କାବୁ ହେଲା ଅସୁସ୍ଥ କଲରାପତରିଆ

ନୂଆପଡ଼ା,୧୭।୪(ଡି.ଏନ୍‌.ଏ.): କିଛିଦିନ ଧରି ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏଥିରୁ ଜୀବଜନ୍ତୁ ମଧ୍ୟ ବାଦ୍‌ ପଡ଼ି ନାହାନ୍ତି। ଜଙ୍ଗଲରେ ଆବଶ୍ୟକ ପରିମାଣର ପାଣି ମିଳୁ ନ ଥିବା କାରଣରୁ ଜୀବଜନ୍ତୁ ଅସୁସ୍ଥ ମଧ୍ୟ ହେଉଛନ୍ତି। ନୂଆପଡ଼ା ଜଙ୍ଗଲରେ ଏକ କଲରାପତରିଆ ବାଘକୁ ରବିବାର ବନ ବିଭାଗ ପକ୍ଷରୁ କାବୁ କରାଯାଇଛି। ବାଘଟି ଅସୁସ୍ଥ ଥିବାରୁ ଠିକ୍‌ ଭାବେ ଚାଲିପାରୁ ନାହିଁ। ତେଣୁ ତା’ର ଚିକିତ୍ସା ଆରମ୍ଭ କରାଯାଇଛି।

ନୂଆପଡ଼ା ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଧରମବନ୍ଧା ସେକ୍ସନରେ ଏକ କଲରାପତରିଆ ବାଘକୁ ଉଦ୍ଧାର କରାଯାଇଛି। ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ବାଘଟି ଅସୁସ୍ଥ ରହିଛି ଏବଂ ଠିକ୍‌ଭାବେ ଚାଲିପାରୁ ନ ଥିବା ବନ ବିଭାଗ ପକ୍ଷରୁ କୁହାଯାଉଛି। ସିଳିଆରିବାହାରା ଗ୍ରାମ ନିକଟରେ ବାଘଟିକୁ ଲୋକମାନେ ଦେଖି ଭୟଭୀତ ହେବା ସହ ବନ ବିଭାଗକୁ ଖବର ଦେଇଥିଲେ। ଅତିରିକ୍ତ ବନ ସଂରକ୍ଷକ (ଏସିଏଫ୍‌) ମହମ୍ମଦ ସଲିହା, ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ସୁଶୀଲ କୁମାର ତ୍ରିପାଠୀ ଓ ଅନ୍ୟ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଜିଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ସଚ୍ଚିଦାନନ୍ଦ ପଣ୍ଡା ସଦଳବଳ ପହଞ୍ଚତ୍ ବାଘର ପ୍ରାଥମିକ ଚିକିତ୍ସା କରିଥିଲେ। ବାଘକୁ ଅଂଶୁଘାତ ହୋଇଥିବା ସନ୍ଦେହକରି ପାଣି ଫୋପାଡ଼ି ଥିଲେ। ବାଘ ସାମାନ୍ୟ ସୁସ୍ଥ ହେବା ପରେ ଜାଲ ବିଛାଇ ଧରାଯାଇ ନୂଆପଡ଼ା ରେଞ୍ଜ ଅଫିସକୁ ଅଣାଯାଇଥିଲା। ବର୍ତ୍ତମାନ ବାଘର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଡିଏଫ୍‌ଓ ତ୍ରିପାଠୀ କହିଛନ୍ତି। ବାଘର ବୟସ ୮ ମାସରୁ ୧ ବର୍ଷ ମଧ୍ୟରେ ହେବ। ବାଘକୁ ୨ ରୁ ୩ ଦିନ ବନବିଭାଗର ତତ୍ତ୍ୱାବଧାନରେ ରଖାଯାଇ ଚିକିତ୍ସା କରାଯିବ। ସୁସ୍ଥ ହେବା ପରେ ଘଞ୍ଚ ଜଙ୍ଗଲ ମଧ୍ୟରେ ତାକୁ ଛଡ଼ାଯିବ । ବାଘ କୌଣସି ବିଷାକ୍ତ ଖାଦ୍ୟ ଖାଇଥାଇପାରେ କିମ୍ବା ଅତ୍ୟଧିକ ଗରମରେ ଅଂଶୁଘାତ ଯୋଗୁ ବାଘ ଅସୁସ୍ଥ ହୋଇଥିବା ଡିଏଫ୍‌ଓ କହିଛନ୍ତି।
ସୂଚନାନୁସାରେ ଗତ କିଛି ଦିନ ହେବ ଜଙ୍ଗଲ ସୀମାନ୍ତ ଗ୍ରାମଗୁଡ଼ିକରେ କଲରାପତରିଆ ବାଘର ଆତଙ୍କରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିଲେ। ଗୃହପାଳିତ ପ୍ରାଣୀକୁ ବାଘ ଖାଇବାର ଅଭିଯୋଗ ହୋଇଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Justin Trudeau-Katy Perry Relationship: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ-କେଟି ପେରିଙ୍କ ସମ୍ପର୍କର ଖୁଲାସା, ନିଜେ ଶେୟାର କଲେ ଅପଡେଟ ପୋଷ୍ଟ

ଓଟାଓ୍ବା,୭।୧୨: ଆମେରିକୀୟ ପପ ଷ୍ଟାର କେଟି ପେରି ଶେଷରେ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଫଟୋ ଏବଂ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ଗୁଡ ନ୍ୟୁଜ ଦେଲା ଏୟାର ଇଣ୍ଡିଆ, ଖୁସି ହେବେ ଯାତ୍ରୀ

ନୂଆଦିଲ୍ଲୀ,୭।୧୨: ଦେଶବ୍ୟାପୀ ଅନେକ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ଯାତ୍ରା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ଜବାବରେ, ଏୟାର ଇଣ୍ଡିଆ ଏବଂ ଏୟାର...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଚିଠି, କହିଲେ ମୋ ସ୍ୱାମୀ ଧୋକା ଦେଇଛି…

ନୂଆଦିଲ୍ଲୀ,୭।୧୨: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ...

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri