‘ମୁଁ ବାପା ହେବାକୁ ଯାଉଛି’

ମୁମ୍ବାଇ: ଆୟନ ମୁଖାର୍ଜୀଙ୍କ ସ୍ବପ୍ନର ପ୍ରୋଜେକ୍ଟ ‘ବ୍ରହ୍ମାସ୍ତ୍ର’ ବର୍ତ୍ତମାନ ମୁକ୍ତିଲାଭ କରିସାରିଛି। ଫିଲ୍ମକୁ ହିଟ୍‌ ମଧ୍ୟ ସାବ୍ୟସ୍ତ କରାଯାଇଛି। ଆୟନଙ୍କ ସହ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ‘ବ୍ରହ୍ମାସ୍ତ୍ର’ରେ ପାଞ୍ଚ ବର୍ଷରୁ ଅଧିକ ସମୟ କାଟିଛନ୍ତି। ରିଲିଜ ପୂର୍ବରୁ ମଧ୍ୟ ଏହ ୩ଜଣ ଫିଲ୍ମକୁ ଜୋରଦାର ପ୍ରମୋଟ କରିଥିଲେ। ଗର୍ଭାବସ୍ଥାରେ ମଧ୍ୟ ଆଲିଆ ଫିଲ୍ମକୁ କ୍ରମାଗତ ଭାବରେ ପ୍ରମୋଟ କରିଥିଲେ। ସୋସିଆଲ ମିଡିଆରେ ରଣବୀରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଆୟନ ମୁଖାର୍ଜୀଙ୍କ ଉପରେ ଭୀଷଣ ରାଗୁଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନେ ରଣବୀରଙ୍କୁ ପ୍ରଥମଥର ପାଇଁ ଏତେ କ୍ରୋଧିତ ଦେଖିଛନ୍ତି।

ହଲ୍‌ରେ ସଫଳତା ପରେ ବର୍ତ୍ତମାନ ‘ବ୍ରହ୍ମାସ୍ତ୍ର’ ଓଟିଟି ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଫିଲ୍ମର ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ଚାହୁଁଛନ୍ତି ଯେ ‘ବ୍ରହ୍ମାସ୍ତ୍ର’କୁ ପୁଣି ଥରେ ପ୍ରମୋଟ କରାଯାଉ। ତେଣୁ ଅଧିକରୁ ଅଧିକ ଲୋକ ଏହି ଫିଲ୍ମ ଦେଖିବେ। ଏହି ପ୍ରସଙ୍ଗରେ ରଣବୀର ରାଗିଯାଇ ଫୋନ୍‌ରେ କହୁଛନ୍ତି, ନା ଭାଇ, ହେଇଗଲା। ମୁଁ ବହୁତ କରିସାରିଛି। ମୁଁ ‘ବ୍ରହ୍ମାସ୍ତ୍ର’ର ପ୍ରମୋଟ କରିସାରିଛି। ‘ବ୍ରହ୍ମାସ୍ତ୍ର’ ଡିଜ୍‌ନି ପ୍ଲସ ହଟ୍‌ଷ୍ଟାରରେ ଆସୁଛି, ତେବେ ପ୍ରମୋଟର ମାନେ କ’ଣ?

ମୁଁ ବାପା ହେବାକୁ ଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି, ‘୧୫୦ ଡ୍ରୋନ୍‌ ଉଡ଼ାଇ ଦେଇଛି, ୨୫୦ ଲଡୁ ବାଣ୍ଟି ସାରିଛି। ବର୍ତ୍ତମାନ ମୁଁ କ’ଣ କରିବି, ସମସ୍ତଙ୍କ ଘରକୁ ଯିବି ଆଉ ହାତଯୋଡ଼ି କହିବି, ଲେଡିଜ ଏବଂ ଜେଣ୍ଟିଲମ୍ୟାନ ଆମର ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଦେଖିବାକୁ ଯାଆନ୍ତୁ। ଏହା ଜିଜ୍‌ନି ପ୍ଲସ୍‌ ହଟଷ୍ଟାରରେ ହାସୁଛି। ଦୟାକରି ଦେଖନ୍ତୁ। ପ୍ରମୋଟ ବ୍ୟତୀତ କ’ଣ ଅନ୍ୟ କିଛି କଥା ନାହିଁ। ମୁଁ ବାପା ହେବାକୁ ଯାଉଛି, ଏହା ମୋ ଜୀବନର ଏକ ବଡ଼ ମୁହୂର୍ତ୍ତ। ରଣବୀରଙ୍କ ଏପରି ରାଗ ଦେଖି ପ୍ରଶଂସକମାନେ ମଧ୍ୟ ଡରି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri