତ୍ତି ପଛରେ ଦୌଡ଼ିଥାଏ। ସେ ସର୍ବଦା ଅନ୍ୟର ସଫଳତା ଦେଖି କଷ୍ଟ ପାଇଥାଏ।

– ମା ଲକ୍ଷ୍ମୀ ପରିଷ୍କାର ପରିଚ୍ଛନ୍ନତାକୁ ପସନ୍ଦ କରନ୍ତି। ଏଣୁ ଲୋକମାନେ ଅପରିଷ୍କାର ରହିଲେ, ପୋଷାକ ପିନ୍ଧିଲେ ତାଙ୍କ ଘରେ ଲକ୍ଷ୍ମୀ ବାସ କରି ନଥାନ୍ତି। ଅଳସୁଆ ଲୋକଙ୍କ ପାଖରେ ମଧ୍ୟ ଟଙ୍କାର ଅଭାବ ରହିଥାଏ ବୋଲି ଚାଣକ୍ୟ କୁହନ୍ତି।