ବେଆଇନ ବାଲିଘାଟକୁ ବିରୋଧ: ତହସିଲଦାରଙ୍କୁ ହାଣି ମାରିଦେବାକୁ ଧମକ, ସେପଟେ ଧାରଣାରେ ବସିଲେ…

ଆନନ୍ଦପୁର/ହାଟଡିହୀ,୧୭।୧୦(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ତହସିଲ ଅନ୍ତର୍ଗତ କରଗୋଳା ଗ୍ରାମକୁ ଲାଗିଥିବା ବୈତରଣୀ ନଦୀର ବାଲି ଉତ୍ସକୁ ବେଆଇନ ଭାବେ ଉତ୍ତୋଳନ କରାଯାଇ ଚଢା ଦରରେ ବିକ୍ରି କରାଯାଉଛି। ବାଲିଘାଟ ପାଇଁ ଗ୍ରାମବାସୀଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଜଙ୍ଗଲର ଶତାଧିକ ବଡ଼ ଗଛକୁ କାଟି ଦିଆଯାଇଛି। ଘଟଣାକୁ କେନ୍ଦ୍ରକରି ଜିଲାପାଳଙ୍କଠାରୁ ଆରମ୍ଭ କରି ଜିଲା ଖଣି ବିଭାଗ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନକୁ ଅବଗତି କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ। ବାଲିଘାଟରୁ ବେଆଇନ ଭାବେ ବାଲି ପରିବହନ ଅଭିଯୋଗ ପ୍ରସଙ୍ଗକୁ ନେଇ ଘଟଣାସ୍ଥଳକୁ ଯାଇଥିବା ହାଟଡିହୀ ତହସିଲଦାରଙ୍କୁ ହାଣି ମାରିଦେବାକୁ ବାଲି ମାଫିଆମାନେ ଧମକ ଦେଇଛନ୍ତି। ସେପଟେ ବେଆଇନ ଭାବେ ବାଲି ପରିବହନକୁ ବିରୋଧ କରି ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଶତାଧିକ ଗ୍ରାମବାସୀ ଧାରଣାରେ ବସିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,  ବାଲିଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ଏବଂ ପରିବହନ କରାଯାଉଛି। ଦୁଇ ଦିନ ଦିନ ପୂର୍ବେ ତହସିଲଦାରଙ୍କ ସମେତ ଖଣି ବିଭାଗ ଅଧିକାରୀ ମାନେ ସମ୍ପୃକ୍ତ ବାଲି ଘାଟ ନିକଟକୁ ଯାଇ ଟ୍ରେଞ୍ଚ ଖୋଳିବା ପାଇଁ ଆୟୋଜନ କରିବା ସହିତ ଚାରୋଟି ହାଇୱା ସିଜ କରିଥିଲେ ମଧ୍ୟ ଗାଡି ଗୁଡିକୁ ଛାଡି ଦେଇଥିଲେ। ଟ୍ରେଞ୍ଚ ମଧ୍ୟ ଖୋଳା ଗଲାନାହିଁ । ଫଳରେ ପୂର୍ବ ନିଷ୍ପତି ଅନୁସାରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଧାରଣାରେ ବସିବାକୁ ନିଷ୍ପତି ନେଇଛୁ । ତେବେ କାହା ଚାପରେ ଚପା ହେଉଛି ପ୍ରଶାସନ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ।

ଆନନ୍ଦପୁର ଉପଜିଲାପାଳ ନୀଳ ମାଧବ ସୁନା କହିଛନ୍ତି ଯେ ପ୍ରଶାସନିକ ସ୍ତରରେ ଏକ ଟିମ ଗଠନ କରାଯାଇ ବାଲି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅପର ପକ୍ଷେ ହାଟଡିହୀ ତହସିଲଦାର ଶିବବ୍ରତ ତ୍ରିପାଠୀ କହିଛନ୍ତି ଯେ ଲୋକଙ୍କ ଅଭିଯୋଗ ଆଧାରରେ ଖଣି ବିଭାଗ ଅଧିକରୀ ସହ ଘଟଣା ସ୍ଥଳକୁ ଯାଇଥିଲୁ। ଜାଗା ମାପଚୁପ କରାଯାଇଥିଲା । ବେଆଇନ ଭାବେ ବାଲି ପରିବହନ ଏବଂ ଗଛ କଟା ହୋଇଥିବା ପ୍ରାଥମିକ ଭାବେ ସ୍ପଷ୍ଟ ମଧ୍ୟ ହୋଇଥିଲା l ସେହି ସମୟରେ ଗ୍ରାମବାସୀ ମାନେ ମଧ୍ୟ ଆମ ସହ ଉପସ୍ଥିତ ଥିଲେ l ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଟ୍ରେଞ୍ଚ ଖୋଳିବା କାର୍ଯ୍ୟ ଆରମ୍ଭ କରିଥିଲୁ । ଟ୍ରେଞ୍ଚ ଖୋଳିବା ସମୟରେ ୪୦ ରୁ ୫୦ ଜଣ ଲୋକ ସେଠାକୁ ଆସିଥିଲେ। ଟ୍ରେଞ୍ଚ ଖୋଲିଲେ ହାଣିକି ମାରି ଦେବୁ ବୋଲି ଧମକ ଦେଇଥିଲେ । ଏପରି ଧମକ ଶୁଣି ଆମ ସହ ଉପସ୍ଥିତ ଗ୍ରାମବାସୀ କୁଆଡେ ପଳାଇଥିଲେ। ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ଆମେ ଟ୍ରେଞ୍ଚ ଖୋଳିବା କାର୍ଯ୍ୟ ବନ୍ଦ କରି ଫେରି ଆସିଲୁ। ପରେ କେନ୍ଦୁଝର ଡ଼ିଡ଼ିଏମଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଅଧିକ ସଂଖ୍ୟାରେ ଫୋର୍ସ ନେଇ ଟ୍ରେଞ୍ଚ ଖୋଳାଯିବ ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri