ଜିଲାରେ ତୁରନ୍ତ ଶୀତଳ ଭଣ୍ଡାର ନିର୍ମାଣ କର

ଜଗତ୍‌ସିଂହପୁର ଅଫିସ, ୧୯।୨: ଜଗତ୍‌ସିଂହପୁର ଏକ କୃଷିପ୍ରଧାନ ଜିଲା। କିନ୍ତୁ ଜିଲାରେ ଶୀତଳଭଣ୍ଡାର ନ ଥିବାରୁ ଚାଷୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଅଭାବୀ ବିକ୍ରି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଉଛି। ଅର୍ଥାତ୍‌ ଉତ୍ପାଦିତ ପନିପରିବା ଓ ଫସଲର ଉଚିତ ମୂଲ୍ୟ ମିଳିପାରୁନାହିଁି। ଏନେଇ ଦୀର୍ଘବର୍ଷ ହେବ ଦାବି ହୋଇଆସୁଥିଲେ ସୁଦ୍ଧା କୌଣସି ଫଳ ମିଳୁନି। ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି-୬ର ସବ୍‌କମିଟି-୩ ଜଗତ୍‌ସିଂହପୁର ଜିଲା ଗସ୍ତରେ ଆସିଥିବାବେଳେ ଏହି ପ୍ରସଙ୍ଗ ପୁଣି ମୁଣ୍ଡ ଟେକିଛି।
ଏହି ଅବସରରେ ଜିଲାରେ ଯଥାଶୀଘ୍ର ଶୀତଳଭଣ୍ଡାର କରିବାକୁ ନିୟନ୍ତ୍ରିତ ବଜାର କମିଟି କର୍ମକର୍ତ୍ତାଙ୍କୁ ସବ୍‌କମିଟି ପକ୍ଷରୁ ପରାମର୍ଶ ଦିଆଯାଇଛି। କମିଟି ଅଧ୍ୟକ୍ଷ ତଥା ବିଧାୟକ ଅରବିନ୍ଦ ଢାଲିଙ୍କ ନେତୃତ୍ୱରେ ଆସିଥିବା ସଦସ୍ୟମାନେ ଜିଲାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଥିଲେ। ଏଥିସହ ତରଜଙ୍ଗା ପ୍ରାଥମିକ କୃଷି ସମବାୟ ସମିତି, ରାହାଡ଼ିଙ୍ଗାସ୍ଥିତ ଗୁରୁଶିଷ୍ୟ ପରମ୍ପରା ତାଲିମ କାର୍ଯ୍ୟକ୍ରମ ପଟ୍ଟଚିତ୍ର, ଆର୍‌ଟିଓ ଅଫିସ ଛକ ନିକଟ ବାସୁଦେବ ଶ୍ରୀ ଶାରଳା ବୁଣାକାର ସମବାୟ ସମିତି ସମେତ ଇଟାପୁର ସତ୍ୟନାରାୟଣ ପ୍ରଧାନ ଜଗନ୍ନାଥ ମହିଳା ସ୍ବୟଂ ସହାୟକ ଦଳ, ତରଜଙ୍ଗାର ଖୁଚୁରା ବିକ୍ରୟ କେନ୍ଦ୍ର ଓ ବାସୁଦେବ ଶ୍ରୀ ଶାରଳା ତନ୍ତୁବାୟ ସହଯୋଗ ସମିତି ପରିଦର୍ଶନ କରି ନାନା କଥା ବୁଝିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲା ଯୋଗାଣ ଅଧିକାରୀ ସୁଜାତା ମିଶ୍ର, ହସ୍ତତନ୍ତ ଓ ବୟନଶିଳ୍ପ ଉପନିର୍ଦ୍ଦେଶକ, ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ସମୀକ୍ଷା କରାଯାଇଥିଲା। କମିଟି ସଦସ୍ୟମାନେ ସମ୍ପୃକ୍ତ ବିଭାଗର ବିଭିନ୍ନ ଯୋଜନା ଓ ସାଧାରଣ ଲୋକଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ଜିଲାପାଳ ପାରୁଲ ପଟୁଓ୍ବାରୀ, ଅତିରିକ୍ତ ଜିଲାପାଳ ଚିନ୍ମୟୀ ବିଶ୍ୱାଳ ଓ ଉପଜିଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଯୋଗାଣ ଅଧିକାରୀ ଜିଲାରେ ୫୮୩ଟି ଖୁଚୁରା ବିକ୍ରୟକେନ୍ଦ୍ର ମଧ୍ୟରୁ ୪୪୪ଟି ବେସରକାରୀ ରିଟେଲରଙ୍କ ଦ୍ୱାରା ଚାଲିଥିବା କହିଥିଲେ। ଏହାବାଦ୍‌ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ୧୩୦, ଗ୍ରାମ ପଞ୍ଚାୟତ ୬ ଓ ସମବାୟ ସମିତି ଦ୍ୱାରା ପରିଚାଳିତ ୩ଟି ଖୁଚୁରା ବିକ୍ରୟ କେନ୍ଦ୍ର କାର୍ଯ୍ୟ କରୁଥିବା କହିଥିଲେ। ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନା, ଅନ୍ନପୂର୍ଣ୍ଣା, ପିଏଚ୍‌ଏଚ୍‌, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଅନୁସୂଚିତ ଜନଜାତି ଓ ଜାତି ହଷ୍ଟେଲର ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଥିବା ଚାଉଳ, ଗହମ ଓ କିରୋସିନ ଆଦି କିପରି ଦିଆଯାଉଛି ସେ ସମ୍ପର୍କରେ ସମୀକ୍ଷା କରିଥିଲେ। ଧାନ କ୍ରୟକେନ୍ଦ୍ର, ହସ୍ତଶିଳ୍ପ ବିଭାଗର କାପାସିଟି ବିଲ୍ଡିଂ, ଗୁରୁଶିଷ୍ୟ ପରମ୍ପରା ତାଲିମ କାର୍ଯ୍ୟକ୍ରମ, ମାର୍କେଟିଂ, କ୍ରାଫ୍ଟ ଭିଲେଜ, ଶିଳ୍ପୀ ଉନ୍ନତି ଯୋଜନା, ୱାର୍କ ଶେଡ୍‌ ନିର୍ମାଣ, ହାଣ୍ଡିକ୍ରାଫ୍ଟ ଟ୍ରେନିଂ ସ୍କୁଲ, ହସ୍ତତନ୍ତ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା, ଉତ୍ପାଦନ ସାମଗ୍ରୀ ଓ ବିକ୍ରୟ, ଉନ୍ନତିମୂଳକ ଯୋଜନା ଏବଂ ବୟନ ସମ୍ପର୍କରେ ସମୀକ୍ଷା କରିଥିଲେ। କମିଟି ସଦସ୍ୟ ତଥା ରଣପୁର ବିଧାୟକ ସୋସାଇଟି ଉନ୍ନତୀକରଣ କରିବା, ଫାର୍ମଶେଡ୍‌, ଖଳା ଓ ଶୀତଳଭଣ୍ଡାର ନିର୍ମାଣ ଉପରେ ପଦକ୍ଷେପ ନେବାକୁ ନିୟନ୍ତ୍ରିତ ବଜାର କମିଟି କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri