ଲୋଇସିଂହା,୧୦ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ୍ ଅଧୀନ ସାନଫାସଡସ୍ଥିତ ଅଙ୍ଗନଦୀ ପଠାରେ ଶୁକ୍ରବାର ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣରେ ନିୟୋଜିତ ୫ଟି ଟ୍ରାକ୍ଟର ଜବତ କରାଯାଇଛି। ଲୋଇସିଂହା ପୋଲିସ ଉପସ୍ଥିତିରେ ବଲାଙ୍ଗୀର ଖଣି ବିଭାଗର ୫ ଜଣିଆ ଟିମ୍ ଏବଂ ସାଲେଭଟା ରାଜସ୍ବ ନିରୀକ୍ଷକ ଉକ୍ତ ନଦୀପଠାରେ ଚଢାଉ କରିଥିଲେ। ଏହି ସମୟରେ ସେଠାରେ ୫ଟି ଟ୍ରାକ୍ଟର(ନଂ.ଓଡି୩୧ଏଲ୍-୨୫୫୮, ଓଡି୩୧ଏଚ୍-୮୫୦୨, ଓଡି୩୧ଏଚ-୭୧୭୪, ୨ଟି ବିନା ନମ୍ବର)ରେ ବାଲି ଭର୍ତ୍ତି କରାଯାଉଥିଲା। ଟ୍ରାକ୍ଟର ଚାଳକମାନଙ୍କୁ ଖଣିବିଭାଗ ଅଧିକାରୀ ବାଲିଚାଲାଣ ସମ୍ପର୍କିତ ଆବଶ୍ୟକ କାଗଜପତ୍ର ମାଗିବାରୁ ସେମାନେ ଦେଖାଇ ପାରି ନ ଥିଲେ। ଏହାପରେ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ସାଲେଭଟା ଫାଣ୍ଡିକୁ ଅଣାଯାଇଥିବା ଫାଣ୍ଡି ଅଧିକାରୀ ଭରତ ସାହୁ କହିଛନ୍ତି।
Dharitri – Odisha’s No.1 Odia Daily


