ଆଇଆଇଟି ରିପୋର୍ଟରେ ଟିପିସିଓଡିଏଲ୍‌ର କାର୍ଯ୍ୟଦକ୍ଷତାକୁ ସ୍ବୀକୃତି

ଭୁବନେଶ୍ୱର,୩ା୨(ଅନୁରାଧା ମହାରଣା): ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବିଦ୍ୟୁତ ବିତରଣ କାର୍ଯ୍ୟଦକ୍ଷତା ଉପରେ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି। ବିତରଣ କ୍ଷେତ୍ରରେ ସଂସ୍କାର ପରବର୍ତ୍ତୀ ୫ ବର୍ଷ ମଧ୍ୟରେ ନେଟୱର୍କ ବିଶ୍ୱସନୀୟତା, କାର୍ଯ୍ୟକ୍ଷମତା, ବୈଷୟିକ ହସ୍ତକ୍ଷେପ ଏବଂ ଗ୍ରାହକ ସେବା ପ୍ରଦାନ ପ୍ରକ୍ରିୟା କିଭଳି ବିକଶିତ ହୋଇଥିବ ଏହି ରିପୋର୍ଟରେ ଅନୁଧ୍ୟାନ କରାଯାଇଛି। ନିରନ୍ତର ପୁଞ୍ଜି ବିନିଯୋଗ, ନେଟୱର୍କର ଆଧୁନିକୀକରଣ ଏବଂ ବିତରଣ ନେଟୱର୍କରେ ଡିଜିଟାଲ୍‌ ବୈଷୟିକ ଜ୍ଞାନକୌଶଳର କ୍ରମାଗତ ବ୍ୟବହାର ଯୋଗୁ ମିଳିଥିବା ସୁଫଳକୁ ଏହି ଅଧ୍ୟୟନରେ ମୂଲ୍ୟାଙ୍କନ କରାଯାଇଛି। ଏହି ଅଧ୍ୟୟନଟି ଆଇଆଇଟି ଭୁବନେଶ୍ୱରର ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଚନ୍ଦ୍ରଶେଖର ଭେଣ୍ଡେ, ଆସୋସିଏଟ୍‌ ପ୍ରଫେସର ଡ. ଚନ୍ଦ୍ରଶେଖର ପେରୁମାଲ୍ଲା ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଡ. ଅଭିନୀତ ପ୍ରକାଶଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ସେଣ୍ଟ୍ରାଲ ଓଡ଼ିଶାର ୨୯,୩୫୪ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ୧.୩୬ କୋଟି ଜନସାଧାରଣଙ୍କୁ ସେବା ଯୋଗାଉଥିବା ଟିପିସିଓଡିଏଲର କାର୍ଯ୍ୟଦକ୍ଷତାକୁ ଏଥିରେ ପରଖାଯାଇଛି। ଅଧ୍ୟୟନରେ ବିଦ୍ୟୁତ ବିଭ୍ରାଟ ସମୟରେ ଆସିଥିବା ଉଲ୍ଲେଖନୀୟ ହ୍ରାସ, ଯାହା ସମୀକ୍ଷା ସମୟ ମଧ୍ୟରେ ‘ସିଷ୍ଟମ ଆଭେରେଜ୍‌ ଇଣ୍ଟରପ୍ସନ ଡ୍ୟୁରେସନ୍‌ ଇଣ୍ଡେକ୍ସରେ ପ୍ରାୟ ୫୦% ସୁଧାର ମାଧ୍ୟମରେ ପ୍ରତିଫଳିତ ହୋଇଛି। ଟ୍ରାନ୍ସଫର୍ମର ଟ୍ରିପିଂ ଏବଂ ପୋଡ଼ିଯିବା ହାର ମଧ୍ୟ ହ୍ରାସ ପାଇଛି। ସଂସ୍କାର ସମୟର ପ୍ରାରମ୍ଭରେ ପ୍ରାୟ ୩୦% ଥିବା ଏଗ୍ରିଗେଟ୍‌ ଟେକ୍ନିକାଲ୍‌ ଆଣ୍ଡ କମର୍ସିଆଲ (ଏଟିଆଣ୍ଡସି) କ୍ଷତି ଆର୍ଥତ୍କ ବର୍ଷ ୨୦୨୫ ସୁଦ୍ଧା ୧୮.୯୪%କୁ ହ୍ରାସ ପାଇଛି। ଉନ୍ନତ କାର୍ଯ୍ୟକ୍ଷମ ନିୟନ୍ତ୍ରଣ, ବିଲିଂ ପ୍ରକ୍ରିୟାରେ ସୁଧାର ଏବଂ ନେଟ୍‌ୱର୍କ ଦକ୍ଷତା ବୃଦ୍ଧି ଯୋଗୁ ଏହି ସଫଳତା ମିଳିଛି। ଏହି ସମୟ ମଧ୍ୟରେ ୩୩ କେଭି ଫିଡରରେ ୪୪% ଏବଂ ୧୧ କେଭି ଫିଡରରେ ୪୨% ବୃଦ୍ଧି ସହ ୨୫୦ଟି ସବ୍‌ଷ୍ଟେଶନକୁ ଏକ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ସହିତ ସଂଯୁକ୍ତ କରାଯାଇଛି। ଗତ ୫ ବର୍ଷ ମଧ୍ୟରେ ୧,୫୦୦ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ସବ୍‌ଷ୍ଟେଶନ ଗୁଡ଼ିକର ସୁଦୃଢ଼ୀକରଣ, ଅଟୋମେସନ୍‌ ପରିସର ବୃଦ୍ଧି, ଡିଜିଟାଲ୍‌ ମନିଟରିଂ ପ୍ଲାଟଫର୍ମ ଏବଂ ସାମଗ୍ରିକ ନେଟୱର୍କ ସ୍ଥିରତା ପାଇଁ ବ୍ୟୟ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri