କାବୁ ହେଲା ଅସୁସ୍ଥ କଲରାପତରିଆ

ନୂଆପଡ଼ା,୧୭।୪(ଡି.ଏନ୍‌.ଏ.): କିଛିଦିନ ଧରି ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏଥିରୁ ଜୀବଜନ୍ତୁ ମଧ୍ୟ ବାଦ୍‌ ପଡ଼ି ନାହାନ୍ତି। ଜଙ୍ଗଲରେ ଆବଶ୍ୟକ ପରିମାଣର ପାଣି ମିଳୁ ନ ଥିବା କାରଣରୁ ଜୀବଜନ୍ତୁ ଅସୁସ୍ଥ ମଧ୍ୟ ହେଉଛନ୍ତି। ନୂଆପଡ଼ା ଜଙ୍ଗଲରେ ଏକ କଲରାପତରିଆ ବାଘକୁ ରବିବାର ବନ ବିଭାଗ ପକ୍ଷରୁ କାବୁ କରାଯାଇଛି। ବାଘଟି ଅସୁସ୍ଥ ଥିବାରୁ ଠିକ୍‌ ଭାବେ ଚାଲିପାରୁ ନାହିଁ। ତେଣୁ ତା’ର ଚିକିତ୍ସା ଆରମ୍ଭ କରାଯାଇଛି।

ନୂଆପଡ଼ା ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଧରମବନ୍ଧା ସେକ୍ସନରେ ଏକ କଲରାପତରିଆ ବାଘକୁ ଉଦ୍ଧାର କରାଯାଇଛି। ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ବାଘଟି ଅସୁସ୍ଥ ରହିଛି ଏବଂ ଠିକ୍‌ଭାବେ ଚାଲିପାରୁ ନ ଥିବା ବନ ବିଭାଗ ପକ୍ଷରୁ କୁହାଯାଉଛି। ସିଳିଆରିବାହାରା ଗ୍ରାମ ନିକଟରେ ବାଘଟିକୁ ଲୋକମାନେ ଦେଖି ଭୟଭୀତ ହେବା ସହ ବନ ବିଭାଗକୁ ଖବର ଦେଇଥିଲେ। ଅତିରିକ୍ତ ବନ ସଂରକ୍ଷକ (ଏସିଏଫ୍‌) ମହମ୍ମଦ ସଲିହା, ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ସୁଶୀଲ କୁମାର ତ୍ରିପାଠୀ ଓ ଅନ୍ୟ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଜିଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ସଚ୍ଚିଦାନନ୍ଦ ପଣ୍ଡା ସଦଳବଳ ପହଞ୍ଚତ୍ ବାଘର ପ୍ରାଥମିକ ଚିକିତ୍ସା କରିଥିଲେ। ବାଘକୁ ଅଂଶୁଘାତ ହୋଇଥିବା ସନ୍ଦେହକରି ପାଣି ଫୋପାଡ଼ି ଥିଲେ। ବାଘ ସାମାନ୍ୟ ସୁସ୍ଥ ହେବା ପରେ ଜାଲ ବିଛାଇ ଧରାଯାଇ ନୂଆପଡ଼ା ରେଞ୍ଜ ଅଫିସକୁ ଅଣାଯାଇଥିଲା। ବର୍ତ୍ତମାନ ବାଘର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଡିଏଫ୍‌ଓ ତ୍ରିପାଠୀ କହିଛନ୍ତି। ବାଘର ବୟସ ୮ ମାସରୁ ୧ ବର୍ଷ ମଧ୍ୟରେ ହେବ। ବାଘକୁ ୨ ରୁ ୩ ଦିନ ବନବିଭାଗର ତତ୍ତ୍ୱାବଧାନରେ ରଖାଯାଇ ଚିକିତ୍ସା କରାଯିବ। ସୁସ୍ଥ ହେବା ପରେ ଘଞ୍ଚ ଜଙ୍ଗଲ ମଧ୍ୟରେ ତାକୁ ଛଡ଼ାଯିବ । ବାଘ କୌଣସି ବିଷାକ୍ତ ଖାଦ୍ୟ ଖାଇଥାଇପାରେ କିମ୍ବା ଅତ୍ୟଧିକ ଗରମରେ ଅଂଶୁଘାତ ଯୋଗୁ ବାଘ ଅସୁସ୍ଥ ହୋଇଥିବା ଡିଏଫ୍‌ଓ କହିଛନ୍ତି।
ସୂଚନାନୁସାରେ ଗତ କିଛି ଦିନ ହେବ ଜଙ୍ଗଲ ସୀମାନ୍ତ ଗ୍ରାମଗୁଡ଼ିକରେ କଲରାପତରିଆ ବାଘର ଆତଙ୍କରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିଲେ। ଗୃହପାଳିତ ପ୍ରାଣୀକୁ ବାଘ ଖାଇବାର ଅଭିଯୋଗ ହୋଇଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri