Categories: ବାଣିଜ୍ୟ

ଆପଣଙ୍କ ବ୍ୟାଙ୍କରୁ ଓଟିପି କି ଏସ୍‌ଏମ୍‌ଏସ୍‌ ଆସୁନାହିଁ କି? କରନ୍ତୁ ଏହି କାମ, ତୁରନ୍ତ ହୋଇଯିବ ଠିକ୍‌

ନୂଆଦିଲ୍ଲୀ,୧୭।୨: ଆଜିକାଲିର ସମୟରେ ଓଟିପି(ଓ୍ବାନ୍‌ ଟାଇମ୍‌ ପାସଓ୍ବାଡ୍‌)ର ଗୁରୁତ୍ୱ ବଢ଼ିଛି। ଡିଜିଟାଲ ହେବା ଯୋଗୁ ଏହାଦ୍ୱାରା ବ୍ୟାଙ୍କ ଆକାଉଣ୍ଟ ସୁରକ୍ଷିତ ରହିଛି। ଯେତେବେଳେ ବି ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାନ୍ଜାକ୍ସନ କରାଯାଉଛି ନଚେତ ପରିବର୍ତ୍ତନ କରାଯାଉଛି, ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରକୁ ଓଟିପି ଆସୁଛି। ଏହି ଓଟିପି ନ ଦେବା ଯାଏ ଟ୍ରାନ୍ଜାକ୍ସନ ଅଥନା ଜରୁରୀ ପରିବର୍ତ୍ତନ କରାଯାଇପାରୁନାହିଁ। ହେଲେ ଅନେକ ସମୟରେ ଓଟିପି ମୋବାଇଲ୍‌କୁ ଆସି ନ ଥାଏ। ଏମିତିରେ ଆପଣଙ୍କୁ ଏଭଳି କିଛି କାମ କରିନେବା ଉଚିତ।

ଯଦି ଆପଣଙ୍କ ନମ୍ବରକୁ ଓଟିପି ଆସୁନାହିଁ, ତେବେ ଏହା ପୁରୁଣା କ୍ୟାାଚେ ଡାଟା ପାଇଁ ହୋଇପାରେ। ଏହାକୁ ଠିକ୍‌ କରିବା ଲାଗି ମେସେଜିଂ ଆପ୍‌ରେ ଟ୍ୟାପ୍‌ କରି ଆପ୍‌ ଇନ୍‌ଫୋକୁ ଯାଆନ୍ତୁ। ପରେ କ୍ଲିଅର କ୍ୟାଚେ କରନ୍ତୁ। ଏହାଫଳରେ ପୁରୁଣା ଡାଟା କ୍ଲିଅର ହୋଇଯିବ। ଫଳରେ ନୂଆ ଓଟିପି ନେଇ ମେସେଜ ଆସିବ।

ବେଳେବେଳେ ସମସ୍ୟା ଆପଣଙ୍କ ପକ୍ଷରୁ କି ସେଣ୍ଡର ପକ୍ଷରୁ ନ ଥାଏ। କମ୍‌ ସିଗ୍‌ନାଲ ଥିବା ଯୋଗୁ ଓଟିପି ମଧ୍ୟ ଆସି ନ ପାରେ। ଏହାକୁ ଠିକ୍‌ କରିବା ଲାଗି ଫ୍ଲାଇଟ୍‌ ମୋଡ୍‌କୁ ଅନ୍‌ କରନ୍ତୁ। ପରେ ଫୋନ୍‌ ରିଷ୍ଟାଟ୍‌ କରି ଫ୍ଲାଇଟ୍‌ ମୋଡ ଅଫ୍‌ କରନ୍ତୁ। ଏହାପରେ ନୂଆ ଓଟିପି ଲାଗି ପ୍ରୋସେସ୍‌ କରନ୍ତୁ।

କିଛି ଟେଲିକମ୍‌ କମ୍ପାନୀର ପଲିସି ହେଉଛି ଯେ ଯଦି ଆପଣଙ୍କ ଫୋନ୍‌ରେ କୌଣସି ଆକ୍ଟିଭ ପ୍ଲାନ ନାହିଁ ତେବେ ଓଟିପି ଆସିବ ନାହିଁ। ଏହା କିଛି ଦେଶରେ ଲାଗୁ ମଧ୍ୟ ଅଛି। ଏଣୁ ଆପଣଙ୍କ ଟାରିଫ ପ୍ଲାନ୍‌ ଓଟିପି ପାଇବାକୁ ଆକ୍ଟିଭ୍‌ ଥାଉ ବୋଲି ସୁନିଶ୍ଚିତ କରନ୍ତୁ।

Share