Categories: ଫୁରସତ

ପେଚା ଭଳି ରାତିରେ ବିଚରଣ କରନ୍ତି

ୱାଶିଂଟନ: ମାଙ୍କଡ଼ମାନଙ୍କ ଏକ ପ୍ରଜାତି ‘ନାଇଟ୍‌ ମଙ୍କି’, ଯେଉଁମାନେ ପେଚାଭଳି ରାତିରେ ବୁଲନ୍ତି ଏବଂ ଦିନରେ ଆରାମ କରନ୍ତି। ଆଖି ବଡ଼ ବଡ଼ ଯୋଗୁ ଏମାନେ ରାତିରେ ଭଲଭାବେ ଦେଖିପାରନ୍ତି। ଆଖି ଯୋଗୁ ଏମାନଙ୍କୁ ‘ଆଉଲ ମଙ୍କି’ ମଧ୍ୟ କୁହାଯାଏ। ଅନ୍ୟ ମାଙ୍କଡ଼ ଅପେକ୍ଷା ଏହି ‘ନାଇଟ୍‌ ମଙ୍କି’ ବହୁତ କମ୍‌ ଦେଖିବାକୁ ମିଳନ୍ତି। ରିପୋର୍ଟ ମୁତାବକ, ‘ନାଇଟ୍‌ ମଙ୍କି’କୁ ଡୋରୌକୁଲିସ୍‌ ମଧ୍ୟ କୁହାଯାଏ। ଏମାନେ ବିଶ୍ୱର ଏକମାତ୍ର ରାତ୍ରିଚର ମାଙ୍କଡ଼। ବଡ଼ ଆଖି, ଗୋଲ ମୁହଁ, ଗହବା ଲୋମ ହେଉଛି ‘ନାଇଟ୍‌ ମଙ୍କି’ର ବିଶେଷତ୍ୱ। ଆମେରିକା, ଆର୍ଜେଣ୍ଟିନା, ବଲ୍‌ଭିଆ ଆଦି ଦେଶରେ ଏମାନେ ଦେଖାଯାଆନ୍ତି। ଏମାନଙ୍କର ୮ ପ୍ରକାର ପ୍ରଜାତି ଅଛନ୍ତି। ଏମାନେ ୧୩ରୁ ୨୦ ବର୍ଷ ବଞ୍ଚନ୍ତି।

Share