ଖଣିରୁ ବେଆଇନ ପଥର ଚୋରାଚାଲାଣ

କେନ୍ଦୁଝର,୨୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଷିପୁରା ତହସିଲ ଅନ୍ତର୍ଗତ ନୂଆବରିପାଳ, ଓସ୍ତପୁରା ଓ ଭୋଳନୂଆଗାଁ ପଥର ଖଣିରେ ବେଆଇନଭାବେ ପଥର ଚୋରାଚାଲାଣ ହେଉଛି। ନୀତିନିୟମ, ଆଇନ ଉଲଂଘନ କରି ଉଚ୍ଚକ୍ଷମତା ସମ୍ପନ୍ନ କ୍ରସର୍‌ ପ୍ରତିଷ୍ଠା କରି କ୍ରସିଂ କରାଯାଇ ବିକ୍ରି କରାଯାଉଛି। ଏ ନେଇ ମଙ୍ଗଳବାର ଭାଜପାର ଯୁବ ମୋର୍ଚ୍ଚାର ସଂଯୋଜକ ଯଜ୍ଞ ପ୍ରସାଦ ସାହୁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଜିଲାପାଳ ବିଶାଲ ସିଂହଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଅଭିଯୋଗ ମୁତାବକ, ନୂଆବରିପାଳ ପଥର ଖଣିରୁ ଏକ ସଂସ୍ଥା ପ୍ରତିଦିନ ଅନୁମୋଦିତ ପରିମାଣଠାରୁ ପ୍ରାୟ ୧୦ ଗୁଣା ଅଧିକ ପଥର ଉତ୍ତୋଳନ କରି ଚୋରାରେ ବିକ୍ରି କରୁଛି। ଅନ୍ୟପକ୍ଷେ ସରକାରୀ ତଥ୍ୟ ଅନୁଯାୟୀ ଏହି ଖଣିଟି କାର୍ଯ୍ୟକ୍ଷମ ନାହିଁ। ଯାହା ସମସ୍ତଙ୍କୁ ଚକିତ କରିଛି। ସେହିପରି ଓସ୍ତପୁରା ଓ ଭୋଳନୂଆଗାଁ ପଥର ଖଣିରୁ ଅନୁମୋଦିତ ପରିମାଣଠାରୁ ପ୍ରାୟ ୧୫ ଗୁଣ ଅଧିକ ପଥର ଉତ୍ତୋଳନ କରି ସମ୍ପୃକ୍ତ ପଟ୍ଟାଦାର ଚୋରାରେ ବିକ୍ରି କରି ଚାଲିଥିବା ଅଭିଯୋଗ କରିଛି। ଏଭଳି ବେଆଇନ ଖନନ ଯୋଗୁ ପ୍ରାୟ ୭୦୦ କୋଟି ଟଙ୍କା ରାଜସ୍ବ କ୍ଷତି ହୋଇଛି। ଏ ସମ୍ପର୍କିତ ସମସ୍ତ ପ୍ରାମାଣିକ ତଥ୍ୟ ଉପଗ୍ରହ ଚିତ୍ରକୁ ଅନୁଧ୍ୟାନ କଲେ ଜଣାପଡ଼ିବ ବୋଲି କୁହାଯାଇଛି। ପୂର୍ବରୁ ଓସ୍ତପୁରା ଖଣିରୁ ୨ ଜଣ ପଟ୍ଟାଦାର ପଥର ଉତ୍ତୋଳନ କରି ଓ ପଥରକୁ କ୍ରସିଂ କରି ବିନା ଟ୍ରାଞ୍ଜିଟ ପାସ୍‌ରେ ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ସରକାରୀ, ବେସରକାରୀ ନିର୍ମାଣ କାର୍ଯ୍ୟରେ ବ୍ୟବହାର ପାଇଁ ବିକ୍ରି ହୋଇଥିଲା। ସେହିପରି ଏହି ପଥର ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ପଥର ପ୍ୟାକିଂ କାର୍ଯ୍ୟରେ ବ୍ୟବହାର କରାଯାଇ ଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲାରେ ସରକାରୀ ଓ ଘରୋଇ କ୍ଷେତ୍ରରେ ବିଭିନ୍ନ ଉନ୍ନୟନମୂଳକ ତଥା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଲଘୁ ଖଣିଜ ପଦାର୍ଥ ମାଟି, ମୋରମ, ବାଲି ଓ ପଥର (ଚିପ୍ସ, ମେଟାଲ ଓ ବଜୁରି) ମଧ୍ୟରୁ ୯୦ ପ୍ରତିଶତ ବେଆଇନ ଭାବେ ଉତ୍ତୋଳନ କରାଯାଉଛି। ୯୦ ପ୍ରତିଶତ ଲଘୁ ଖଣିଜରୁ ସରକାର ରୟାଲ ଡିଏମଏଫ, ପରିବେଶ ପରିଚାଳନା ବାବଦକୁ ପ୍ରାୟ ୧ ହଜାର କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗକାରୀ ଜଣାଇଛନ୍ତି। ଏହାର ଅନୁସନ୍ଧାନ କରି ଦୋଷୀ ସରକାରୀ ଅଧିକାରୀ, ଖନନକାରୀ ଓ ଚୋରା ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଚୋରା ଚାଲାଣ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ବେଆଇନ ଖନନକୁ ପୂର୍ବ ସରକାର ସ୍ବୀକାର କରିଥିଲେ। ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। ଅଭିଯୋଗ ପାଇବା ପରେ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜିଲାପାଳ କହିଛନ୍ତି।
ସୂଚନାଯୋଗ୍ୟ, ବେଆଇନ ଖନନ ଦ୍ୱାରା ବଡ ବଡ ଖାଲ ସୃଷ୍ଟି ହୋଇଛି। ଯାହାକି ଉଭୟ ମଣିଷ, ବନ୍ୟପ୍ରାଣୀ ଓ ଗୋରୁଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଖଣି ନିୟମାନୁଯାୟୀ ଖନନ ପରେ ଏହାକୁ ପୋତି ଏହା ଉପରେ ପୂର୍ବପରି ବନୀକରଣ କରାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri