ଏହି ସ୍ଥାନରେ ଲ୍ୟାଣ୍ଡଫଲ୍‌ କରିବ ‘ଦାନା’! ୩ ବନ୍ଦରକୁ ୪ନଂ ବିପଦ ସଙ୍କେତ

ଭୁବନେଶ୍ୱର,୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ‘ଦାନା’ର ରୂପ ନେବ। ଏହା କ୍ରମଶଃ ବଳ ଗୋଟାଇ ୨୪ ତାରିଖ ସକାଳ ସୁଦ୍ଧା ଉଗ୍ରରୂପ ଧାରଣ କରିପାରେ। ତେବେ ବାତ୍ୟା ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ କରିପାରେ ବୋଳି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ,ବାତ୍ୟା ଦାନା ଭୟଙ୍କର ରୂପ ନେଇ ସ୍ଥଳ ଭାଗକୁ ମାଡ଼ି ଆସୁଛି। ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ଉପକୂଳ ଛୁଇଁବ। ଧାମରା ମୁହାଣ ରାଜନଗର ବ୍ଲକର ତାଳଚୁଆକୁ ଲାଗିଥିବାରୁ ଓ ଭିତରକନିକା ରାଜନଗରର ହୋଇଥିବାରୁ ଏହି ବ୍ଲକ ଅଧିକ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ବିଶେଷକରି ବାଘମାରୀ, ତାଳଚୁଆ, କେରୁଅଁାପାଳ, ରଙ୍ଗଣୀ, କୃଷ୍ଣନଗର, ଖମାରସାହି, ଡାଙ୍ଗମାଳ, ଈଶ୍ୱରପୁର, ଘଡ଼ିଆମାଳ, ଗୁପ୍ତି, ସାତଭାୟା, ବ୍ରାହ୍ମଣସାହି ପ୍ରଭୃତି ପଞ୍ଚାୟତ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ମଙ୍ଗଳବାର ପାଗ ଖରାଟିଆ ଥିଲେ ମଧ୍ୟ ସନ୍ଧ୍ୟାରେ ବାଉଁଶଗଡ଼ ନଦୀ ସେପଟରେ ଥିବା ମଗରକନ୍ଦା ଗଁାର ୪୦ ପରିବାରଙ୍କୁ ଘାଟ ପାର କରି ଓକିଲପାଳ ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯାଇଛି। ବିପନ୍ନ ଲୋକେ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ମୁଣ୍ଡାଇ ଚାଲି ଚାଲି ଆସିବାର ଦୃଶ୍ୟ ଦେଖିବାକୁ ମିଳିଛି। ରାଜନଗରରେ ୯୫୪ ବୋଟ ମଙ୍ଗଳବାର ସୁଦ୍ଧା କୂଳକୁ ଫେରି ଆସିଛି। ଏହାବାଦେ ୮୦ରୁ ଅଧିକ ଟ୍ରଲର ରାଜନଗର ଅଞ୍ଚଳରେ ଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ଅଧା ଟ୍ରଲର ଫେରି ଆସିଛି। ଟ୍ରଲରଗୁଡ଼ିକୁ ସୁରକ୍ଷିତ ଭାବେ ବାନ୍ଧିବା ସହିତ ସୂଚନା ନ ଆସିବା ଯାଏଁ ମାଛ ଧରିବାକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀ ତଥା ବୋଟ ମାଲିକ ଅବଦୁଲ ସାହାଙ୍କ କହିବା କଥା ହେଲା ଆମେ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲୁ। ସମୁଦ୍ର ଭିତରେ ଉଚ୍ଚ ଲହରି ସହିତ ଗରମ ହାୱା ଆସିଥିଲା। ମାଛଗୁଡ଼ିକ ଦଳ ଦଳ ହୋଇ ଡେଇଁବା ଦେଖିବାକୁ ମିଳିଥିଲା। ଯାହାକି ସାମୁଦ୍ରିକ ଝଡ଼ ଆସିବାର ପୂର୍ବ ସୂଚନା। ଏହି ସୂଚନା ଜାଣିବା ପରେ ଆମେ ସୋମବାରଠାରୁ କୂଳକୁ ଫେରି ଆସିଛୁ ବୋଲି କହିଛନ୍ତି।

ଅପରପକ୍ଷରେ ମଙ୍ଗଳବାର ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ରଙ୍କ ପୌରୋହିତ୍ୟରେ ବାତ୍ୟା ମୁକାବିଲା ବୈଠକ ହୋଇଥିଲା। ବୈଠକରେ ବିଧାୟକ ଧ୍ରୁବ ସାହୁ, ବିଡିଓ ନିଶାନ ମିଶ୍ର, ଜିପିଇଓ ଧର୍ମେନ୍ଦ୍ର କୁମାର ଦାଶ, ବ୍ଲକ ଯୋଗାଣ ଅଧିକାରିଣୀ ଅଳକାରାଣୀ ମଲ୍ଲିକଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଯୋଗଦେଇଥିଲେ। ବାତ୍ୟାକୁ ମୁକାବିଲା ପାଇଁ ୪୫ଟି ବାତ୍ୟା ଆଶ୍ରୟସ୍ଥଳ ସମେତ ୮୦ଟି ଅସ୍ଥାୟୀ ଶିିବିରରେ ଲୋକମାନଙ୍କୁ ସ୍ଥାନାନ୍ତର କରି ରଖାଯିବ। ୨୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳକୁ ଆଣିବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ ରଖିଛି। ପ୍ରତ୍ୟେକ ଆଶ୍ରୟସ୍ଥଳରେ ୫ଜଣ ସରକାରୀ କର୍ମଚାରୀ ଦାୟିତ୍ୱରେ ରହିବେ। ବୁଧବାର ଅପରାହ୍ନରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ୨୩ ତାରିଖ ରାତିରେ ଶୁଖିଲା ଖାଦ୍ୟ ଦିଆଯିବ। ୨୪ ଓ ୨୫ ଦୁଇଦିନ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ୧୫୦ କୁଇଣ୍ଟାଲ ଚୁଡ଼ା, ଗୁଡ, ବିସ୍କୁଟ, ମହମବତି ଓ ଡିଆସିଲି ମଙ୍ଗଳବାର ରାତି କିମ୍ବା ବୁଧବାର ସକାଳ ସୁଦ୍ଧା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ବ। ଏହାକୁ ୨୯ଟି ପଞ୍ଚାୟତକୁ ପଠାଇ ଦିଆଯିବ। ପଞ୍ଚାୟତରୁ ଆଶ୍ରୟସ୍ଥଳକୁ ତାହା ପଠାଯିବ। ବାତ୍ୟାରେ ଅଘଟଣର ମୁକାବିଲା ପାଇଁ ଦୁଇଟି ଓଡ୍ରାଫ ଟିମ୍‌ ରାଜନଗରରେ ପହଞ୍ଚତ୍ଛି। ଗୋଟିଏ ବ୍ଲକ ହେଡକ୍ୱାର୍ଟରରେ ଓ ଅନ୍ୟଟି ଡିଏଫ୍‌ଓଙ୍କ ଅଧୀନରେ ରହିବ। ଆସନ୍ତା ଏକ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ୩୨ଜଣ ଗର୍ଭବତୀ ମହିଳାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ତାଳଚୁଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ବୁଧବାରଠାରୁ ସ୍ଥାନାନ୍ତର କରାଯିବ। ଗୃହ ପାଳିତ ପ୍ରାଣୀମାନଙ୍କ ପାଇଁ ଗୋଖାଦ୍ୟର ବ୍ୟବସ୍ଥା କରାଯାଉଛି। ୫୦ହଜାର ପାଣିବୋତଲ ମଗାଯାଇଛି। ପମ୍ପ ହାଉସରେ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ଜେନେରେଟର ବ୍ୟବସ୍ଥା କରାଯାଇଛି। ପାଣି ନ ଥିବା ଆଶ୍ରୟସ୍ଥଳଗୁଡ଼ିକରେ ଟ୍ୟାଙ୍କରର ବ୍ୟବସ୍ଥା କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଛି। ବାତ୍ୟା ଦାନା ଭିତରକନିକା ଅଞ୍ଚଳରେ ମାଡ ହେବାକୁ ଥିବାରୁ ଏହାକୁ ଲାଗିକରି ଥିବା ପଞ୍ଚାୟତଗୁଡିକରେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳକୁ ଆଣିବା ସହ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟର ବ୍ୟବସ୍ଥା କରିବାକୁ ବିଧାୟକ ଧ୍ରୁବ ସାହୁ ବିଡିଓଙ୍କୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?