ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ ଡ୍ରାଇଭର ଲାଇସେନ୍ସ ରଖିଥିବାବେଳେ ସେମିଟ୍ରକ୍ ଚଳାଉଥିଲେ। ବର୍ଡର ପାଟ୍ରୋଲେ ଏଜେଣ୍ଟମାନେ କାଲିଫର୍ନିଆର ଏଲ୍ ସେଣ୍ଟ୍ରୋ ସେକ୍ଟରରୁ ୪୯ ବେଆଇନ ପ୍ରବାସୀଙ୍କୁ ଧରିଛନ୍ତି, ଯାହାଙ୍କ ମଧ୍ୟରେ ୩୦ ଭାରତୀୟ ରହିଛନ୍ତି। ଅନ୍ୟ ଅଭିଯୁକ୍ତମାନେ ଏଲ୍ ସଲ୍ଭାଡର, ଚାଇନା, ଏରିଟ୍ରିଆ, ହାଇତି, ହଣ୍ଡୁରାସ, ମେକ୍ସିକୋ, ରୁଷିଆ, ସୋମାଲିଆ, ତୁର୍କୀ ଓ ୟୁକ୍ରେନ୍ ନାଗରିକ ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ନଭେମ୍ବର ୨୩ରୁ ଡିସେମ୍ବର ୧୨ ମଧ୍ୟରେ ଯାଞ୍ଚ ବେଳେ ଧରାପଡ଼ିଥିଲେ।
Dharitri – The Largest & Most Trusted Odia Daily


