ବେଆଇନ ବିସ୍ଫୋରକ ସାମଗ୍ରୀ କାରବାର

ରାୟଗଡ଼ା,୩୦।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଜନବସତି ଅଞ୍ଚଳରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ କରାବାର ଚାଲିଥିବା ଅଭିଯୋଗ ହୋଇଛି। ସାଇପ୍ରିୟା ନଗର ଏକ ଭଡ଼ା ଘରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ରଖାଯାଇ ବିଭିନ୍ନ ପଥର କୁଆରୀକୁ ଚାଲାଣ କରାଯାଉଥିଲେ ବି ପୋଲିସ ନିକଟରେ ଏ ନେଇ କୌଣସି ସୂଚନା ନାହିଁ। ଅନ୍ୟପକ୍ଷେ ଏହି ବେଆଇନ ବିସ୍ଫୋରକ କାରବାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କେହି ମୁହଁ ଖୋଲିବାକୁ ସାହସ କରୁନାହାଁନ୍ତି। ମାଓବାଦୀ ପ୍ରବଣ ରାୟଗଡ଼ା ଜିଲାରେ ଜନବସତି ଅଞ୍ଚଳରେ ଏଭଳି ବେଆଇନ କାରବାର ଜନସାଧାରଣଙ୍କ ଜୀବନ ଓ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ସାଇପ୍ରିୟା ନଗର ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଗତ କିଛିମାସ ଧରି ବ୍ୟକ୍ତି ଜଣକ ତେଲେଙ୍ଗାନା ରାଜ୍ୟରୁ ବିସ୍ଫୋରକ ସାମଗ୍ରୀ ଆଣି ଏକ ଭଡ଼ା ଘରେ ଗଚ୍ଛିତ ରଖୁଛନ୍ତି। ପରେ ସେଠାରୁ ଜିଲାର ବିଭିନ୍ନ ପଥର କୁଆଁରିକୁ ପଠାଯାଉଛି। ତେବେ ରାୟଗଡ଼ା ସହର ଏକ ପ୍ରକାର ବାରୁଦ ଗଦା ଉପରେ ରହିଛି। କେତେବେଳେ କୌଣସି ଅଘଟଣ ଘଟିଲେ ଏଥିରେ ବହୁତ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି। ରାୟଗଡ଼ା ଜିଲା ସମେତ ପଡ଼ୋଶୀ କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲାକୁ ମଧ୍ୟ ଏହି ସ୍ଥାନରୁ ପଥର କୁଆରୀ ଲିଜ୍‌ଧାରୀମାନଙ୍କୁ ବିସ୍ଫୋରକ ଯୋଗାଣ ହେଉଥିବା ଜଣାପଡ଼ିଛି। ତେବେ ଜିଲାରେ ଗୁଇନ୍ଦା ବିଭାଗ ରହିଥିଲେ ମଧ୍ୟ ଏହି ବେଆଇନ କାରବାରର କୌଣସି ଖବର ପୋଲିସ ପାଖେ କିପରି ପହଞ୍ଚତ୍ପାରୁ ନାହିଁ ତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ନିୟମ ଅନୁଯାୟୀ, ପଥର କୁଆରିରେ ବିସ୍ଫୋରକ ବ୍ୟବହାର ପାଇଁ ଜିଲାପାଳଙ୍କ ଜୁଡ଼ିସିଆଲ ବିଭାଗରେ ଆବେଦନ କରିବାକୁ ହୁଏ। ଏହାର ତଦନ୍ତ ପାଇଁ ଜିଲାପାଳଙ୍କ ଅଫିସରୁ ଏହା ପୋଲିସ କାର୍ଯ୍ୟାଳୟକୁ ଦିଆଯାଇଥାଏ। ଜିଲା ପୋଲିସ କାର୍ଯ୍ୟାଳୟରୁ ସମ୍ପୃକ୍ତ ଅଞ୍ଚଳର ଥାନାକୁ ତଦନ୍ତ ନିର୍ଦ୍ଦେଶ ହୋଇଥାଏ। ସମସ୍ତ ତଦନ୍ତ ପରେ ପଥର କୁଆରିରେ ବିସ୍ଫୋରକ ବ୍ୟବହାର ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଥାଏ। ସେହିପରି ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖିବା ପାଇଁ ମଧ୍ୟ ସ୍ବତନ୍ତ୍ର ଗୃହ ରହିବା ସହ ଜନବସିତ ଅଞ୍ଚଳଠାରୁ ଦୂରରେ ରହିବା ଆବଶ୍ୟକ। ହେଲେ ସାଇପ୍ରିୟା ନଗରର ଯେଉଁ ସ୍ଥାନରେ ଏହା ଗଚ୍ଛିତ ରଖାଯାଉଛି ସେ ନେଇ କୌଣସ ଅନୁମତି ପୋଲିସ ଦେଇ ନ ଥିବା ଜଣାପଡ଼ିଛି। ଏଭଳିକି ପୋଲିସ କୌଣସି ବ୍ୟକ୍ତିଙ୍କୁ ଲାଇସେନ୍ସ ମଧ୍ୟ ପ୍ରଦାନ କରିନାହିଁ। ଏହି ବିସ୍ଫୋରକ ସାମଗ୍ରୀ କେଉଁ ସ୍ଥାନ ଓ ବ୍ୟକ୍ତିଙ୍କୁ ଯୋଗାଣ ହେଉଛି ତାହା ମଧ୍ୟ ଚିନ୍ତାର ବିଷୟ ପାଲଟିଛି। କାରଣ ରାୟଗଡ଼ା ଜିଲା ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାବେଳେ ଗତ କିଛି ଦିନ ତଳେ ବିଭିନ୍ନ ସରକାରୀ ଯୋଜନାକୁ ବିରୋଧ କରି ନିୟମଗିରି ଅଞ୍ଚଳରେ ମାଓବାଦୀ ପୋଷ୍ଟର ଲାଗିଥିଲା। ଏଭଳି ସ୍ଥିତିରେ ବେଆଇନ ବିସ୍ଫୋରକ ସାମଗ୍ରୀ ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟି କରିଛି। ଏ ସମ୍ପର୍କରେ ରାୟଗଡା ଏସଡିପିଓ ଦେବଜ୍ୟୋତି ଦାସଙ୍କୁ ପଚାରିବାରୁ ଏହିଭଳି ବେଆଇନ କାର୍ଯ୍ୟର ଅନୁସନ୍ଧାନ କରାଯାଇ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅପରପକ୍ଷେ ବିସ୍ଫୋରକ ସାମଗ୍ରୀ ପାଇଁ କୋରାପୁଟସ୍ଥିତ ଡେପୁଟି ଫାୟାର ଅଫିସର ଅନୁମତି ପ୍ରଦାନ କରିଥାନ୍ତି। ଏହାପରେ ସେଠାରୁ ସମ୍ପୃକ୍ତ ଅଞ୍ଚଳ ଅଗ୍ନିଶମ ବିଭାଗକୁ ସୂଚନା ପ୍ରଦାନ କରାଯାଇଥାଏ। ହେଲେ ରାୟଗଡା ସହର ଭିତରେ ଏହିଭଳି ବିସ୍ଫୋରକ ଗୋଦାମ କରିଥିବା ନେଇ ଆମକୁ କୌଣସି ସରକାରୀ ସୂଚନା ନାହିଁ ବୋଲି ରାୟଗଡା ସହକାରୀ ଅଗ୍ନିଶମ ଅଧିକାରୀ ସଂଗ୍ରମା ହାଂସଦା କହିଛନ୍ତି। ତେଣୁ ଜିଲା ପ୍ରଶାସନ ଓ ବରିଷ୍ଠ ପୋଲିସ ଅଧିକାରୀ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri