ସହରରୁ ହଟିବ ଜବରଦଖଲ

ଢେଙ୍କାନାଳ ଅଫିସ, ୨୯।୬ – ଢେଙ୍କାନାଳ ସହରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ କବ୍‌ଜା କରି ବସିଛନ୍ତି ଜବରଦଖଲକାରୀ। ଟ୍ରାଫିକ୍‌ ସମସ୍ୟା ଅଣାୟତ୍ତ ହେଲାଣି। ସେମାନଙ୍କୁ ହଟାଇବା ଲାଗି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ଏମ୍‌ପି ମହେଶ ସାହୁ। ସରକାରୀ ଜାଗା ମାଡ଼ି ବସିଥିବା ବ୍ୟକ୍ତି ଏବଂ ବ୍ୟବସାୟୀଙ୍କୁ ତୁରନ୍ତ ଉଚ୍ଛେଦ କରିବାକୁ ସେ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲାର ବିକାଶ ତ୍ୱରାନ୍ବିତ କରିବା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖି ଲୋକଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଲକ୍ଷ୍ୟରେ ମଙ୍ଗଳବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ଜିଲା ଉନ୍ନୟନ ସମନ୍ବୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ। ଏଥିରେ ଏମ୍‌ପି ଅଧ୍ୟକ୍ଷତା କରି କଲେଜ ରୋଡ୍‌, ଦକ୍ଷିଣକାଳୀ ରୋଡ୍‌, ଜଗନ୍ନାଥ ରୋଡ୍‌, ବାଜିଚୌକ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରୁ ଜବରଦଖଲ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ସମସ୍ତ ଯୋଜନାର ସଫଳ ରୂପାୟନ, କାର୍ଯ୍ୟରେ ସ୍ବଚ୍ଛତା, ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଚାଷୀ ଏବଂ ହିତାଧିକାରୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନରେ ରାଜ୍ୟରେ ୩୦ତମ ସ୍ଥାନରେ ରହିଛି ଢେଙ୍କାନାଳ। ତେଣୁ କୃଷିର ବିକାଶ ଲାଗି ଅଧିକ ଋଣ ପ୍ରଦାନ କରିବାକୁ ଲିଡ୍‌ ବ୍ୟାଙ୍କ ମ୍ୟାନେଜରଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ସ୍ବୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନରେ ଜିଲା ୪ର୍ଥ ସ୍ଥାନରେ ରହିଛି। ଏଥିରେ ଉନ୍ନତି ଆଣିବା ଲାଗି ପରାମର୍ଶ ଦିଆଯାଇଛି। କରୋନା ସମୟରେ ମିଳିଥିବା ଅନୁଦାନ ଅର୍ଥରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନାହିଁ। ପୁରୁଣା କାର୍ଯ୍ୟ ତୁରନ୍ତ ସାରିବାକୁ ଏମ୍‌ପି ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍‌ କରିଛନ୍ତି। ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ଠିକ୍‌ କାର୍ଯ୍ୟକାରିତା, ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ଏବଂ କର୍ମଚାରୀ ନିଯୁକ୍ତି ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ବିଧାୟକ ସୁଧୀର କୁମାର ସାମଲ ଆଲୋଚନାରେ ଭାଗନେଇ ସରକାରୀ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି ଅଧିକାରୀ ଏବଂ ଜନପ୍ରତିନିଧିମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ କହିଥିଲେ। ଜିଲାପାଳ ସରୋଜ କୁମାର ସେଠୀ ଜନ ପ୍ରତିନିଧି-ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରକ୍ଷାକୁ ଗୁରୁତ୍ୱ ଦେଇଥିଲେ। ୨୦୨୪ ମାର୍ଚ୍ଚ ସୁଦ୍ଧା ଜିଲାରେ ସମସ୍ତ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ, ଉଦ୍ୟାନ କୃଷି ଯୋଜନାରେ ୩୦ ହେକ୍ଟର ଜମିରେ ନଡ଼ିଆ, ପିଜୁଳି, ଅମୃତଭଣ୍ଡା, କଦଳୀ ଚାଷ କରାଯିବ ବୋଲି ସୂଚନା ଦିଆଯାଇଛି। ଏଥିସହ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ, ଶିକ୍ଷା ଯୋଜନାରେ ଛାତ୍ରୀଛାତ୍ରଙ୍କୁ ଅନ୍ତର୍ଭୁକ୍ତ କରିବା, ଅଧିକରୁ ଅଧିକ ବନୀକରଣ, ବିଦ୍ୟାଳୟରେ ପୋଷଣ ବଗିଚା ସୃଷ୍ଟି ଆଦି ବିଷୟରେ ଆଲୋଚନା କରାଯାଇଥିଲା।
ବୈଠକରେ ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଡିଏଫ୍‌ଓ ଡା. ପ୍ରକାଶଚାନ୍ଦ ଗୋଗିନେନି, ପିଡି ଡିଆର୍‌ଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ପିଡି ଡିଆର୍‌ଡିଏ ସରୋଜ କୁମାର ଦତ୍ତଙ୍କ ସମେତ, ସମସ୍ତ ବ୍ଲକ, ଏନ୍‌ଏସିର ଅଧ୍ୟକ୍ଷା ଅଧ୍ୟକ୍ଷ, ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri