ଜିଲାରେ ତୁରନ୍ତ ଶୀତଳ ଭଣ୍ଡାର ନିର୍ମାଣ କର

ଜଗତ୍‌ସିଂହପୁର ଅଫିସ, ୧୯।୨: ଜଗତ୍‌ସିଂହପୁର ଏକ କୃଷିପ୍ରଧାନ ଜିଲା। କିନ୍ତୁ ଜିଲାରେ ଶୀତଳଭଣ୍ଡାର ନ ଥିବାରୁ ଚାଷୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଅଭାବୀ ବିକ୍ରି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଉଛି। ଅର୍ଥାତ୍‌ ଉତ୍ପାଦିତ ପନିପରିବା ଓ ଫସଲର ଉଚିତ ମୂଲ୍ୟ ମିଳିପାରୁନାହିଁି। ଏନେଇ ଦୀର୍ଘବର୍ଷ ହେବ ଦାବି ହୋଇଆସୁଥିଲେ ସୁଦ୍ଧା କୌଣସି ଫଳ ମିଳୁନି। ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି-୬ର ସବ୍‌କମିଟି-୩ ଜଗତ୍‌ସିଂହପୁର ଜିଲା ଗସ୍ତରେ ଆସିଥିବାବେଳେ ଏହି ପ୍ରସଙ୍ଗ ପୁଣି ମୁଣ୍ଡ ଟେକିଛି।
ଏହି ଅବସରରେ ଜିଲାରେ ଯଥାଶୀଘ୍ର ଶୀତଳଭଣ୍ଡାର କରିବାକୁ ନିୟନ୍ତ୍ରିତ ବଜାର କମିଟି କର୍ମକର୍ତ୍ତାଙ୍କୁ ସବ୍‌କମିଟି ପକ୍ଷରୁ ପରାମର୍ଶ ଦିଆଯାଇଛି। କମିଟି ଅଧ୍ୟକ୍ଷ ତଥା ବିଧାୟକ ଅରବିନ୍ଦ ଢାଲିଙ୍କ ନେତୃତ୍ୱରେ ଆସିଥିବା ସଦସ୍ୟମାନେ ଜିଲାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଥିଲେ। ଏଥିସହ ତରଜଙ୍ଗା ପ୍ରାଥମିକ କୃଷି ସମବାୟ ସମିତି, ରାହାଡ଼ିଙ୍ଗାସ୍ଥିତ ଗୁରୁଶିଷ୍ୟ ପରମ୍ପରା ତାଲିମ କାର୍ଯ୍ୟକ୍ରମ ପଟ୍ଟଚିତ୍ର, ଆର୍‌ଟିଓ ଅଫିସ ଛକ ନିକଟ ବାସୁଦେବ ଶ୍ରୀ ଶାରଳା ବୁଣାକାର ସମବାୟ ସମିତି ସମେତ ଇଟାପୁର ସତ୍ୟନାରାୟଣ ପ୍ରଧାନ ଜଗନ୍ନାଥ ମହିଳା ସ୍ବୟଂ ସହାୟକ ଦଳ, ତରଜଙ୍ଗାର ଖୁଚୁରା ବିକ୍ରୟ କେନ୍ଦ୍ର ଓ ବାସୁଦେବ ଶ୍ରୀ ଶାରଳା ତନ୍ତୁବାୟ ସହଯୋଗ ସମିତି ପରିଦର୍ଶନ କରି ନାନା କଥା ବୁଝିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲା ଯୋଗାଣ ଅଧିକାରୀ ସୁଜାତା ମିଶ୍ର, ହସ୍ତତନ୍ତ ଓ ବୟନଶିଳ୍ପ ଉପନିର୍ଦ୍ଦେଶକ, ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ସମୀକ୍ଷା କରାଯାଇଥିଲା। କମିଟି ସଦସ୍ୟମାନେ ସମ୍ପୃକ୍ତ ବିଭାଗର ବିଭିନ୍ନ ଯୋଜନା ଓ ସାଧାରଣ ଲୋକଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ଜିଲାପାଳ ପାରୁଲ ପଟୁଓ୍ବାରୀ, ଅତିରିକ୍ତ ଜିଲାପାଳ ଚିନ୍ମୟୀ ବିଶ୍ୱାଳ ଓ ଉପଜିଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଯୋଗାଣ ଅଧିକାରୀ ଜିଲାରେ ୫୮୩ଟି ଖୁଚୁରା ବିକ୍ରୟକେନ୍ଦ୍ର ମଧ୍ୟରୁ ୪୪୪ଟି ବେସରକାରୀ ରିଟେଲରଙ୍କ ଦ୍ୱାରା ଚାଲିଥିବା କହିଥିଲେ। ଏହାବାଦ୍‌ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ୧୩୦, ଗ୍ରାମ ପଞ୍ଚାୟତ ୬ ଓ ସମବାୟ ସମିତି ଦ୍ୱାରା ପରିଚାଳିତ ୩ଟି ଖୁଚୁରା ବିକ୍ରୟ କେନ୍ଦ୍ର କାର୍ଯ୍ୟ କରୁଥିବା କହିଥିଲେ। ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନା, ଅନ୍ନପୂର୍ଣ୍ଣା, ପିଏଚ୍‌ଏଚ୍‌, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଅନୁସୂଚିତ ଜନଜାତି ଓ ଜାତି ହଷ୍ଟେଲର ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଥିବା ଚାଉଳ, ଗହମ ଓ କିରୋସିନ ଆଦି କିପରି ଦିଆଯାଉଛି ସେ ସମ୍ପର୍କରେ ସମୀକ୍ଷା କରିଥିଲେ। ଧାନ କ୍ରୟକେନ୍ଦ୍ର, ହସ୍ତଶିଳ୍ପ ବିଭାଗର କାପାସିଟି ବିଲ୍ଡିଂ, ଗୁରୁଶିଷ୍ୟ ପରମ୍ପରା ତାଲିମ କାର୍ଯ୍ୟକ୍ରମ, ମାର୍କେଟିଂ, କ୍ରାଫ୍ଟ ଭିଲେଜ, ଶିଳ୍ପୀ ଉନ୍ନତି ଯୋଜନା, ୱାର୍କ ଶେଡ୍‌ ନିର୍ମାଣ, ହାଣ୍ଡିକ୍ରାଫ୍ଟ ଟ୍ରେନିଂ ସ୍କୁଲ, ହସ୍ତତନ୍ତ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା, ଉତ୍ପାଦନ ସାମଗ୍ରୀ ଓ ବିକ୍ରୟ, ଉନ୍ନତିମୂଳକ ଯୋଜନା ଏବଂ ବୟନ ସମ୍ପର୍କରେ ସମୀକ୍ଷା କରିଥିଲେ। କମିଟି ସଦସ୍ୟ ତଥା ରଣପୁର ବିଧାୟକ ସୋସାଇଟି ଉନ୍ନତୀକରଣ କରିବା, ଫାର୍ମଶେଡ୍‌, ଖଳା ଓ ଶୀତଳଭଣ୍ଡାର ନିର୍ମାଣ ଉପରେ ପଦକ୍ଷେପ ନେବାକୁ ନିୟନ୍ତ୍ରିତ ବଜାର କମିଟି କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri