ସିଆଇଆର୍‌ବି ଗଠନକୁ ଅଣଦେଖା

କେନ୍ଦ୍ରାପଡ଼ା ଅଫିସ, ୩୦ା୧୨: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ଏକ କୋଷ୍ଟାଲ ଇଣ୍ଡିଆ ରିଜର୍ଭ ବାଟାଲିଅନ (ସିଆଇଆରବି) ଆବଶ୍ୟକ। ଏହି ବାଟାଲିୟନର ମଞ୍ଜୁର ସକାଶେ ରାଜ୍ୟ ସରକାର ୨୦୧୭ ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି କରିଥିଲେ। ରାଜ୍ୟ ସରକାରଙ୍କ ତତ୍କାଳୀନ ଅତିରିକ୍ତ ସଚିବ ଅସିତ କୁମାର ତ୍ରିପାଠୀ ଏଥିରେ ଦର୍ଶାଇଥିଲେ ଯେ, ବାଟାଲିୟନ ପ୍ରତିଷ୍ଠା ହେଲେ ଉପକୂଳ ସୁରକ୍ଷାରେ ଥିବା ସାମୁଦ୍ରିକ ଥାନାକୁ ସହାୟତା ମିଳିବ। ଏହି ଚିଠିକୁ ୪ ବର୍ଷ ବିତିଯାଇଛି। ଏହି ଚିଠି କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ବିଭାଗ ଶୀତଳଭଣ୍ଡାରରେ ପଡିରହିଛି। ଅଦ୍ୟାବଧି ବାଟାଲିୟନ ଗଠନ ନେଇ ସକାରାତ୍ମକ ସୂଚନା ମିଳିନାହିଁ।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଶିବାଶିଷ ମହାନ୍ତି କୁହନ୍ତି, ରାଜ୍ୟର ୪୮୦ କିମି ସମୁଦ୍ରତଟ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲାରେ ୪୮ କିମି ରହିଛି। ଏହି ସୀମାରେ ତାଳଚୁଆ, ତନ୍ତିଆପାଳ ଓ ଜମ୍ବୁ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଥିଲେ ମଧ୍ୟ କର୍ମଚାରୀ ଏବଂ ଭିତ୍ତିଭୂମିର ଅଭାବ ରହିଛି। ସାମୁଦ୍ରିକ ପଥର ସୁରକ୍ଷା ପାଇଁ ବୋଟ ଓ କର୍ମଚାରୀ ନ ଥିବାରୁ ତଟବର୍ତ୍ତୀ ଅଞ୍ଚଳକୁ ବେଆଇନ ପ୍ରବେଶ ବଢ଼ିଛି। ପାକିସ୍ତାନ ସହ ବାଂଲାଦେଶ ଯୁଦ୍ଧ ସମୟରେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳରେ ମାତ୍ର ୧୨୩୭ ଜଣ ଶରଣାର୍ଥୀଙ୍କୁ ଥଇଥାନ କରାଯାଇଥିଲା। ଏବେ ଏଠାରେ ୭୬ ହଜାରରୁ ଊର୍ଦ୍ଧ୍ୱ ବଙ୍ଗଭାଷୀ ରହୁଛନ୍ତି। ସେହିପରି ଜାତୀୟ ଉଦ୍ୟାନ ଭିତରକନିକା ଉପରେ ଏହି ଅନୁପ୍ରବେଶକାରୀଙ୍କ ଆଖି ପଡିଛି। ଓଡ଼ିଶାରେ ସିଆଇଆରବି ମୁତୟନ ହେଲେ ଏହି ସମସ୍ୟାର କିଛି ସମାଧାନ ହୋଇପାରିବ। ବୁଦ୍ଧିଜୀବୀ ଅମରବର ବିଶ୍ୱାଳ କହିଛନ୍ତି, ୨୦୦୧ରେ ଭିତରକନିକା ବନିପାଳଠାରେ ଏକ ନକଲି ବେତାର କେନ୍ଦ୍ର ସ୍ଥାପନ ହୋଇଥିଲା। ଏଠାରେ ହୁଇଲର ଦ୍ୱୀପର ପ୍ରତିରକ୍ଷା ସମ୍ପର୍କିତ ଗୋପନ ତଥ୍ୟ ପ୍ରେରଣ କରାଯାଉଥିବା ପୋଲିସ ତଦନ୍ତ ସମୟରେ ଜଣାପଡିଥିଲା। ସେହିପରି ୨୦୦୨ରେ ରାଜନଗର ବନ ବିଭାଗ ଜବତ କରିଥିବା ଟ୍ରଲରର ଲୋକମାନେ ବନରକ୍ଷୀଙ୍କୁ ଗୁଳିକରି ହତ୍ୟା କରିଥିଲେ। ୨୦୧୯ରେ ମଧ୍ୟ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବେଆଇନ ମାଛ ଧରାଳିଙ୍କ ସହ ତଟରକ୍ଷୀ ବାହିନୀର ଗୁଳି ବିନିମୟ ହୋଇଥିଲା। ଜିଲା ପୋଲିସର ବିଭିନ୍ନ ତଦନ୍ତ ସମୟରେ ତଟ ଅଞ୍ଚଳ ପ୍ରବେଶ ପଥ ମାଧ୍ୟମରେ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ, ନକଲି ନୋଟ ଓ ନିଶା କାରବାର ଚାଲିଥିବା ପ୍ରମାଣ ମିଳିଛି। ସିଆଇଆରବି ପ୍ରତିଷ୍ଠା ହେଲେ ଜିଲାକୁ ଅନୁପ୍ରବେଶ ରୋକିବା ସହ ଦେଶ ସୁରକ୍ଷିତ ହେବ ବୋଲି ସେ ମତ ଦେଇଛନ୍ତି। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢୀ କହିଛନ୍ତି, ନିକଟରେ ଏକ ବୋଟକୁ ତଟରକ୍ଷୀ ବାହିନୀ ଅଟକ ରଖି ୨୦ ବାଂଲାଦେଶୀଙ୍କୁ ପାରାଦୀପ ଥାନାରେ ରଖିଛନ୍ତି। ଏହା ପୂର୍ବରୁ ବାଂଲାଦେଶୀ ଏହି ଜିଲାରେ ଅନୁପ୍ରବେଶ କରି ଜାତୀୟ ଉଦ୍ୟାନର ପ୍ରକୃତ ମାନଚିତ୍ର ବଦଳାଇ ଦେଇଛନ୍ତି। ବନ୍ୟଜନ୍ତୁ ଶିକାର, ନିଶା କାରବାର, ଜଙ୍ଗଲ ଜମି ଜବରଦଖଲ ସହ ଚିଙ୍ଗୁଡି ଘେରି ମାଧ୍ୟମରେ ବିପୁଳ ଟଙ୍କା ରୋଜଗାର କରୁଛନ୍ତି। ଦେଶର ସୁରକ୍ଷା ସହ ଜାତୀୟ ଉଦ୍ୟାନର ପରିବେଶ ପାଇଁ ସିଆଇଆରବି ଆବଶ୍ୟକ। ତଟ ଅଞ୍ଚଳର ସୁରକ୍ଷା ସମ୍ପର୍କରେ ଏଏସ୍‌ପି ହରିଶ କୁମାର ପାଣ୍ଡେଙ୍କୁ ପଚାରିବାରେ ସିଆଇଆରବିର ଆବଶ୍ୟକତା ଅଛି। ସାମୁଦ୍ରିକ ଥାନା ପ୍ରତିଷ୍ଠା ପରେ ଅନୁପ୍ରବେଶକୁ କିଛି ମାତ୍ରାରେ ରୋକାଯାଇ ପାରିଛି। ଥାନାର ଭିତ୍ତିଭୂମି ସୁଦୃଢ଼ ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri