ବେଆଇନ ମଦ ବିକ୍ରି: ତାତିଲେ ଏସ୍‌ଏଚ୍‌ଜି ମହିଳା

ଧାମନଗର୩।୧୧(ସନ୍ତୋଷ କୁମାର ମହାପାତ୍ର): ୪ ବର୍ଷରୁ ଊଦ୍ଧର୍‌ବ ହେଲା ବେଆଇନ ମଦ ବିକ୍ରି ନେଇ ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏସ୍‌ଏଚ୍‌ଜି (ସ୍ବୟଂସହାୟକ ଗୋଷ୍ଠୀ) ମହିଳା ତାତିଛନ୍ତି। ଶନିବାର ମହିଳା ଗୋଷ୍ଠୀର ସଦସ୍ୟାମାନେ ଏକାଠି ହୋଇ ପାନ ଦୋକାନରେ ବିକ୍ରି ହେଉଥିବା ମଦ ବୋତଲ ସବୁ ଭାଙ୍ଗିବା ସହ ମଦ ବିକ୍ରି ନ କରିବାକୁ ଚେତାବନୀ ଦେଇଛନ୍ତି। ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦଳାଙ୍ଗ ପଞ୍ଚାୟତର ଫଳପୁର ବଜାରରେ ଏପରି ଘଟଣା ଦେଖିବାକୁ ମିଳିଛି।
ଉକ୍ତ ବଜାରରେ ଏକ ପାନ, ଚା’ ଦୋକାନରେ ୪ ବର୍ଷରୁ ଊର୍ଦ୍ଧ୍ୱ ହେବ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ସ୍ଥାନୀୟ ମହିଳାଙ୍କ କହିବା ଅନୁଯାୟୀ, ବହୁବାର ଅଭିଯୋଗ ପରେ ମଧ୍ୟ ଧାମନଗର ଅବକାରୀ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଇନାହିଁ। ମଦ ବିକ୍ରି ଦ୍ୱାରା ସ୍ଥାନୀୟ ବାସିନ୍ଦା ମହିଳାମାନେ ନିର୍ଯାତନାର ଶିକାର ହେଉଛନ୍ତି। ଅଧିକାଂଶ ସମୟରେ ପାଟିତୁଣ୍ଡ ହେବା ସହ ବହୁବାର ଟଙ୍କା ଅଭାବରୁ ପରିବାର ଲୋକଙ୍କୁ ଉପାସରେ ରହିବାକୁ ପଡ଼ିଛି। ଶନିବାର ଗ୍ରାମର ପ୍ରାୟ ୧୦ ସ୍ବୟଂସହାୟକ ଗୋଷ୍ଠୀର ୫୦ରୁ ଊର୍ଦ୍ଧ୍ୱ ମହିଳା ଉକ୍ତ ଦୋକାନରେ ଥିବା ପ୍ରାୟ ୨୦ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ମଦ ବୋତଲକୁ ଆଣି ରାସ୍ତାରେ ଭାଙ୍ଗିଛନ୍ତି। ଦୋକାନକୁ ଲାଗି ବାଡ଼ିଘରର ବୀଣା ମୂଳ ଓ କଦଳୀ ଗଛ ମୂଳରେ ଲୁଚାଇ ରଖିଥିବା ମଦ ବୋତଲକୁ  ମହିଳାମାନେ ଖୋଜି ବାହାର କରି ଭାଙ୍ଗି ଦେଇଥିଲେ। ପୁନର୍ବାର ବିକ୍ରି ହେଲେ ମଦ ବିକ୍ରି କରୁଥିବା ଲୋକଙ୍କ ଘରକୁ ବନ୍ଦ ରଖାଯିବା ସହ ସେମାନଙ୍କ ପରିବାର ଲୋକଙ୍କୁ ବାହାରକୁ ଛାଡ଼ିବେ ନାହିଁ ବୋଲି ଗ୍ରାମର ମାନସୀଲତା ସ୍ବାଇଁ, ଲକ୍ଷ୍ମୀପ୍ରିୟା ନାୟକ, ରଞ୍ଜିତା ସାହୁ, ମମତା ସାହୁ, ମନୋରମା ସାହୁ, କାମିନୀ ନାୟକ, ସୌଦାମିନୀ ମାଝୀ, ସରସ୍ବତୀ ମାଝୀ, ମିନତି ମାଝୀ, ଲକ୍ଷ୍ମୀପ୍ରିୟା ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri