ନାଗାବଳୀରୁ ଆନ୍ଧ୍ରକୁ ବେଆଇନ ବାଲି ଚାଲାଣ

ରାୟଗଡ଼ା,୬।୧୦ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପ୍ରବାହିତ ଚିରସ୍ରୋତା ନାଗାବଳୀ ନଦୀରୁ ବେଆଇନ ଭାବେ ବାଲି ଖନନ କରାଯାଇ ପ୍ରତିଦିନ ୫୦ରୁ ୬୦ ଟ୍ରକ୍‌ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଛି। ନଦୀ ଗର୍ଭରେ ବଡ଼ ବଡ଼ ମେଶିନ ଲଗାଇ ବାଲି ଖନନ କରାଯାଉଥିବାରୁ ନାଗାବଳୀ ନଦୀ ଏବେ କୂଳ ଲଂଘିବା ପରିସ୍ଥିତିକୁ ଆସିଗଲାଣି। ରାୟଗଡ଼ା ବ୍ଲକ ଖିଲମିସଗୁଡ଼ାସ୍ଥିତ ନାଗାବଳୀ ନଦୀ ତଟରୁ ବାଲି ଖନନ ବେଳେ ଗୁରୁବାର ରାଜସ୍ବ ବିଭାଗ ପକ୍ଷରୁ ୨ ଟ୍ରକ୍‌ ଓ ଏକ ଏକ୍ସାଭେଟର ଜବତ କରାଯାଇଛି।
ଖିଲମିସଗୁଡ଼ାସ୍ଥିତ ନାଗାବଳୀ ନଦୀ ତଟରୁ ବାଲି ଖନନ କରାଯାଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ ସହରକୁ ଚାଲାଣ କରାଯାଉଛି। ଖଣି ବିଭାଗର ଅପାରଗତା ଓ ଦୁର୍ନୀତି ମନୋଭାବ ଯୋଗୁ ଆନ୍ଧ୍ରପ୍ରଦେଶର ବାଲି ମାଫିଆମାନେ ଏହି ବେଆଇନ କାରବାର କରୁଥିବା ଅଭିଯୋଗ ହୋଇଛି। ବାଲି ଚୋରା ଚାଲାଣ ହେଉଥିବା ଜିଲାପାଳ ସ୍ବଧାଦେବ ସିଂ ଖବରପାଇବା ପରେ ବୁଧବାର ତହସିଲଦାରଙ୍କୁ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ା ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁ ଓ ଅତିରିକ୍ତ ତହସିଲଦାର ପର୍ଶୁରାମ ଭତରା ଗୁରୁବାର ଖିଲମିସଗୁଡ଼ା ଯାଇ ତଦନ୍ତ କରିଥିଲେ। ୨ଟି ଟ୍ରକ୍‌ରେ ବାଲି ଚୋରା ଚାଲାଣ ହେଉଥିବାବେଳେ ରାଜସ୍ବ ବିଭାଗ ଧରିଥିଲା। ଗୋଟିଏ ଟ୍ରକ୍‌ ପାଖରେ ୱାଇ-ଫର୍ମ ରହିଥିବା ବେଳେ ଅନ୍ୟ ଟ୍ରକ୍‌ ପାଖରେ ୱାଇ ଫର୍ମ ନ ଥିଲାା ତଥାପି ବେନିୟମ ଭାବରେ ବାଲି ଚାଲାଣ କରାଯାଉଥିବାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଅନ୍ୟ ଏକ ଟ୍ରକ୍‌କୁ ଜବତକରି ତହସିଲ କାର୍ଯ୍ୟାଳୟ ଆଣିଥିଲେ। ଏହି ଟ୍ରକ୍‌କୁ ୧ ଲକ୍ଷ ଟଙ୍କା ଜରିମାନା ପକାଯାଇଥିବା ଅତିରିକ୍ତ ତହସିଲଦାର ଭତରା କହିଛନ୍ତି। ତେବେ ନଦୀ ଗର୍ଭରେ ଖନନ କରୁଥିବା ଏକ ଏକ୍ସାଭେଟର କୁ ମଧ୍ୟ ଜବତ କରାଯାଇଛି। ମେଶିନ ବାବଦରେ ଜରିମାନା ପକାଇବା ପାଇଁ ନିଷ୍ପତ୍ତି ହୋଇ ନାହିଁ। ଏ ବାବଦରେ ସମ୍ପୂର୍ଣ୍ଣ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ତହସିଲଦାର ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି। ତେବେ ବାଲି ଚୋରା ଚାଲାଣ ସମ୍ପୂର୍ଣ୍ଣ ରୋକିବା ଓ ବେଆଇନ ଖନନ ବନ୍ଦ କରିବା ପାଇଁ ଖଣି ବିଭାଗ ବର୍ତ୍ତମାନ ସୁଦ୍ଧା ଏନ୍‌ଫୋର୍ସମେଣ୍ଟ ଗଠନ କରିନାହିଁ, ଯାହାକି ମାଫିଆମାନଙ୍କୁ ବେଶ୍‌ ସୁହାଉଛି। ଏହା ପଛରେ ଏକ ବଡଧରଣର ରାକେଟ ଚାଲିଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଶୁଭିବନି ଲକ୍ଷ୍ମଣ ମାଷ୍ଟ୍ରେଙ୍କ ତବଲା ଶବ୍ଦ, ଝୁରୁଛନ୍ତି ଅଞ୍ଚଳବାସୀ

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ତବଲା ମାଷ୍ଟର ଲକ୍ଷ୍ମଣ କୁମାର ତରାଇଙ୍କ ଦେହାନ୍ତ ହୋଇଛି । ସମଗ୍ର ଭାରତ ବର୍ଷରେ ପବିତ୍ର…

୧୫୭ କିଲୋମିଟର ବେଗରେ ଆସୁଥିଲା ବଲ୍‌, ବୈଭବ କଲେ ଏମିତି… ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୩: ଭାରତୀୟ ଷ୍ଟାର କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଫୁଲ ଫର୍ମରେ ଅଛନ୍ତି। ସେ IPLରେ ପ୍ରଥମ ବଲରେ ଛକା ମାରିବା, ୩୫ ବଲରେ ଶତକ ମାରିବା,…

ଯୁଦ୍ଧ ଭିତରେ ସିକ୍ରେଟ୍‌ ଡିଲ୍‌ କଲେ ଚାଇନା-ଇରାନ, ଆମେରିକା କଲା ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକା ଚାଇନା ଏବଂ ଇରାନ ମଧ୍ୟରେ ଏକ “ଗୁପ୍ତ” ଚୁକ୍ତି ପ୍ରକାଶ କରିଛି। ଏକ ରିପୋର୍ଟ ଅନୁଯାୟୀ, ଚାଇନା ସର୍ବବୃହତ…

ଧୁମଧାମରେ ପାଳନ ହେଉଛି ପବିତ୍ର ରାମ ନବମୀ, ୪ ମିନିଟ ପାଇଁ ରାମ ଲଲାଙ୍କୁ ତିଲକ କରିବେ ସୂର୍ଯ୍ୟଦେବ

ଅଯୋଧ୍ୟା,୨୭।୩: ଅଯୋଧ୍ୟାର ପବିତ୍ର ରାମ ଜନ୍ମଭୂମିରେ ଥିବା ମନ୍ଦିରରେ ରାମ ଜନ୍ମୋତ୍ସବ (ଭଗବାନ ରାମଙ୍କ ଜନ୍ମ ଉତ୍ସବ) ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର, ରାମ ନବମୀର…

ବେଧଡକ ବାଲି ଉଠାଣ: ଆଗକୁ ଘନୀଭୂତ ହେବ ଜଳ ସଙ୍କଟ

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପଞ୍ଚାୟତରେ ପାଇପ ଜଳ ଯୋଗାଣରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ପଞ୍ଚାୟତ ଅଧୀନ ଛେଲବାହାଲ ସୁକତେଲ ନଦୀ ପଠା…

ଲକଡାଉନ ଗୁଜବ ମଧ୍ୟରେ ଜବାବ ଦେଲେ କେନ୍ଦ୍ର ସରକାର, ପେଟ୍ରୋଲିୟମ ମନ୍ତ୍ରୀ କହିଲେ…..

ନୂଆଦିଲ୍ଲୀ,୨୭।୩: ଇରାନରେ ଯୁଦ୍ଧ ଯୋଗୁଁ ଭାରତରେ ଲକଡାଉନ ହେବା ନେଇ ଗୁଜବ ହେଉଛି । ଏହାରି ଭିତରେ କେନ୍ଦ୍ରସରକାରଙ୍କ ବୟାନ ସାମ୍ନାକୁ ଆସିଛି । କେନ୍ଦ୍ର ପେଟ୍ରୋଲିୟମ…

ଆମେରିକାର ବନ୍ଧୁ ଉପରେ ଇସ୍ରାଏଲୀ ଆକ୍ରମଣ! ନେତାନ୍ୟାହୁଙ୍କ ଭୁଲ୍‌ ନା ଷଡ଼ଯନ୍ତ୍ର?

ଓ୍ବାଶିଂଟନ୍‌,୨୭।୩: ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଆମେରିକା-ଇସ୍ରାଏଲ ବିବାଦ ଏବେ ସିଧାସଳଖ ପାକିସ୍ତାନକୁ ପ୍ରଭାବିତ କରୁଛି। ତେହେରାନରେ ପାକିସ୍ତାନୀ ଦୂତାବାସ ଏବଂ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ବାସଭବନ…

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri