କୁଟୀରଶିଳ୍ପରେ ପରିଣତ ହେଲାଣି ବେଆଇନ ଇଟାଭାଟି

ଢେଙ୍କାନାଳ,୧୧ା୨(ରତନ ନାୟାର)ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକର କଣ୍ଟାବଣିଆ ଥାନା ଓ ମୋଟଙ୍ଗା ଥାନା ମଧ୍ୟରେ ଥିବା ବ୍ରାହ୍ମଣୀ ନଦୀକୂଳ ଅଞ୍ଚଳରେ ଚାଲିଛି ବେଆଇନ ନାଲି ଇଟାଭାଟି ବେପାର। ବହୁ ପରିମାଣର ଇଟାଭାଟି ଏଠାରେ ଥିବାବେଳେ ଦୈନିକ ନୂଆ ନୂଆ ଭାଟି କରାଯାଇ ଇଟା ପୋଡ଼ାଯାଉଛି। ଦୀର୍ଘଦିନ ହେଲା ଏହି ବେଆଇନ ବେପାର ଏଠାରେ ଜାରି ରହିଥିବାରୁ ଏହା ଏକ କୁଟୀର ଶିଳ୍ପରେ ପରିଣତ ହୋଇଥିବା କୁହାଯାଉଛି।
ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ବ୍ରାହ୍ମଣୀ ନଦୀ କୂଳ ଅଞ୍ଚଳରେ ବେଆଇନ ଇଟା ଭାଟି ଗଢ଼ିଉଠିବା ନୂଆ ନୁହେଁ। ବର୍ଷ ବର୍ଷ ଧରି ଅନେକ ପ୍ରଭାବଶାଳୀ ବ୍ୟକ୍ତି ଏହି କାରବାର ସହିତ ସମ୍ପୃକ୍ତ ରହିଛନ୍ତି। ଏହି ବେଆଇନ କାରବାର ସମ୍ପର୍କରେ ପ୍ରଶାସନ, ଶ୍ରମ ବିଭାଗ ଓ ପୋଲିସ ନିକଟରେ ଖବର ରହିଛି। କିନ୍ତୁ କଁା ଭଁା କେତେବେଳେ ଚଢ଼ାଉକୁ ବାଦ୍‌ ଦେଲେ କୌଣସି କଡ଼ା କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏପରି କି ୨୦୨୩ ଡିସେମ୍ବର ୧୫ ରୁ ୨୦୨୪ ଫେବୃଆରୀ ୧୦ ମଧ୍ୟରେ ଅଘଟଣ ଘଟି ୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ତଥାପି ପୋଲିସ, ଶ୍ରମ ବିଭାଗ ଓ ପ୍ରଶାସନର ଚେତା ପଶୁନାହିଁ। ବିଶେଷକରି ସ୍ଥାନୀୟ ଅଞ୍ଚଳର ରାଜସ୍ବ ନିରୀକ୍ଷକ ଏଭଳି ବେଆଇନ କାର୍ଯ୍ୟପ୍ରତି ଆଖି ବନ୍ଦ କରିଦେଇଛନ୍ତି। ଏହାର ସୁଯୋଗ ନେଇ ସମ୍ପୃକ୍ତ ଭାଟି ମାଲିକମାନେ ଏହି ବେଆଇନ କାରବାରକୁ ଅଧିକରୁ ଅଧିକ ବଢ଼ାଇ ଚାଲିଛନ୍ତି। ଏହି ବେଆଇନ ଇଟାଭାଟି ମାଲିକମାନେ ବେଶ୍‌ ପ୍ରଭାବଶାଳୀ ହୋଇଥିବାରୁ ରାଜସ୍ବ ବିଭାଗ ଠାରୁ ଆରମ୍ଭ କରି ପ୍ରଶାସନ ଓ ଶ୍ରମ ବିଭାଗ ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଉଛି। କମଳାଙ୍ଗ ଦୁର୍ଗାପୁରସ୍ଥିତ ଏକ ବେଆଇନ ନାଲି ଇଟାଭାଟିରେ ଶନିବାର ୩ ଶ୍ରମିକଙ୍କ ମୃତ୍ୟୁ ଘଟଣା ପରେ ସେଠାରେ କାମ କରୁଥିବା ପ୍ରାୟ ୧୫ଜଣ ଶ୍ରମିକ ଭୟଭୀତ ହୋପଡ଼ିଛନ୍ତି। ସେମାନେ ପରିବାର ଓ ପିଲାଙ୍କୁ ଧରି ଅତି ବିପଦପୂର୍ଣ୍ଣ ଭାବେ ଛୋଟ ଛୋଟ ଟୁଙ୍ଗି ଘରେ ରହି ଇଟାଭାଟିରେ କାମ କରୁଥିବାରୁ ଅଘଟଣର ଆଶାଙ୍କା ରହିଛି। ଅନ୍ୟପଟରେ ଉକ୍ତ ବାଟଦେଇ ଅଧିକାଂଶ ସମୟରେ ହାତୀପଲ ବ୍ରାହ୍ମଣୀ ନଦୀ ପାର ହେଉଥିବାରୁ ଏହା ମଧ୍ୟ ଶ୍ରମିକମାନଙ୍କୁ ଅଧିକ ଭୟଭୀତ କରିଦେଉଛି। କେଉଁ ସ୍ବାର୍ଥରେ ପ୍ରଶାସନ, ପୋଲିସ ଓ ଶ୍ରମ ବିଭାଗ ଏପରି ବେଆଇନ ଇଟାଭାଟି ମାଲିକମାନଙ୍କୁ ଅନୁକମ୍ପା ଦେଖାଉଛି, ତାହା ତଦନ୍ତ ସାପେକ୍ଷ। ଘଟଣା ସମ୍ପର୍କରେ ଓଡ଼ାପଡ଼ା ତହସିଲଦାର ମହେଶ୍ୱର ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ କିଛି କହିପାରିବେ ନାହିଁ ବୋଲି କହିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ରବିବାର ଠାରୁ ଯୋଜନାବଦ୍ଧ ଭାବରେ ପୋଲିସ ସହଯୋଗରେ ବେଆଇନ ଇଟାଭାଟି ଉପରେ ଚଢ଼ାଉ ହେବ ବୋଲି ଜିଲାପାଳ ମନୋରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିଙ୍କ ସହିତ ମଧ୍ୟ ଆଲୋଚନା ହୋଇଛି ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।

ବେଆଇନ ଇଟା ଭାଟିରେ ଛତିଶଗଡ଼ରୁ ଆସି ଶ୍ରମିକ ଭାବେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଯଦୁ ପ୍ରସାଦ କୁହନ୍ତି, ୧୫ଦିନ ହେଲା ଆମେ ଗୋଟିଏ ଗ୍ରାମରୁ ଆସି ପ୍ରାୟ ୧୫ଜଣ ଏଠାରେ ଶ୍ରମିକ ଭାବେ କାମ କରୁଛୁ। ସପ୍ତାହକୁ ସପ୍ତାହ ଆମକୁ ମଜୁରି ମିଳେ। ଏହି ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁ ତାରବାଡ଼ ଲଗାଯାଇଛି। ଏହି ଟୁଙ୍ଗି ଘରେ ଆମେ ରହୁଛୁ। ଶୁକ୍ରବାର ସନ୍ଧ୍ୟାରେ ଶ୍ରମିକ ମେଘନାଦ, ତାଙ୍କ ସ୍ତ୍ରୀ ନିରା, ସାନପୁଅ ଜିତୁ ଓ ବଡପୁଅ ଶିବଦାସ ଏକ ନୂଆ ଭାଟିରେ ନିଆଁ ଲଗାଇଥିଲେ। ପରେ ହାତୀ ଭୟରେ ଉପରେ ଚଢ଼ି ଘୋଡେଇ ହୋଇ ଶୋଇପଡିଥିଲେ। ଧୂଆଁରେ ଅଣନିଃଶ୍ୱାସୀ ହୋଇ ସେମାନଙ୍କ ମୃତ୍ୟୁ ଘଟିଛି ବୋଲି ଯଦୁ ପ୍ରସାଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri