ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମକୁ ଅଣଦେଖା: ଲୋକେ ଅସନ୍ତୁଷ୍ଟ

ପଟ୍ଟାଙ୍ଗି,୨୬।୧(ଡି.ଏନ୍‌.ଏ.): ଗଣତନ୍ତ୍ର ଦିବସରେ ସାଧାରଣ ସ୍ଥଳରେ ହେଉଥିବା ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମକୁ ଅଣଦେଖା। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା ପଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ମିନିଷ୍ଟାଡିୟମ ପରିସରରେ।
ଏ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେବା ସହ ବ୍ଲକ ପ୍ରଶାସନର ସହଯୋଗକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।
ସୂଚନା ଅନୁଯାୟୀ, ଉକ୍ତ ଷ୍ଟାଡିୟମରେ ପ୍ରତ୍ୟେକ ବର୍ଷ ସାଧାରଣତନ୍ତ୍ର ଦିବସ ଆୟୋଜିତ ହୁଏ। ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ କିମ୍ବା ପ୍ରଶାସନିକ ଅଧିକାରୀଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇ ଜାତୀୟ ପତାକା ଉତ୍ତୋଳନ ହେଉଥିଲା । ହେଲେ ଚଳିତ ବର୍ଷ ଗଣତନ୍ତ୍ର ଦିବସ ପାଳନ ହୋଇ ନ ଥିବା ବେଳେ ଅନେକ ଛାତ୍ରୀଛାତ୍ର ଫେରି ଆସିଥିଲେ ।
ଏହି ବ୍ୟତିକ୍ରମକୁ ଦୃଷ୍ଟିରେ ରଖି ୟୁନାଇଟେଡ କ୍ଲବର ଯୁବଗୋଷ୍ଠୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟପକ୍ଷରେ ବ୍ଲକରେ ବ୍ଲକ ଅଧ୍ୟକ୍ଷା, ବିଧାୟକ ଏବଂ ବ୍ଲକ ପ୍ରଶାସନ ଥାଇ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଅଣଦେଖା କରିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।