ପାଲଲହଡ଼ାକୁ ଅଣଦେଖା

ପାଲଲହଡ଼ା,୧୩।୬(ଡି.ଏନ୍‌.ଏ.)  ଅନୁଗୋଳ ଜିଲାର ସମସ୍ତ ପେଟ୍ରୋଲ ପମ୍ପରେ କରୋନା ସଂକ୍ରମିତଙ୍କ ଲାଗି ନିଃଶୁଳ୍କ ଅକ୍ସିଜେନ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ହେଲେ ଏଥିରେ ପାଲଲହଡ଼ା ଉପଖଣ୍ଡକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଉପଖଣ୍ଡରେ ୯ ପେଟ୍ରୋଲ ପମ୍ପ ଥିବାବେଳେ ମାତ୍ର ଗୋଟିଏ ଫିଲିଂ ଷ୍ଟେଶନରେ ଏହି ସୁବିଧା ଉପଲବ୍ଧ। ଏଭଳି ପାତରଅନ୍ତର ନୀତିକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
କରୋନା ମହାମାରୀ ସମୟରେ ମେଡିକାଲ ବ୍ୟବହାରଯୋଗ୍ୟ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି। ଗୁରୁତର ରୋଗୀଙ୍କୁ ଅତ୍ୟାବଶ୍ୟକ ସମୟରେ ଅକ୍ସିଜେନ ଯୋଗାଣ ଲାଗି ଉଭୟ ସରକାରୀ ଏବଂ ବେସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟର ଅନ୍ୟତମ କୋଭିଡ୍‌ ପ୍ରଭାବିତ ଅନୁଗୋଳ ଜିଲାରେ ତରଳ ଅମ୍ଳଜାନ ଅଭାବ ପୂରଣ କରିବା ଲାଗି ଜିଲା ପ୍ରଶାସନ ଏବଂ ଜିଲା ପେଟ୍ରୋଲ ପମ୍ପ ମାଲିକ ସଂଘ ଅଣ୍ଟା ଭିଡ଼ିଛି। ଜିଲାର ପ୍ରତି ପେଟ୍ରୋଲ ପମ୍ପରେ ନିଃଶୁଳ୍କ ଅକ୍ସିଜେନ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ତଦନୁଯାୟୀ ଜିଲାରେ ୨୭ ପେଟ୍ରୋଲ ପମ୍ପରେ ୫୦ ଅକ୍ସିଜେନ ସିଲିଣ୍ଡର ଏବଂ ୪ କନ୍‌ସନ୍‌ଟ୍ରେଟର ଉପଲବ୍ଧ ରହିଥିବା ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ଅବଗତି ଲାଗି ସୂଚନା ଦିଆଯାଇଛି।
ତେବେ ପାଲଲହଡ଼ା ଉପଖଣ୍ଡର ୯ଟି ପେଟ୍ରୋଲ ପମ୍ପ ଥିଲେ ମଧ୍ୟ କେବଳ ଖମାର ଅଞ୍ଚଳର ସୌମ୍ୟପ୍ରକାଶ ପେଟ୍ରୋଲ ପମ୍ପକୁ ଏହି ସେବାରେ ସାମିଲ କରାଯାଇଛି। ଏହା ପାଲଲହଡ଼ାବାସୀଙ୍କ ପ୍ରତି ଜିଲା ପେଟ୍ରୋଲ ପମ୍ପ ମାଲିକ ସଂଘ ଏବଂ ଜିଲା ପ୍ରଶାସନର ବୈମାତୃକ ମନୋଭାବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ଉପଖଣ୍ଡରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ଅଙ୍କ ତଳକୁ ଖସୁନାହିଁ। ଗୁରୁତରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଉପଖଣ୍ଡର ସମସ୍ତ ପେଟ୍ରୋଲ ପମ୍ପରେ ନିଃଶୁଳ୍କ ଅକ୍ସିଜେନ ସେବା ଆରମ୍ଭ କରିବାକୁ ସାଧାରଣରେ ଦାବି ହୋଇଛି।

ପରିତାପର ବିଷୟ
ପ୍ରଶାସନ ଉଦ୍ୟମରେ ଜିଲାର ପେଟ୍ରୋଲ ପମ୍ପଗୁଡ଼ିକରେ ନିଃଶୁଳ୍କ ଅକ୍ସିଜେନ ସେବା ଆରମ୍ଭ ହୋଇଛି। ପାଲଲହଡ଼ା ସଦରରେ ୪ଟି ପେଟ୍ରୋଲ ପମ୍ପ ଥିବା ସତ୍ତ୍ୱେ କୌଣସି ଗୋଟିଏରେ ଏହି ସେବା ଉପଲବ୍ଧ ନ ହେବା ପରିତାପର ବିଷୟ।
-ଦିବ୍ୟକିଶୋର ଗଡ଼ନାୟକ, ସଭାପତି, ୟୁଥ୍‌ ଫର୍‌ ପାଲଲହଡ଼ା

ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ
ଜିଲାର ସମସ୍ତ ପେଟ୍ରୋଲ ପମ୍ପରେ ନିଃଶୁଳ୍କ ଅକ୍ସିଜେନ ବ୍ୟବସ୍ଥା କରାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ପାଲଲହଡ଼ା ସଦର ବାସିନ୍ଦା ଏଥିରୁ ବଞ୍ଚତ୍ତ ହେବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ଏଥିପ୍ରତି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ।
-ଅଶୋକ ମହାନ୍ତି , ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

ଖୁବ୍‌ଶୀଘ୍ର ସବୁ ଫିଲିଂ ଷ୍ଟେଶନରେ ସେବା
ପ୍ରଥମ ପର୍ଯ୍ୟାୟରେ ଜିଲାର ୪୦ ପେଟ୍ରୋଲ ପମ୍ପରେ ମାଗଣା ଅକ୍ସିଜେନ ସୁବିଧା କରାଯାଇଛି। ପ୍ରଶାସନ ଏବଂ ପେଟ୍ରୋଲ ପମ୍ପ ମାଲିକଙ୍କ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଜିଲାର ସମସ୍ତ ଫିଲିଂ ଷ୍ଟେଶନରେ ଏହି ସେବା ଉପଲବ୍ଧ ହେବ।
-ବିଶ୍ୱଜିତ୍‌ ପଟ୍ଟନାୟକ, ସଭାପତି, ଜିଲା ପେଟ୍ରୋଲ ପମ୍ପ ମାଲିକ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri