ଐତିହ୍ୟକୁ ଅଣଦେଖା

ଢେଙ୍କାନାଳ ଅଫିସ, ୯।୬: ସୌଧ ଉପରେ ଶାଖାପ୍ରଶାଖା ମେଲାଇଛି ବିରାଟକାୟ ବରଗଛ। କୋଠା ଫଟାଇ ଗହୀରକୁ ମାଡ଼ିଯାଇଛି ଚେର। କେଉଁଠି ପଲସ୍ତରା ଛାଡ଼ି ଗଲାଣି ତ ଆଉ କେଉଁଠି ଇଟାକାନ୍ଥ ଫାଟି ଅଁା କରିଛି। ଲଟାବୁଦାରେ ପରିପୂର୍ଣ୍ଣ ହୋଇ ଅରଣ୍ୟର ଭ୍ରମ ସୃଷ୍ଟି କରୁଥିବା ଏହି ଘରେ ଯେ ଏକଦା ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରହୁଥିଲା, ତାହା କଳ୍ପନା ବାହାରେ। ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗର ଅଣଦେଖା ଯୋଗୁ ଷୋଡ଼ଶ ଶତାବ୍ଦୀର ପ୍ରାଚୀନ କୀର୍ତ୍ତିରାଜିର ଏଭଳି ଦୁରାବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ପୁନରୁଦ୍ଧାର ନ ହେଲେ କିଛିବର୍ଷ ମଧ୍ୟରେ ଏହା ମାଟିରେ ବିଲୟ ହୋଇଯିବ ବୋଲି ଐତିହ୍ୟପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି।
କପିଳାସ କ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି, ନିତ୍ୟ ବ୍ୟବହାର ଉପଯୋଗୀ ସାମଗ୍ରୀ ସୁରକ୍ଷିତ ଭାବେ ରଖିବା ଲାଗି ପୀଠ ପାଦଦେଶରେ ଅବସ୍ଥିତ ଦେଓଗଁାଠାରେ ନିର୍ମାଣ କରାଯାଇଥିଲା ଏହି ଭଣ୍ଡାର ଘର। ମହାପ୍ରଭୁଙ୍କ ସେବା ସହିତ ସଂଶ୍ଳିଷ୍ଟ ଥିବାରୁ ଏହି ଗୃହର ଗୁରୁତ୍ୱ ମଧ୍ୟ ସେତିକି ଥିଲା। ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନେ ଠାକୁରଙ୍କ ନୀତିକାନ୍ତି ବିଷୟରେ ଜାଣିବା ଲାଗି ଉତ୍ସାହର ସହ ଏହି ସ୍ଥାନ ପରିଦର୍ଶନ କରୁଥିଲେ। ତେବେ ଦିନ ବିତିବା ସହ ସତେଯେମତି ଏହାକୁ ଭୁଲିଯାଇଛି ଦେବୋତ୍ତର ବିଭାଗ। ବର୍ଷବର୍ଷ ଧରି ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଏହି ପ୍ରାଚୀନ ଗୃହ ଏବେ ଭୁଶୁଡ଼ିବା ଅବସ୍ଥାକୁ ଚାଲି ଆସିଛି। ବଡ଼ଧରଣର ବର୍ଷା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ହେଲେ ଏହା ମାଡ଼ିବସିବ ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା ବ୍ୟକ୍ତ କଲେଣି।
ଉକ୍ତ ଭଣ୍ଡାର ଘର ପୁରାତନ ଢାଞ୍ଚାରେ ତିଆରି। ପୋଡ଼ା ଇଟାରେ ନିର୍ମିତ ଏହାର କାନ୍ଥର ମୋଟେଇ ୨୦ ଇଞ୍ଚ୍‌ ହୋଇଥିବାବେଳେ କବାଟବନ୍ଧ ଚଉକାଠଗୁଡ଼ିକ ୮ ଇଞ୍ଚ ବିଶିଷ୍ଟ। କଡ଼ିବରଗା ଛାତ, ବାଲିଚୂନରେ କାନ୍ଥ ପଲସ୍ତରା, କବାଟବନ୍ଧ ଉପରେ ବଡ଼ ବଡ଼ ଲୁହାକଡ଼ି ଏହାର ପ୍ରାଚୀନତାର ପ୍ରମାଣ କରିବାକୁ ଯଥେଷ୍ଟ ମନେହୁଏ। କପିଳାସ ପୀଠର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ବିପୁଳ ଅର୍ଥ ମଞ୍ଜୁର କରୁଥିଲେ ମଧ୍ୟ ଏଭଳି ଏକ କୀର୍ତ୍ତିରାଜି ଅବହେଳିତ ହୋଇ ପଡ଼ିରହିଛି। ଅର୍ଥ ବିନିଯୋଗ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ପ୍ରଦାନ କରା ନ ଯିବା, ଦୂରଦୃଷ୍ଟିର ଅଭାବ କାରଣରୁ ପୀଠ ପରିସରରେ ଏଭଳି ଅନେକ ଐତିହ୍ୟ ଅଣଦେଖାର ଶିକାର ହୋଇ ରହିଥିବା ଅଭିଯୋଗ ହେଉଛି।
ସେହିପରି ୧୯୯୯ ମହାବାତ୍ୟା ପରେ ଦେଓଗଁାସ୍ଥିତ ‘ଶ୍ରୀ ଚନ୍ଦ୍ରଶେଖରଜୀଉ ବହୁମୁଖୀ ଶିକ୍ଷା ନିକେତନ’ର ପୁରୁଣା କୋଠାରୁ ପାଣି ଗଳିବା ସହ ଜରାଜୀର୍ଣ୍ଣ ହୋଇପଡ଼ିଥିଲା। ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ୨୦୦୦-୦୧ ଶିକ୍ଷାବର୍ଷର ନଭେମ୍ବର ୧ରୁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପୁରୁଣା ସୌଧ ମରାମତି ନ ହେବାରୁ ଏହା ଏବେ ଧ୍ୱଂସାଭିମୁଖୀ। ତେଣୁ ଉକ୍ତ ଦୁଇ ପ୍ରାଚୀନ କୀର୍ତ୍ତିର ପୁନରୁଦ୍ଧାର କରି ବ୍ୟବହାର ଉପଯୋଗୀ କରିବା ଲାଗି ଢେଙ୍କାନାଳ ଜିଲା ସକ୍ରିୟ ନାଗରିକ ପରିଷଦ ପକ୍ଷରୁ ଜିଲାପାଳ, ଦେବୋତ୍ତର ଅଧିକାରୀ, ଏମ୍‌ପି, ବିଧାୟକଙ୍କ ନିକଟରେ ଦାବି କରାଯାଇଥିବା ସଭାପତି ପ୍ରଦ୍ୟୁମ୍ନ ରଥ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା: ଶୁଣୁନାହାନ୍ତି ବିଭାଗୀୟ ଯନ୍ତ୍ରୀ

ପରଜଙ୍ଗ,୨/୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ହାତୀ ଲୁଚଣି ଗ୍ରାମରେ ଗତ ୧୦ ଦିନ ହେବ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri