ଆଇଆଇଟି ବମ୍ବେ ବିଶ୍ୱର ଶ୍ରେଷ୍ଠ ୧୫୦ ବିଶ୍ୱବିଦ୍ୟାଳୟ ତାଲିକାରେ…

ନୂଆଦିଲ୍ଲୀ,୨୮।୬ : କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ ୨୦୨୪ ପ୍ରକାଶିତ ହୋଇଛି। ବିଭିନ୍ନ ମାପଦଣ୍ଡ ଆଧାରରେ ବିଶ୍ୱର ଅନୁଷ୍ଠାନଗୁଡିକର ମୂଲ୍ୟାଙ୍କନ କରିବା ପରେ ଏହାକୁ ଏକ ସ୍କୋର ଦିଆଯାଇଛି। ଏହି ସ୍କୋର ଆଧାରରେ ର଼୍ୟାଙ୍କିଙ୍ଗ ପ୍ରସ୍ତୁତ ହୋଇଛି। ଏହି ର଼୍ୟାଙ୍କିଙ୍ଗରେ ଆଇଆଇଟି ବମ୍ବେ ବିଶ୍ୱର ଶ୍ରେଷ୍ଠ ୧୫୦ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି। ଆଇଆଇଟି ବମ୍ବେ ୧୪୯ ତମ ସ୍ଥାନ ପାଇଛି। ଏହା ପରେ ଦ୍ୱିତୀୟ ଭାରତୀୟ ଅନୁଷ୍ଠାନ ହେଉଛି ଆଇଆଇଟି ଦିଲ୍ଲୀ, ଯାହାକୁ ୧୯୭ ତମ ମାନ୍ୟତା ଦିଆଯାଇଛି ।

 

ଗତ ୮ ବର୍ଷ ମଧ୍ୟରେ ତାଲିକାରେ ପ୍ରଥମ ଥର ପାଇଁ ଏକ ଭାରତୀୟ ପ୍ରତିଷ୍ଠାନ ଶ୍ରେଷ୍ଠ ୧୫୦ରେ ସ୍ଥାନିତ ହୋଇଛି । ଏହାପୂର୍ବରୁ ୨୦୧୬ ମସିହାରେ, ଆଇଆଇଏସସି ବାଙ୍ଗାଲୋର ୧୪୭ ତମ ମାନ୍ୟତା ପାଇଥିଲା। ତେବେ ଗତ ବର୍ଷ ତୁଳନାରେ ଆଇଆଇଏସସି ବାଙ୍ଗାଲୋର ମାନ୍ୟତାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ଗତ ବର୍ଷ ଅନୁଷ୍ଠାନର ର଼୍ୟାଙ୍କିଙ୍ଗ ୧୫୫ ଥିବାବେଳେ ଚଳିତ ବର୍ଷ ଏହା ୨୨୫ ସ୍ଥାନ ପାଇଛି ।

୧୧ ଟି ଭାରତୀୟ ପ୍ରତିଷ୍ଠାନ ବିଶ୍ୱର ଶ୍ରେଷ୍ଠ ୫୦୦ ଅନୁଷ୍ଠାନ ମଧ୍ୟରେ ସ୍ଥାନିତ ହୋଇଛନ୍ତି। ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ, ଆଇଆଇସି ବାଙ୍ଗାଲୋର ସହିତ ତାଲିକାରେ ୨୭୧ ତମ ସ୍ଥାନରେ ଆଇଆଇଟି ଖରାଗପୁର, ୨୭୮ରେ ଆଇଆଇଟି କାନପୁର, ୨୮୫ ଆଇଆଇଟି ମାଡ୍ରାସ, ୩୬୪ରେ ଆଇଆଇଟି ଗୁଆହାଟୀ, ୩୬୯ ତମ ସ୍ଥାନରେ ଆଇଆଇଟି ରାଉରକେଲା, ୪୦୭ ତମ ସ୍ଥାନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ୪୨୭ ତମ ସ୍ଥାନରେ ଆନ୍ନା ବିଶ୍ୱବିଦ୍ୟାଳୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri