ଭାରତର ବିକାଶ ହାର ହ୍ରାସ କଲା ଆଇଏମଏଫ୍‌…

ନୂଆଦିଲ୍ଲୀ,୧୧।୧୦ : ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଙ୍ଗଳବାର ଭାରତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପୂର୍ବାନୁମାନକୁ ୬.୮ପ୍ରତିଶତକୁ ହ୍ରାସ କରିଛି। ଏହା ସହିତ ଆଇଏମଏଫ ବିଶ୍ୱସ୍ତରୀୟ ଏଜେନ୍ସିରେ ମଧ୍ୟ ଯୋଗ ଦେଇଛି ଯେଉଁମାନେ ଭାରତର ଜିଡିପି ହାରର ପୂର୍ବାନୁମାନକୁ ହ୍ରାସ କରିଛନ୍ତି।

ଜୁଲାଇରେ ଆଇଏମଏଫ ୨୦୨୨ ମସିହା ଆର୍ଥିକ ବର୍ଷ ପାଇଁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୭.୪ ପ୍ରତିଶତରେ ବୃଦ୍ଧି ପାଇବ ବୋଲି ଆକଳନ କରିଥିଲା। ଏହି ପୂର୍ବାନୁମାନ ଚଳିତ ବର୍ଷ ଜାନୁଆରୀରେ ୬.୨ ପ୍ରତିଶତ ଆକଳନ ଠାରୁ ମଧ୍ୟ କମ ଥିଲା।

୨୦୨୧-୨୨ ଆର୍ଥିକ ବର୍ଷ ଏପ୍ରିଲ ୨୦୨୧ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ଭାରତର ଅଭିବୃଦ୍ଧି ହାର ୮.୭ପ୍ରତିଶତ ଥିଲା ।

ମଙ୍ଗଳବାର ପ୍ରକାଶିତ ବାର୍ଷିକ ବିଶ୍ୱଅର୍ଥନୈ ତିକ ଆଉଟଲୁକ ରିପୋର୍ଟରେ ଆଇଏମଏଫ କହିଛି ଯେ ୨୦୨୨ ମସିହାରେ ଭାରତର ଜିଡିପି ଅଭିବୃଦ୍ଧିର ସଂଶୋଧିତ ଆକଳନ ହେଉଛି ୬.୮ ପ୍ରତିଶତ। ସେହିପରି, ଜୁଲାଇ ମାସ ପାଇଁ ପୂର୍ବାନୁମାନ ୦.୬ ପ୍ରତିଶତ ପଏଣ୍ଟ ହ୍ରାସ କରାଯାଇଛି। ଦ୍ୱିତୀୟ ତ୍ରୟ ମାସରେ କମ୍ପାନୀଗୁଡିକର ଅପେକ୍ଷାକୃତ ଦୁର୍ବଳ ଫଳାଫଳ ଏବଂ ଦୁର୍ବଳ ବାହ୍ୟ ଚାହିଦା ହେତୁ ଆଇଏମଏଫ ଦ୍ୱାରା ଏହି ହ୍ରାସ କରାଯାଇଛି।

ଆଇଏମଏଫ ଦ୍ୱାରା ବିଶ୍ୱର ଅଭିବୃଦ୍ଧି ୨୦୨୧ ରେ ୬.୦ ପ୍ରତିଶତ, ୨୦୨୨ ରେ ୩.୨ ପ୍ରତିଶତ ଏବଂ ୨୦୨୩ରେ ୨.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ବିଶ୍ୱଆର୍ଥିକ ସଙ୍କଟ ଏବଂ କରୋନା ମହାମାରୀର ପର୍ଯ୍ୟାୟକୁ ବାଦ ଦେଇ୨୦୦୧ ଠାରୁ ଏହାକୁ ଦୁର୍ବଳ ଅଭିବୃଦ୍ଧିର ପୂର୍ବାନୁମାନ ବୋଲି କୁହାଯାଉଛି।

ଅର୍ଥନୈତିକ ଅଭିବୃଦ୍ଧିର ପୂର୍ବାନୁମାନ ପ୍ରକାଶ କରି ଆଇଏମଏଫ କହିଛି ଯେ ଏହି ଆକଳନଗୁଡିକ ବୃହତ ଅର୍ଥନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ଥରତାକୁ ଦର୍ଶାଉଛି। ୨୦୨୨ ର ପ୍ରଥମାର୍ଦ୍ଧରେ ଆମେରିକାର ଜିଡିପି ହ୍ରାସ ପାଇଥିଲା। ଏଥି ସହିତ ଦ୍ୱିତୀୟାର୍ଦ୍ଧରେ ୟୁରୋପୀୟ ୟୁନିଅନ ମଧ୍ୟ ପଛୁଆ ରହିଥିଲା। ଚାଇନାରେ ମଧ୍ୟ କରୋନା ଯୋଗୁ ଦୀର୍ଘ ଦିନ ଧରି ଲକଡାଉନ କାରଣରୁ ଅର୍ଥନୀତି ପ୍ରଭାବିତ ହୋଇଥିବା ଆଇଏମଏଫ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri