ଆଇଆଇଟି ଭୁବନେଶ୍ୱର ସହ ଆଇଜି ଡ୍ରୋନ୍‌ସର ବୁଝାମଣା

ଭୁବନେଶ୍ୱର,୧୪।୮: ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି), ଭୁବନେଶ୍ୱର ସହ ଆଇଜି ଡ୍ରୋନ୍‌ସର ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏହି ବୁଝାମଣା ଅନୁଯାୟୀ ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରେନ୍ୟୁରଶିପ୍‌ ପାର୍କରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆର୍‌ ଆଣ୍ଡ ଡି ଉପରେ ଗୁରୁତ୍ୱ ଦେଉଥିବା ଏକ ଆଡ୍‌ଭାନ୍ସଡ ଡ୍ରୋନ୍‌ ଏକ୍ସିଲେନ୍ସ ସେଣ୍ଟର ସ୍ଥାପନ କରିବା ପାଇଁ ଏହି ବୁଝାମଣାପତ୍ର (ଏମ୍‌ଓୟୁ) ଚୁକ୍ତି ସ୍ବାକ୍ଷରିତ ହୋଇଛି। ବିଶେଷକରି ଭାରତ ଏକ ବିପର୍ଯ୍ୟୟପ୍ରବଣ ଦେଶ ହୋଇଥିବାରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଡ୍ରୋନ୍‌ ଟେକ୍ନୋଲୋଜିର ଗବେଷଣା ଓ ବିକାଶର ଅଗ୍ରଗତି ପାଇଁ ଏହି ସହଭାଗିତା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି। ଏହି ସହଭାଗିତା ମାଧ୍ୟମରେ ସ୍ଥାପିତ ହେବାକୁ ଥିବା ନୂଆ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ (ସିଓଇ) ବିପର୍ଯ୍ୟୟ ପରିଚାଳନା ପ୍ରୟୋଗ କ୍ଷେତ୍ରରେ ଡ୍ରୋନ୍‌ ଟେକ୍ନୋଲୋଜିର ଅନୁସନ୍ଧାନ ଓ ବିକାଶକୁ ଆଗକୁ ବଢାବା ପାଇଁ ଉତ୍ସର୍ଗୀକୃତ ରହିବ। ଏହି ଆଡ୍‌ଭାନ୍ସ ଡ୍ରୋନ୍‌ ଏକ୍ସିଲେନ୍ସ ସେଣ୍ଟର ୨୦୦୦ ବର୍ଗଫୁଟ ଅଞ୍ଚଳରେ ଅବସ୍ଥାପିତ ହେବ। ଯାହା ଅନୁସନ୍ଧାନ ଓ ବିକାଶମୂଳକ ପଦକ୍ଷେପରେ ସହଯୋଗ କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥାରେ ସୁସଜ୍ଜିତ ରହିବ। ଓଡ଼ିଶା ଭାରତର ୧ ନମ୍ବର ବିପର୍ଯ୍ୟୟ ପ୍ରସ୍ତୁତ ରାଜ୍ୟ ଓ ଏହାକୁ ନିଜର ସକ୍ରିୟ ବିପର୍ଯ୍ୟୟ ପରିଚାଳନା ରଣନୀତି ପାଇଁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଉଛି।
ଏ ସମ୍ପର୍କରେ ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରେନ୍ୟୁରଶିପ ପାର୍କର ସିଇଓ ଡ. ଶୁଭଙ୍କର ପତି କହିଛନ୍ତି, ଆମେ ଆଇଜି ଡ୍ରୋନ୍‌ସ ସହ ସହଭାଗିତାକରି ବେଶ୍‌ ଉତ୍ସାହିତ ଅଛୁ; ଯାହା ଅତ୍ୟାଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ କାର୍ଯ୍ୟରତ ଷ୍ଟାର୍ଟଅପ୍‌ଗୁଡିକ ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା ଉପରେ ଆମର ଧ୍ୟାନକୁ ବୃଦ୍ଧି କରୁଛି। ଏହି ସହଭାଗିତା ଆମର ଭିଜନ ‘୧୦୦କ୍ୟୁବ୍‌’ ସହ ଜଡ଼ିତ ଥିବା ହାଇ ଏଣ୍ଡ ଟେକ୍ନୋଲୋଜି କ୍ଷେତ୍ରଗୁଡିକରେ ଉଦ୍ଭାବନ ଓ ଉଦ୍ୟୋଗିକତା ବିକଶିତ କରିବା ପ୍ରତି ଆମର ପ୍ରତିବଦ୍ଧତାର ଏକ ପ୍ରମାଣ।
ଉଲ୍ଲେଖଯୋଗ୍ୟ, ୧୦୦କ୍ୟୁବ୍‌ ଓଡ଼ିଶା ୨୦୩୬ରେ ଏକ ଭାଷାଗତ ରାଜ୍ୟ ଭାବେ ୧୦୦ ବର୍ଷରେ ପଦାର୍ପଣ କରୁଥିବାରୁ ୧୦୦ କୋଟି ଟଙ୍କା ଲେଖାଏ ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍‌କୁ ସୁଗମ କରିବା ପାଇଁ ଲକ୍ଷ୍ୟ ରଖିଛି। ସେହିଭଳି ଆଇଜି ଡ୍ରୋନ୍‌ସର ସିଇଓ ବୋଧିସତ୍ୱ ସଂଘପ୍ରିୟା କହିଛନ୍ତି, ଆଇଆଇଟି ଭୁବନେଶ୍ୱର ସହ ଆମର ସହଭାଗିତା ଡ୍ରୋନ୍‌ ଟେକ୍ନୋଲୋଜି ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିର ପ୍ରତିନିଧିତ୍ୱ କରୁଛି। ଏପରିକି ଆର୍‌ ଆଣ୍ଡ ଡି ଉପରେ ଗୁରୁତ୍ୱ ଦେଇ ଆମେ ବିପର୍ଯ୍ୟୟ ସ୍ଥିତିରେ ଡ୍ରୋନ୍‌ ପ୍ରୟୋଗର ପ୍ରଭାବଶାଳିତାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ। ଏହି ପଦକ୍ଷେପ ଉଦ୍ଭାବନକୁ ପରିଚାଳନା କରିବ ଏବଂ ବିପର୍ଯ୍ୟୟର ମୁକାବିଲା ଓ ପୁନରୁଦ୍ଧାର କ୍ଷମତାକୁ ଉନ୍ନତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri