ପେଟ୍ରୋଲ, ଡିଜେଲର ବେଆଇନ ବିକ୍ରି

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ, ୯ା୧୨(ଜଗନ୍ନାଥ ଧଳ/କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଭିନ୍ନ ଟାଙ୍କିରୁ ବେଆଇନ ଭାବେ ବ୍ୟାରେଲ ବ୍ୟାରେଲ ଖୋଲା ପେଟ୍ରୋଲ ବିକ୍ରି ହେଉଛି। ଅତ୍ୟନ୍ତ ଦହନଶୀଳ ଏହି ପେଟ୍ରୋଲ ଓ ଡିଜେଲ ଖୋଲାରେ ଚାଲାଣ ହେଉଥିବାରୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଗୁରୁବାର ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ପଡ଼ା ଗ୍ରାମରେ ଖୋଲା ପେଟ୍ରୋଲରେ ଅକସ୍ମାତ୍‌ ନିଆଁ ଲାଗି ବଡ଼ଧରଣର ଅଗ୍ନିକାଣ୍ଡରେ ଜଣେ ନାବାଳକ ଜୀବନ୍ତ ଦଗ୍ଧ ହେବା ସହ ୩ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।

ମାତ୍ର ଏହି ଦହନଶୀଳ ଖୋଲା ପେଟ୍ରୋଲ ଚାଲାଣ ଉପରେ ସ୍ଥାନୀୟ ପୋଲିସ ପ୍ରଶାସନର ନିଘା ନ ଥିବା ବେଳେ ଏବେ ବି ଗାଁଗହଳିର ଅଧିକାଂଶ ପାନ ଦୋକାନ, ତେଜରାତି ଦୋକାନରେ ବେଆଇନ ଭାବେ ଶତାଧିକ ଲିଟର ପେଟ୍ରୋଲ, ଡିଜେଲ ଖୋଲାରେ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି। ଆଇନ ଅନୁଯାୟୀ, ପେଟ୍ରୋଲ ପମ୍ପ୍‌ରେ କେବଳ ଗାଡ଼ିଗୁଡ଼ିକରେ ପେଟ୍ରୋଲ, ଡିଜେଲ ବିକ୍ରି ହେବ। ବାହାରକୁ ଜାର୍‌ କିମ୍ବା ବୋତଲରେ ବିକ୍ରି ପାଇଁ ଦିଆଯିବନାହିଁ। ହେଲେ ଏଠାରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି।

ସାମାଜିକ କର୍ମୀ ଲକ୍ଷ୍ମୀଧର ବାରିକ କହିଛନ୍ତି, ଗୁରୁବାର ବିବାହ ଉତ୍ସବରେ ବରଯାତ୍ରୀଙ୍କ ବାଇକ୍‌ରେ ପକାଯିବା ପାଇଁ ଆସିଥିବା ଖୋଲା ଦହନଶୀଳ ପେଟ୍ରୋଲରେ ହଠାତ୍‌ ନିଆଁ ଲାଗିବା ଓ ଏଥିରେ ଜଣେ ୩ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ ହେବା ଘଟଣା ବିବାହ ଉତ୍ସବକୁ ଲୁହରେ ଭିଜାଇ ଦେଇଛି। ମାତ୍ର ଏହି ଦହନଶୀଳ ପେଟ୍ରୋଲ ପଟ୍ଟାମୁଣ୍ଡାଇ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳର ମୁଖ୍ୟରାସ୍ତା ପାଶର୍‌ବରେ ଥିବା ଦୋକାନ ଗୁଡ଼ିକରେ ବେଆଇନ ଭାବେ ବିକ୍ରି ଚାଲିଛି। ପେଟ୍ରୋଲ ଓ ଡିଜେଲ ଖୋଲାରେ ରଖା ଯାଉଥିବା ବେଳେ ସେଠାରେ ସିଗାରେଟ୍‌ ବିଡ଼ି ଇତ୍ୟାଦି କିଣି ଲୋକେ ଲଗାଉଥିବା ଦେଖାଯାଉଛି। କେତେବେଳେ ଯେ ଦୁର୍ଘଟଣା ନ ଘଟିବ ଏଥିରେ ସନ୍ଦେହ ନାହିଁ। ଏ ଦିଗରେ ଯୋଗାଣ ବିଭାଗ ଚୁପ୍‌ ବସିଥିବା ବେଳେ ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଏସବୁ ସାମଗ୍ରୀର ବିକ୍ରି ନେଇ କେବେବି ବିଭାଗୀୟ କର୍ମଚାରୀ ତଦାରଖ କରୁ ନାହାନ୍ତି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଏଭଳି ବ୍ୟବସାୟରେ ଲିପ୍ତ ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।

ବୁଦ୍ଧିଜୀବୀ ପ୍ରମୋଦ ସାହୁ, ଶିକ୍ଷାବିତ୍‌ ପ୍ରଫୁଲ୍ଲ ଦାଶ, ଗାଡ଼ିଚାଳକ ଅଲେଖ ମଲିକ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇର ବିଭିନ୍ନ ଛକରେ ଥିବା ପାନ ଦୋକାନ, ଅଣ୍ଡା ଦୋକାନ, ହାର୍ଡୱେର ଓ ରାଶନ ଦୋକାନରେ ପେଟ୍ରୋଲିୟମ ପଦାର୍ଥ ବେଧଡ଼କ ଭାବେ ବିକ୍ରି ହେଉଛି। ଖାଲିଥିବା ପାଣି ବୋତଲରେ ଭର୍ତ୍ତି ହୋଇ ଦୋକାନ ଆଗରେ ଟାଙ୍ଗି ବିକ୍ରି କରାଯାଉଛି। ଏଭଳି ବ୍ୟବସାୟୀମାନେ ପେଟ୍ରୋଲ ପମ୍ପ୍‌ରୁ ପେଟ୍ରୋଲ ଆଣିବା ପରେ ଏଥିରେ କିରୋସିନ, ମୋବିଲ ଆଦି ମିଶାଇ ଏହାକୁ ପ୍ରକୃତ ତୈଳ ଦରଠାରୁ ୧୦ରୁ ୨୦ ଟଙ୍କା ଅତିରିକ୍ତ ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। କିଛିବର୍ଷ ତଳେ ପଟ୍ଟାମୁଣ୍ଡାଇ ପୋଲ ନିକଟରେ ପେଟ୍ରୋଲ ବିକ୍ରି କରୁଥିବା ଏକ ଦୋକାନରେ ନିଆଁ ଲାଗି ବହୁ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିଲା। ଏଥିରେ ଜଣେ ଜୀବନ୍ତ ଦଗ୍ଧ ହୋଇଥିଲେ। ଅବିକଳ ଭାବେ ଗୁରୁବାର ଘରେ ଥିବା ପେଟ୍ରୋଲରେ କୌଣସି କାରଣବଶତଃ ନିଆଁ ଲାଗି ଜଣେ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ ଅଞ୍ଚଳରେ କେବଳ ୪ଟି ପେଟ୍ରୋଲ ପମ୍ପ୍‌ ରହିଛି। ପଟ୍ଟାମୁଣ୍ଡାଇ-କେନ୍ଦ୍ରାପଡ଼ା ରାସ୍ତା ପୋହଳ ପର୍ଯ୍ୟନ୍ତ ୩ଟି ପମ୍ପ୍‌ ଥିବା ବେଳେ ପଟ୍ଟାମୁଣ୍ଡାଇ-ରାଜନାଗର ରାସ୍ତାରେ ଗୋଟିଏ ପେଟ୍ରୋଲ ପମ୍ପ୍‌ ରହିଛି। କିନ୍ତୁ ପଟ୍ଟାମୁଣ୍ଡାଇ ସହର ସମେତ ଗାଁ ଗହଳି ଦୋକାନଗୁଡ଼ିକରେ ପେଟ୍ରୋଲ-ଡିଜେଲ ଖୋଲା ବଜାରରେ ବିକ୍ରି କରାଯାଉଛି।

ଏ ସମ୍ପର୍କରେ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ପଚାରିବାରୁ ବେଆଇନ ଭାବେ ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଅଏଲ୍‌ ବିଭାଗ ସେଲ୍‌ସ ଅଫିସରଙ୍କ ସହ ଯୋଗାଯୋଗ କରିବା ସହିତ ଆମ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରଞ୍ଜିତ ମହାନ୍ତି ଓ ଗ୍ରାମାଞ୍ଚଳ ଥାନା ଆଇଆଇସି ପଦ୍ମାଳୟ ପ୍ରଧାନଙ୍କୁ ପଚାରିବାରେ ବେଆଇନ ଦୋକାନରେ ବିକ୍ରି ହେଉଥିବା ପେଟ୍ରୋଲ, ଡିଜେଲ ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri