ବେଆଇନ କଳାପଥର ଉତ୍ତୋଳନ ଅଣାୟତ୍ତ

ଯାଜପୁର ଅଫିସ,୧୭ା୪: ବର୍ତ୍ତମାନ ଜିଲାରେ ଖରାର ପ୍ରକୋପ ଜାରି ରହିଛି। ଏଭଳିସ୍ଥଳେ ପାନୀୟ ଜଳ ସମସ୍ୟାର ମୁକାବିଲା ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଛି। ଗାଁ ଲୋକଙ୍କ ଶୋଷ ମେଣ୍ଟାଇବାକୁ ରିପୋର୍ଟରେ ଜିଲାର ବିଭିନ୍ନ ଗ୍ରାମରେ ପାନୀୟ ଜଳ ସୁବିଧା ପାଇଁ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଉଥିବା, ସେଥିରୁ ଅନେକ କାର୍ଯ୍ୟକ୍ଷମ ହୋଇଥିବା ଓ ଅନେକର କାମ ଚାଲିଥିବା ଉଲ୍ଲେଖ ରହିଛି । ହେଲେ କେତେକ କ୍ଷେତ୍ରରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ରିପୋର୍ଟ ଏବଂ ବାସ୍ତବତା ମଧ୍ୟରେ ତାଳମେଳ ରହୁନାହିଁ।
ଜିଲାରେ କାର୍ଯ୍ୟକାରୀ ହେଉଥିବା ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ବିଳମ୍ବ ହେଉଥିବାବେଳେ ନିର୍ଦ୍ଧାରିତ ଖର୍ଚ୍ଚ ପରିମାଣ ବଢୁଛି। ହେଲେ କାମ ସରିବାର ନଁା ଧରୁନାହିଁ। ଏହାର ଗଭୀର ପ୍ରଭାବ ଲଘୁ ଖଣିଜ ଦ୍ରବ୍ୟ ଅଞ୍ଚଳରେ ଦେଖିବାକୁ ମିଳିଛି। ଆଇନ ଅନୁସାରେ ଖଣିଗୁଡ଼ିକୁ ପୋତା ଯାଉ ନ ଥିବାରୁ ଭୂତଳ ଜଳସ୍ତର ହ୍ରାସ ହେବା ସହ ପାନୀୟ ଜଳ ସମସ୍ୟା ଉକତ୍ଟ ହେବାରେ ଲାଗିଛି ବୋଲି ଅଭିଯୋଗ ହେଉଛି। ଏହାସହ ଅଣଲିଜ୍‌ ଖାଦାନଗୁଡ଼ିକରୁ କମ୍‌ ସମୟରେ ଅଧିକ ଉତ୍ତୋଳନ କରିବା ଲକ୍ଷ୍ୟ ନେଇ ବେଆଇନ ବ୍ଳାଷ୍ଟିଂ ଅଣାୟତ୍ତ ହୋଇଛି।
ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଧୀନ କଳାପଥର ଖାଦାନଗୁଡ଼ିକରେ ପ୍ରାୟ ୧୫୦ ଫୁଟ ପର୍ଯ୍ୟନ୍ତ ଖୋଳି ଗ୍ରାନାଇଟ ପଥର ଉତ୍ତୋଳନ ହୋଇଥିବାରୁ ଭୂତଳ ଜଳସ୍ତର ବହୁ ନିମ୍ନଗାମୀ ହୋଇଛି। ଖଣି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଉକ୍ତ ଖଣିକୁ ପୋତା ଯାଉନାହିଁ। ଜିଲା ପ୍ରଶାସନ କେବଳ ଖୋଲା ଖଣିର ହିସାବ ମାଗି ନିଜର ଦାୟିତ୍ୱ ସମ୍ପାଦନ କରିଛି। ସାଟେଲାଇଟ୍‌ ମାପଚୁପ କରି ଜରିମାନା ପାଇଁ ଡିମାଣ୍ଡ ନୋଟିସ ଜାରି କରିଛି। ହେଲେ ସମ୍ପୃକ୍ତ ଲିଜଧାରୀଙ୍କଠାରୁ ଏଯାଏ ସମ୍ପୂର୍ଣ୍ଣ ଜରିମାନା ଆଦାୟ ହୋଇ ପାରିନାହିଁ। ଅନ୍ୟପକ୍ଷେ ଜରିମାନା ଆଦାୟରେ ତହସିଲ ପ୍ରଶାସନ ରଫାଦଫା କରିଥିବା ମଧ୍ୟ ଅଭିଯୋଗ ହେଉଛି। ଧର୍ମଶାଳା ତହସିଲ ଅଞ୍ଚଳରେ ୮୫ଟି କଳାପଥର ଖାଦାନ ରହିଛି। ସେଥିରୁ ୩୭ଟି ଲିଜ୍‌ ଦିଆଯାଇଛି। ତେବେ ଲିଜ୍‌ ଖାଦାନଗୁଡ଼ିକରୁ ନାମକୁମାତ୍ର ଉତ୍ତୋଳନ ହେଉଥିବାବେଳେ ଲିଜ୍‌ ଦିଆଯାଇ ନ ଥିବା ଖାଦାନଗୁଡ଼ିକରୁ ବିପୁଳ କଳାପଥର ଲୁଟ୍‌ କରାଯାଉଛି। ଏହି କାରବାରରେ ତହସିଲ, ପୋଲିସ ବିଭାଗର ଅଧିକାରୀମାନେ ସମ୍ପୃକ୍ତି ଥିବା କୁହାଯାଉଛି। ସେହିପରି ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି(ଏସିଡିସି) ବୈଠକରେ ଲଘୁ ଖଣିଜ ଦ୍ରବ୍ୟ ବେଆଇନ ଉତ୍ତୋଳନକାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ସହ ବହୁ ପରିମାଣରେ ଜରିମାନା ଆଦାୟ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସେତେବେଳେ ଏହି ନିଷ୍ପତ୍ତିକୁ ସାଧାରଣରେ ବିପୁଳ ଭାବେ ସ୍ବାଗତ କରାଯାଇଥିଲା। କିନ୍ତୁ ଏହି ନିଷ୍ପତ୍ତି କେବଳ ଲୋକଦେଖାଣିଆ ବୋଲି ଏବେ ପ୍ରମାଣିତ ହୋଇଛି। ବେଆଇନ କଳାପଥର ଉତ୍ତୋଳନ ଏଠାରେ ସୀମା ଲଂଘିଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ପୁଣି ସରକାରୀ ଭାବେ ଶର୍ଟ ହୋଲ୍‌ ଡ୍ରିଲ୍‌ ଓ ଲଙ୍ଗ୍‌ ହୋଲ୍‌ ଡ୍ରିଲ କରିବାକୁ ନିୟମ ରହିଛି। ଖଣି ବିଭାଗ ଏଥିପାଇଁ ଅନୁମତି ମଞ୍ଜୁର କରିଥାଏ। ଲଙ୍ଗ୍‌ ହୋଲ୍‌ ଡ୍ରିଲ୍‌ରେ ସର୍ବାଧିକ ୬ ମିଟର ପର୍ଯ୍ୟନ୍ତ ଗାତ କରିପାରିବେ। ଶର୍ଟ ହୋଲ୍‌ ଡ୍ରିଲରେ ୧ରୁ ଦେଢ଼ମିଟର ଗାତ ଖୋଲି ଡ୍ରିିଲିଂ କରିବାକୁ ନିୟମ ରହିଛି। କିନ୍ତୁ ଏହିସବୁ ନୀତି ନିୟମକୁ ଭ୍ରୂକ୍ଷେପ ନ କରି ଭୂତଳ ଜଳସ୍ତର ପର୍ଯ୍ୟନ୍ତ ଗାତ ଖୋଳି ଡ୍ରିଲିଂ କରାଯାଉଛି। ଫଳସ୍ବରୂପ ଡଙ୍କାରୀ, ମଧୁପୁରଗଡ଼, କୁକୁଡ଼ାଖାଲି, ଭୁବନପୁର, ପନ୍ତୁରୀ, ରଗଡ଼ିପସି, ଚଢ଼େଇଧରା, ପଇତରା, ଦୌଲତପୁର, ଗୋଗରସରା, ବରଡ଼ା, ଝାଟିଆପଡ଼ା, କୁରିକଣା, ବାଟିଯୋଡ଼ା, ବାରମାଣ, ଚଡ଼କମରା, ସାହାଣିଡ଼ିହ, ଅଣ୍ଟିଆ, କମାଗଡ଼, ଭରତପୁର, ପଛୁଖୁଣ୍ଡି, ଇଚ୍ଛାପୁର, ବେଢ଼ା ପ୍ରଭୃତି ଗ୍ରାମବାସୀ ଏଥିଯୋଗୁ ପ୍ରଭାବିତ ହେଉଛନ୍ତି। ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ନଳକୂପଗୁଡ଼ିକରୁ ଆବଶ୍ୟକ ପାଣି ବାହାରୁନାହିଁ। କେତେକ ନଳକୂପରେ ୨୦ରୁ ୩୦ ଥର ହ୍ୟାଣ୍ଡଲ ମାରିଲେ ଯାଏ ପାଣି ବାହାରୁଛି, ତାହା ପୁଣି ବହୁତ କମ୍‌। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri