ଐତିହ୍ୟକୁ ଅଣଦେଖା

ଢେଙ୍କାନାଳ ଅଫିସ, ୯।୬: ସୌଧ ଉପରେ ଶାଖାପ୍ରଶାଖା ମେଲାଇଛି ବିରାଟକାୟ ବରଗଛ। କୋଠା ଫଟାଇ ଗହୀରକୁ ମାଡ଼ିଯାଇଛି ଚେର। କେଉଁଠି ପଲସ୍ତରା ଛାଡ଼ି ଗଲାଣି ତ ଆଉ କେଉଁଠି ଇଟାକାନ୍ଥ ଫାଟି ଅଁା କରିଛି। ଲଟାବୁଦାରେ ପରିପୂର୍ଣ୍ଣ ହୋଇ ଅରଣ୍ୟର ଭ୍ରମ ସୃଷ୍ଟି କରୁଥିବା ଏହି ଘରେ ଯେ ଏକଦା ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରହୁଥିଲା, ତାହା କଳ୍ପନା ବାହାରେ। ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗର ଅଣଦେଖା ଯୋଗୁ ଷୋଡ଼ଶ ଶତାବ୍ଦୀର ପ୍ରାଚୀନ କୀର୍ତ୍ତିରାଜିର ଏଭଳି ଦୁରାବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ପୁନରୁଦ୍ଧାର ନ ହେଲେ କିଛିବର୍ଷ ମଧ୍ୟରେ ଏହା ମାଟିରେ ବିଲୟ ହୋଇଯିବ ବୋଲି ଐତିହ୍ୟପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି।
କପିଳାସ କ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି, ନିତ୍ୟ ବ୍ୟବହାର ଉପଯୋଗୀ ସାମଗ୍ରୀ ସୁରକ୍ଷିତ ଭାବେ ରଖିବା ଲାଗି ପୀଠ ପାଦଦେଶରେ ଅବସ୍ଥିତ ଦେଓଗଁାଠାରେ ନିର୍ମାଣ କରାଯାଇଥିଲା ଏହି ଭଣ୍ଡାର ଘର। ମହାପ୍ରଭୁଙ୍କ ସେବା ସହିତ ସଂଶ୍ଳିଷ୍ଟ ଥିବାରୁ ଏହି ଗୃହର ଗୁରୁତ୍ୱ ମଧ୍ୟ ସେତିକି ଥିଲା। ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନେ ଠାକୁରଙ୍କ ନୀତିକାନ୍ତି ବିଷୟରେ ଜାଣିବା ଲାଗି ଉତ୍ସାହର ସହ ଏହି ସ୍ଥାନ ପରିଦର୍ଶନ କରୁଥିଲେ। ତେବେ ଦିନ ବିତିବା ସହ ସତେଯେମତି ଏହାକୁ ଭୁଲିଯାଇଛି ଦେବୋତ୍ତର ବିଭାଗ। ବର୍ଷବର୍ଷ ଧରି ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଏହି ପ୍ରାଚୀନ ଗୃହ ଏବେ ଭୁଶୁଡ଼ିବା ଅବସ୍ଥାକୁ ଚାଲି ଆସିଛି। ବଡ଼ଧରଣର ବର୍ଷା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ହେଲେ ଏହା ମାଡ଼ିବସିବ ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା ବ୍ୟକ୍ତ କଲେଣି।
ଉକ୍ତ ଭଣ୍ଡାର ଘର ପୁରାତନ ଢାଞ୍ଚାରେ ତିଆରି। ପୋଡ଼ା ଇଟାରେ ନିର୍ମିତ ଏହାର କାନ୍ଥର ମୋଟେଇ ୨୦ ଇଞ୍ଚ୍‌ ହୋଇଥିବାବେଳେ କବାଟବନ୍ଧ ଚଉକାଠଗୁଡ଼ିକ ୮ ଇଞ୍ଚ ବିଶିଷ୍ଟ। କଡ଼ିବରଗା ଛାତ, ବାଲିଚୂନରେ କାନ୍ଥ ପଲସ୍ତରା, କବାଟବନ୍ଧ ଉପରେ ବଡ଼ ବଡ଼ ଲୁହାକଡ଼ି ଏହାର ପ୍ରାଚୀନତାର ପ୍ରମାଣ କରିବାକୁ ଯଥେଷ୍ଟ ମନେହୁଏ। କପିଳାସ ପୀଠର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ବିପୁଳ ଅର୍ଥ ମଞ୍ଜୁର କରୁଥିଲେ ମଧ୍ୟ ଏଭଳି ଏକ କୀର୍ତ୍ତିରାଜି ଅବହେଳିତ ହୋଇ ପଡ଼ିରହିଛି। ଅର୍ଥ ବିନିଯୋଗ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ପ୍ରଦାନ କରା ନ ଯିବା, ଦୂରଦୃଷ୍ଟିର ଅଭାବ କାରଣରୁ ପୀଠ ପରିସରରେ ଏଭଳି ଅନେକ ଐତିହ୍ୟ ଅଣଦେଖାର ଶିକାର ହୋଇ ରହିଥିବା ଅଭିଯୋଗ ହେଉଛି।
ସେହିପରି ୧୯୯୯ ମହାବାତ୍ୟା ପରେ ଦେଓଗଁାସ୍ଥିତ ‘ଶ୍ରୀ ଚନ୍ଦ୍ରଶେଖରଜୀଉ ବହୁମୁଖୀ ଶିକ୍ଷା ନିକେତନ’ର ପୁରୁଣା କୋଠାରୁ ପାଣି ଗଳିବା ସହ ଜରାଜୀର୍ଣ୍ଣ ହୋଇପଡ଼ିଥିଲା। ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ୨୦୦୦-୦୧ ଶିକ୍ଷାବର୍ଷର ନଭେମ୍ବର ୧ରୁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପୁରୁଣା ସୌଧ ମରାମତି ନ ହେବାରୁ ଏହା ଏବେ ଧ୍ୱଂସାଭିମୁଖୀ। ତେଣୁ ଉକ୍ତ ଦୁଇ ପ୍ରାଚୀନ କୀର୍ତ୍ତିର ପୁନରୁଦ୍ଧାର କରି ବ୍ୟବହାର ଉପଯୋଗୀ କରିବା ଲାଗି ଢେଙ୍କାନାଳ ଜିଲା ସକ୍ରିୟ ନାଗରିକ ପରିଷଦ ପକ୍ଷରୁ ଜିଲାପାଳ, ଦେବୋତ୍ତର ଅଧିକାରୀ, ଏମ୍‌ପି, ବିଧାୟକଙ୍କ ନିକଟରେ ଦାବି କରାଯାଇଥିବା ସଭାପତି ପ୍ରଦ୍ୟୁମ୍ନ ରଥ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri