ଦେଶରେ ପ୍ରଥମ: ଆଇଆଇଏମ୍‌ ସମ୍ବଲପୁର ପାଠପଢ଼ା ଶୈଳୀରେ ସୃଷ୍ଟି ହେବ ନୂତନ ଅଧ୍ୟାୟ

ସମ୍ବଲପୁର,୨୩ା୯(ପ୍ରମୋଦ ବହିଦାର): ଆଇଆଇଏମ୍‌ ସମ୍ବଲପୁରରେ ବଦଳିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୈଳୀ। ପ୍ରଫେସରଙ୍କ ବଦଳରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)। ଯାହା ସମଗ୍ର ଦେଶରେ ପ୍ରଥମ ଭାବେ ଏକ ଉଦାହରଣ ସୃଷ୍ଟି କରିବ ବୋଲି କହିଛନ୍ତି ପ୍ରଫେସର ମହାଦେବ ଜୟସ୍ବାଲ। ଆଇଆଇଏମ ସମ୍ବଲପୁର ଏହାର ଦଶମ ପ୍ରତିଷ୍ଠା ଦିବସ ପାଳନ ଉସତ୍ବରେ ଏକ ଦଶନ୍ଧିର ଉତ୍କର୍ଷତା ଏବଂ ପରିବର୍ତ୍ତନମୂଳକ ଉପଲବ୍ଧିକୁ ବର୍ଣ୍ଣନା କରି ପ୍ରଫେସର ଜୟସ୍ବାଲ ଏହା କହିଛନ୍ତି।

ସେ କହିଛନ୍ତି ଯେ, ଏକ ଦଶନ୍ଧି ଧରି ଏହି ପ୍ରତିଷ୍ଠାନ ଅନେକ ବାଧାବିଘ୍ନ ଓ ପ୍ରତିକୂଳ ପରିସ୍ଥିତ ସତ୍ତ୍ୱେ ଉତ୍କର୍ଷତା ଲକ୍ଷ୍ୟରେ ସଫଳତାର ପ୍ରତି ସୋପାନକୁ ଅତିମ୍ରମ କରି ଚାଲିଛି। ଏହାର ପ୍ରତିଷ୍ଠା ପରଠାରୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ କାର୍ଯ୍ୟଭିତ୍ତିକ ଗବେଷଣା, ଅନୁଭୂତିମୂଳକ ପ୍ରଶିକ୍ଷଣ ମାଧ୍ୟମରେ ମ୍ୟାନେଜମେଣ୍ଟ ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଏକଦା ୪୯ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶିକ୍ଷା ପ୍ରତିଷ୍ଠାନରେ ବର୍ତ୍ତମାନ ୩ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏଠାରେ ଶିକ୍ଷାଗ୍ରହଣ କରିବା ଏହାର ଉତ୍କୃଷ୍ଟ ଓ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଓ ଶୈଳୀକୁ ପ୍ରମାଣିତ କରୁଛି। ଏଠାରେ ବର୍ତ୍ତମାନ ୭୫ ପ୍ରତିଶତ ଛାତ୍ରୀ ଶିକ୍ଷା ଗ୍ରହଣ କରିବା ସମଗ୍ରଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।

ତେବେ ଆଗକୁ ଖୁବ ଶୀଘ୍ର ଏହି ପ୍ରତିଷ୍ଠାନକୁ ଏକ ବିଶ୍ୱସ୍ତରୀୟ ପ୍ରତିଷ୍ଠାନରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଆଇଆଇଏମ୍‌ ସମ୍ବଲପୁରରେ ତିନୋଟି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ରହିବ। ଯାହା ଏକ ବିବିଧ ଏମବିଏ ପାଠ୍ୟକ୍ରମ, ଅନ୍ତର୍ଜାତୀୟ ମାନ୍ୟତା ଓ ଏନଇପି କେନ୍ଦ୍ରୀଭୂତ କ୍ୟାମ୍ପସ ସମ୍ପ୍ରସାରଣ ବୋଲି କହିଥିଲେ ପ୍ରଫେସର ଜୟସ୍ବାଲ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଉଦୟ କାଓଲେ ଆଇଆଇଏମ୍‌ ସମ୍ବଲପୁର ହେଉଛି ସବୁଠାରୁ ଜୀବନ୍ତ ଓ ବହୁ ଚର୍ଚ୍ଚିତ ଶିକ୍ଷା ପ୍ରତିଷ୍ଠାନ। ଏଠାରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରମାନେ ଏକ ଉତ୍ତମ ଶୈକ୍ଷିକ ପରିବେଶରେ ରହିଛନ୍ତି। ଆଇଆଇଏମ୍‌ ସମ୍ବଲପୁରର ଅଦ୍ଭୁତପୂର୍ବ ସଫଳତା ପାଇଁ ସେ ଅଭିନନ୍ଦନ ଜଣାଇଥିଲେ।

ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଜନେସ୍‌ ୱାଲ୍ଡର ମୁଖ୍ୟ ସମ୍ପାଦକ ଡ. ଅନୁରାଗ ବାତ୍ରା କାଯର୍‌ୟରେ ନିଜର ସ୍ଥାୟୀତ୍ୱ ବଜାୟ ରଖିବା ସହ ସଫଳତା ପ୍ରତି ଆଶାବାଦୀ ହେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଭାବେ ନେକ୍ସସ ପାୱାରର ସହ-ପ୍ରତିଷ୍ଠାତା ତଥା ସିଇଓ ନିଶିତା ବଳିଆରସିଂହ ଛାତ୍ରଛାତ୍ରୀଙ୍କୁ ପ୍ରୟାସର ନିରନ୍ତରତା ଏବଂ ନିଜ ପ୍ରତି ସଚ୍ଚୋଟ ରହିବା ବିଷୟରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri