Posted inଜାତୀୟ

ପୁଣି ଫେରିଲେ ଆଇଆଇଟି ବାବାଙ୍କ ଏକ୍ସ ପ୍ରେମିକା, ବାବା କହିଲେ ମୋ ପାର୍ବତୀ…

ନୂଆଦିଲ୍ଲୀ,୨୧।୧:ମହାକୁମ୍ଭରେ ଭାଇରାଲ ହୋଇଛନ୍ତି ଆଇଆଇଟି ବାବା । ଆଇଆଇଟି ବମ୍ବେରୁ ବାବା ସାଜିଥିବା ଅଭୟ ସିଂ ଏବେ ସବୁଠି ଚର୍ଚ୍ଚାର ବିଷୟ। ଆଇଆଇଟି ବମ୍ବେରୁ ଏରୋସ୍ପେସ ଇଞ୍ଜିନିୟରିଂରେ ପାଠ ପଢିଛନ୍ତି କିନ୍ତୁ ଏବେ ଆଧ୍ୟାତ୍ମିକ ମାର୍ଗକୁ ଆସି ବାବା ସାଜିଛନ୍ତି। ହରିୟାଣାରୁ ଆସିଥିବା ଏଇ ଆଆଇଟିଆନ ବାବା ଏକ ସାକ୍ଷାତକାରରେ ନିଜ ଯୌବନରୁ ଏବେଯାଏ ସବୁରି କଥାକୁ ଟିକନିଖ କରି କହୁଛନ୍ତି । ଏମିତିକି ଏଇ ଇଣ୍ଟରଭ୍ୟୁରେ ପ୍ରେମକୁ ନେଇ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା , ଯେଉଁଥିରେ ସେ କହିଥିଲେ ୪ ବର୍ଷ ଧରି ସେ ଜଣେ ଯୁବତୀଙ୍କ ସହ ରିଲେସନଶିପ ରେ ଥିଲେ । କିନ୍ତୁ ପରେ ତାଙ୍କର ବ୍ରେକଅପ ହୋଇଯାଇଥିଲା।

ଆଇଆଇଟିଆନ ବାବାଙ୍କ କହିବାନୁସାରେ , ପିଲାଟି ବେଳୁ ତାଙ୍କ ପରିବାରରେ ପିତା,ମାତାଙ୍କ ଭିତରେ ଝଗଡା ହେଉଥିଲା ଯାହାର ପ୍ରଭାବ ତାଙ୍କ ପାଠପଢା ଉପରେ ମଧ୍ୟ ପଢୁଥିଲା। ସେ ଏହାକୁ ନେଇ ଏକ ଫିଲ୍ମ ମଧ୍ୟ ପ୍ରସ୍ତୁତ କରିଥିଲେ । ଫିଲ୍ମ ପରେ ସେ କିଛି ସମୟ ପାଇଁ ଟ୍ରୋମାକୁ ଚାଲିଯାଇଥିଲେ । ଯାହାପରେ ତାଙ୍କୁ କିଛି ଅନୁଭବ ହେବା ହିଁ ବନ୍ଦ ହୋଇଗଲା । ବିବାହ , ପରିବାର , ସନ୍ତାନ ଉପରୁ ଅଭୟଙ୍କ ଯେମିତି ମୋହ ଉଠିଗଲା । ସେ ଏକଥାକୁ ନିଜ ପ୍ରେମିକାଙ୍କୁ ଜଣାଇଲେ ଏବଂ ଦୁଇଜଣଙ୍କ ମ୍ୟୁଚୁଆଲ ଅଣ୍ଡରଷ୍ଟାଣ୍ଡିଙ୍ଗରେ ବ୍ରେକଅପ ହେଲା ।

ଯେତେବେଳେ ବାବାଙ୍କୁ ପଚରାଗଲା ଯେ ସେ କାହିଁକି ଇଞ୍ଜିଂନିୟରିଂ ପାଠପଢା ଛାଡିଲେ ଏହାର ଉତ୍ତରରେ ସେ କହିଲେ , ‘ମୁଁ ପ୍ରଥମେ ଆଇଆଇଟିରେ ଆଡମିଶନ ନେଲି , ଇଞ୍ଜିଂନିୟରିଂ ପାଠ ପଢିଲି , ଇଞ୍ଜିଂନିୟରିଂରୁ ଆର୍ଟ ପ୍ରତି ଆଗ୍ରହ ବଢିଲା କିନ୍ତୁ ଆର୍ଟ ବି ମତେ ବେଶି ଦିନ ବାନ୍ଧି ରଖିପାରିଲାନାହିଁ । ଲଗାତାର ମତେ କିଛି ନୂଆ ଦିଗ ଆଡକୁ ଯିବାକୁ ବାଧ୍ୟ କଲା ଏବଂ ଶେଷରେ ମୁଁ ଆଧ୍ୟାତ୍ମିକ ମାର୍ଗରେ ପାଦ ଦେଲି ଏବଂ ସତ ସହ ସାମ୍ନା କଲି ।

ତେବେ ପ୍ରେମିକାଙ୍କ ବିଷୟେରେ ସେ ଆହୁରି ବି କହିଛନ୍ତି ଯେ, ତାଙ୍କ ପ୍ରେମିକା ପୁଣିଥରେ ତାଙ୍କ ପାଖକୁ ଫେରିବାକୁ ଚାହୁଁଛନ୍ତି। ପୁଣିଥରେ ପ୍ୟାଚଅପ୍‌ କରିବାକୁ ଚାହୁଛନ୍ତି। କିନ୍ତୁ ସେ ଉତ୍ତରରେ କହିଥିଲେ, ଯାହା ଇଛା ସେୟା କର। କିନ୍ତୁ ମୋତେ ପାର୍ବତୀ ଦରକାର। ପ୍ରେମିକାଙ୍କୁ ସେ ସାଧନା କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଭଗବାନଙ୍କ ଦର୍ଶନ କର। ଏସବୁ କରିବା ପରେ ହିଁ ମୋ ପାଖକୁ ଫେରି ଆସିବ।

ଆଇଆଇଟି ବାବା ଆହୁରି କହିଛନ୍ତି, କାନାଡାରେ ମୁଁ ମାସକୁ ୩ଲକ୍ଷ ଟଙ୍କା ରୋଜଗାର କରୁଥିଲି। ସେହି ଚାକିରିକୁ ମୁଁ ୨୦୧୯ରେ ଛାଡିଦେଲି। ଶେଷରେ ମୁଁ ଆଧ୍ୟାତ୍ମିକ ମାର୍ଗରେ ପାଦ ଦେଲି ଏବଂ ବାବା ହୋଇଗଲି।

 


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri