ବେଆଇନ ବନ୍ଧୁକ କାରବାର ମାମଲା: ଆଉ ଜଣେ ପେସାଦାର ଅପରାଧୀ ଗିରଫ

କଟକ,୧୭ା୩ (କାର୍ତ୍ତିକ ସାହୁ) ଜଗତପୁର ଥାନା ପୋଲିସ ବେଆଇନ ବନ୍ଧୁକ କାରବାର ମାମଲାରେ ଆଉ ଜଣେ ପେସାଦାର ଅପରାଧିକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଢେଙ୍କନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପ୍ରସାଦ ଗ୍ରାମର ପିଙ୍କୁ ଓରଫ ପ୍ରିୟବ୍ରତ ସାମଲ(୩୨)। ଅଭିଯୁକ୍ତ ନିକଟରୁ ଗୋଟିଏ ବନ୍ଧୁକ ଓ ଗୋଟିଏ କାର (ଓଡି-୦୫-ଏଏଫ୍‌-୯୧୨୧) ଜବତ କରାଯାଇଛି। ପିଙ୍କୁ ଜଣେ ପେସାଦାର ଅପରାଧି ହୋଇଥିବା ବେଳେ ଢେଙ୍କାନାଳ ସଦର ଥାନାରେ ତାଙ୍କ ନାମରେ ଏକାଧିକ ମାମଲା ରହିଛି। ଜଗତପୁର ଥାନାରେ ରୁଜୁ ହୋଇଥିବା କେସ୍‌ ନଂ ୧୪୭/୨୦୨୪ରେ ପୂର୍ବରୁ ଗିରଫ ହୋଇଥିବା ପିଣ୍ଟୁ ଓରଫ ପ୍ୟାରୀମୋହନ ଦାଶଙ୍କ ସହଯୋଗୀ ଭାବେ ଚୋରା ବନ୍ଧୁକ କାରବାର ସହ ସମ୍ପୃକ୍ତ ଅଛନ୍ତି। ଏହି କାରବାରର ମୁଖ୍ୟ ପିଣ୍ଟୁ ହୋଇଥିବା ବେଳେ ସେ ପିଙ୍କୁକୁ ମଧ୍ୟ ଏକ ଦେଶୀ ରିଭଲଭର ଦେଇଥିବା ପୋଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ, ଜଗତପୁର ଥାନା ପୋଲିସ ଉପରୋକ୍ତ ମାମଲାରେ ବେଆଇନ ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ତିନି ପେସାଦାର ଅପରାଧିଙ୍କୁ ଗତ ୧୧ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନେ ହେଲେ ଲାଲବାଗ ଥାନା ସେକ ବଜାରର ପ୍ରକାଶ ବେହେରା ଓରଫ ବାବୁଆ (୪୨), ତିର୍ତ୍ତୋଲ ଥାନା ମଙ୍ଗଳା ସାହିର ପ୍ୟାରୀମୋହନ ଦାଶ ଓରଫ ପିଣ୍ଟୁ (୪୧) ଓ ତିର୍ତ୍ତୋଲ ଥାନା କେଉଳୋ ଗ୍ରାମର ମିହିର କୁମାର ରାୟ (୩୯)। ଅଭିଯୁକ୍ତମାନଙ୍କ ନିକଟରୁ ତିନୋଟି ପିସ୍ତଲ ଓ ଗୋଟିଏ ରିଭଲଭର ସହ ବାର ରାଉଣ୍ଡ ଜୀବନ୍ତ ଗୁଳି, ଦୁଇଟି ମୋଟର ସାଇକେଲ ଓ ତିନୋଟି ମୋବାଇଲ ଫୋନ ଜବତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସହିତ ‘ସିକ୍ରେଟ୍‌ ଟାରିଫ୍‌ ଡିଲ୍‌’ କରିବାକୁ ଯାଉଛି ବାଂଲାଦେଶ, ଭାରତ ପାଇଁ ବଢିଲା ଟେନସନ୍‌

ନୂଆଦିଲ୍ଲୀ,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆମେରିକା ସହିତ ଏକ ଗୁପ୍ତ ଟାରିଫ୍‌ ଚୁକ୍ତି କରିବାକୁ ଯୋଜନା କରୁଛି। ଦେଶର ସଂସଦୀୟ ନିର୍ବାଚନର ମାତ୍ର ତିନି ଦିନ ପୂର୍ବରୁ,…

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

ଝିଅ ଜନ୍ମ ହେବା ମାତ୍ରେ ମିଳିବ ୨୧,୦୦୦ ଟଙ୍କା, ପଢିବା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର, ଜାଣନ୍ତୁ ଏହି ଯୋଜନା କ’ଣ…

ନୂଆଦିଲ୍ଲୀ,୬।୨: ଝିଅମାନଙ୍କୁ ଶିକ୍ଷା ଏବଂ ପାଳନପୋଷଣ ପାଇଁ ସରକାର ଅନେକ ଯୋଜନା ଚଳାନ୍ତି। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ରାଜ୍ୟ ସ୍ତରରେ ଅନେକ ଯୋଜନା ଚଳାନ୍ତି, ଯେପରିକି ଉତ୍ତର…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

‘ଆପଣଙ୍କୁ କେବଳ ପବ୍ଲିସିଟି ଦରକାର’, କାହିଁକି ପ୍ରଶାନ୍ତ କିଶୋରଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ? ଜାଣନ୍ତୁ…

ପାଟନା,୬।୨: ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଚ୍ୟାଲେଞ୍ଜ କରି ଏବଂ ନୂତନ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟି ଦ୍ୱାରା ଦାୟର କରାଯାଇଥିବା ଆବେଦନର…

ଅଟୋ ଛାତରେ ବସି କୁକୁରର ସହର ପରିକ୍ରମା, ଭିଡିଓ ଭାଇରାଲ୍

ପୁଣେ,୬।୨: ମହାରାଷ୍ଟ୍ରର ପୁଣେ ସହରରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ସହରର ବ୍ୟସ୍ତବହୁଳ ‘ଡାଙ୍ଗେ ଛକ’ ଅଞ୍ଚଳରେ ଏକ ଚଳନ୍ତା ଅଟୋ-ରିକ୍ସା ଛାତ ଉପରେ ଏକ…

୭ରୁ ଓଡ଼ିଶା-ଜାପାନ ପର୍ବ: ଜାଣନ୍ତୁ ଏହାର ଉଦେଶ୍ୟ

ପୁରୀ,୬ା୨(ଅଜିତ୍‌ କୁମାର ମହାନ୍ତି): ଚଳିତ ମାସ ୭ ଏବଂ ୮ ତାରିଖ ସନ୍ଧ୍ୟାରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିିପ୍‌ ସେଣ୍ଟର ପକ୍ଷରୁ ସ୍ଥାନୀୟ ତାଳବଣିଆ ପଡ଼ିଆରେ ଓଡ଼ିଶା-ଜାପାନ ପର୍ବ ଆୟୋଜନ…

ଭାଙ୍ଗିଗଲାଣି ଶ୍ରେଣୀଗୃହ, ଗଛତଳେ ପଢୁଛନ୍ତି ପିଲା

କେସିଙ୍ଗା/ନର୍ଲା,୬ା୨(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳରେ ଅସ୍ଥାପତି ବିଦ୍ୟାଳୟକୁ ଶିକ୍ଷା ବିଭାଗ ସମେତ ନେତା ବିଧାୟକଙ୍କ ଦୃଷ୍ଟି ଗୋଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri