ବେଆଇନ ଗାଡ଼ି ଚାଳନା : ପ୍ରଥମ ଦିନରେ ଧରାପଡ଼ିଲେ ୧୪ ନାବାଳକ

ଛତ୍ରପୁର/ଭଞ୍ଜନଗର/ପାରଳାଖେମୁଣ୍ଡି,୨୯।୩(ଡି.ଏନ୍‌.ଏ): ରାଜ୍ୟ ସରକାରଙ୍କ ପକ୍ଷରୁ ବେଆଇନ ନାବାଳକ ବାଇକ ଚଳାଇବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଏନେଇ ଗଞ୍ଜାମ ଓ ଭଞ୍ଜନଗର ଆରଟିଓ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରି ୧୪ ନାବାଳକଙ୍କୁ ଧରାଯାଇଛି। ଗଞ୍ଜାମ ଆରଟିଓ ପକ୍ଷରୁ ୪ଟିମ ଗଠନ କରି ୧୨ ଜଣ ଓ ଭଞ୍ଜନଗର ପରିବହନ ବିଭାଗ ଗୋଟିଏ ଟିମ କରି ୨ ଜଣକୁ ଧରିଥିବା ଆରଟିଓ ପକ୍ଷରୁ କୁହାଯାଇଛି। ଜଣେ ପିଛା ୨୫ ହଜାର ଲେଖାଏଁ ଜରିମାନା ପକାଯାଇଛି । ସେମାନଙ୍କ ଅଭିଭାବକଙ୍କୁ ଡକାଯାଇ କାଉନସିଲିଂ କରାଯିବ ବୋଲି ଆରଟିଓ ଗଞ୍ଜାମ ମାନସ ରଞ୍ଜନ ସାହୁ ସୂଚନା ଦେଇଛନ୍ତି। ଏହି ଧରପଗଡ଼ ଜାରି ରହିବ ବୋଲି ସୂଚନା ଦେଇଛନ୍ତି।
ସେହିପରି ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ କେଏସ୍‌ୟୁବି କଲେଜ ସମେତ ଅଞ୍ଚଳର ବିଭିନ୍ନ ସ୍ଥାନରେ ମଙ୍ଗଳବାର ୧୮ ବର୍ଷରୁ କମ୍‌ ଗାଡ଼ିଚାଳକଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏହି ସମୟରେ ୨ଜଣ ଛାତ୍ର ବେନିୟମ ଭାବେ ଗାଡ଼ି ଚଳାଉଥିବା ଅଭିଯୋଗରେ ତାଙ୍କ ଅଭିଭାବକଙ୍କୁ ନୋଟିସ୍‌ ପଠାଯାଇଛି। ଏଥିସହ ଜରିମାନା ପକାଯାଇଛି । ପୂର୍ବରୁ କଲେଜରେ ପଢ଼ୁଥିବା ୧୮ ବର୍ଷରୁ କମ୍‌ ଛାତ୍ରୀଛାତ୍ରମାନେ ବେନିୟମ ଭାବେ ଗାଡ଼ି ଚଳାଉଥିଲେ। ବର୍ତ୍ତମାନ ଭଞ୍ଜନଗର ସହରରେ ଥିବା କେତେକ ଘରୋଇ ହାଇସ୍କୁଲର ଛାତ୍ରୀଛାତ୍ରମାନେ ମଧ୍ୟ ବେନିୟମ ଭାବେ ଗାଡ଼ିରେ ଯିବା ଆସିବା କରୁଛନ୍ତି। ଅପରପକ୍ଷେ ଦୁର୍ଘଟଣା ହ୍ରାସ କରିବା ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍କୁଲ, କଲେଜରେ ସଚେତନତା କାର୍ଯ୍ୟକ୍ରମ ବାରମ୍ବାର କରାଯାଉଛି। ନାବାଳକମାନେ ଗାଡ଼ି ଚଳାଉଥିବା ସମୟରେ ଧରାପଡ଼ିଲେ ସେମାନଙ୍କ ଅଭିଭାବକଙ୍କୁ ଜେଲ ଏବଂ ଜରିମାନା ବ୍ୟବସ୍ଥା ଅଛି। ଯେଉଁ ନାବାଳକ ଗାଡ଼ି ଚଳାଉଥିବେ ଧରାପଡ଼ିଲେ ତାଙ୍କର ଡ୍ରାଇଭିଂ ଲାଇନ୍ସେ ୨୫ ବର୍ଷ ପାଇଁ ରଦ୍ଦ କରାଯିବା ସହ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ଥିବା କହିଛନ୍ତି ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ। ଗଞ୍ଜାମ ଜିଲାରେ ୨୦୨୨ରେ ସଡ଼କ ଦୁର୍ଘଟଣା ରେ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ, ଯାହାକି ରାଜ୍ୟରେ ପ୍ରଥମ।
ସେହିପରି ଗଜପତି ଜିଲାରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମଙ୍ଗଳବାର ମିଳିତ ଯାଞ୍ଚ କରାଯାଇଛି। ଏହି ସମୟରେ ଆମାନିୟାଙ୍କଠାରୁ ମୋଟ ୨୨୮,୮୮୦ ଜରିମାନା ଆଦାୟ ହୋଇଛି। ଏ ନେଇ ମୋଟ ୪୫ ମାମଲା ରୁଜୁ ହୋଇଥିଲେ ମଧ୍ୟ କେହି ନାବାଳକ ନଥିବା କୁହାଯାଇଛି।
ସ୍କୁଲ ଓ କଲେଜରେ ପଢୁଥିବା ଛାତ୍ରୀଛାତ୍ର ବିପଦଜନକ ଭାବେ ସ୍କୁଟି, ବାଇକ ଚଳାଉଥିବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହି ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଫଳ ସ୍ବରୂପ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri