ଗଜପତି,୧୪ା୧୦(ଗିରିଧାରୀ ପରିଚ୍ଛା): ବେଆଇନ ବାଣ ବିକ୍ରି ନେଇ ପାରଳାଖେମୁଣ୍ଡି ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ କରିଛି।
ଏହି ଦୁଇ ଦୋକାନର ଦୁଇଟି ଗୋଦାମ ପାରଳାଖେମୁଣ୍ଡି ସହରର ରେଲି ସାହିରେ ରହିଛି। ପୋଲିସ ଏହି ଦୁଇଟି ଗୋଦାମ ଉପରେ ମଧ୍ୟ ଚଢ଼ାଉ କରି ପ୍ରାୟ ୫୦ଲକ୍ଷ ଟଙ୍କାର ବାଣ ଜବତ କରିଛି। ତେବେ ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନାହିଁ। ବର୍ତ୍ତମାନ ପୋଲିସ ଏହି ଦୁଇ ଦୋକାନ ଏବଂ ଗୋଦାମରେ ମହଜୁଦ୍ ଥିବା ବାଣକୁ ଆକଳନ କରୁଛି। ଏହାପରେ ବେଆଇନ ବାଣ କାରବାରରେ ଯେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ଜତୀନ୍ଦ୍ର କୁମାର ପଣ୍ଡା କହିଛନ୍ତି।


