ସୁଯୋଗ ମିଳିଲେ ଗୋପାଳ ଭଳି ଗୁଳି କରିଦେବି

ସମ୍ବଲପୁର,୨୧ା୨(ବ୍ୟୁରୋ): ଜାନୁୟାରୀ ୨୯ରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଝାରସୁଗୁଡା ଜିଲା ଗାନ୍ଧୀ ଛକ ଫାଣ୍ଡିରେ କାର୍ଯ୍ୟରତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣାରେ ରାଜ୍ୟ ପୋଲିସ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା। ବିଭିନ୍ନ ସ୍ଥାନରେ ଏହାକୁ ନେଇ ସମାଲୋଚନା କରାଯାଇଥିଲା। ହତ୍ୟାରେ ସମ୍ପୃକ୍ତ ଅଭିଯୁକ୍ତ ଗିରଫ ହୋଇଥିଲେ ମଧ୍ୟ ତଦନ୍ତକାରୀ ସଂସ୍ଥା କ୍ରାଇମ୍‌ବ୍ରାଞ୍ଚ ୨୨ଦିନ ପରେ ବି କାରଣ ସ୍ପଷ୍ଟ କରିପାରି ନାହିଁ। ଏବେ ଉକ୍ତ ଜିଲାର କୋଲାବିରା ଥାନାରେ ଜଣେ ପୋଲିସ କନଷ୍ଟେବଲ ପୂର୍ବତନ ବିଧାୟକଙ୍କୁ ଗୁଳିକରି ହତ୍ୟା କରିବାକୁ ଧମକ ଦେବା ଘଟଣା ପୋଲିସ ବିଭାଗକୁ ଆହୁରି ଅଡୁଆରେ ପକାଇ ଦେଇଛି। ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ କନଷ୍ଟେବଲଙ୍କୁ ଦିଆଯାଇଥିବା ବନ୍ଧୁକ ପୋଲିସ ବିଭାଗ ଜବତ କରିନେଇଥିବା ଜଣାପଡିଛି। ରବିବାର ଏହି ଘଟଣା ଘଟିଥିବା ବେଳେ ପୋଲିସ ନିଜ ଦୋଷ ଦୁର୍ବଳତା ଯେଭଳି ପଦାକୁ ନ ଆସୁ ସେଥିପାଇଁ ଚପାଇବାକୁ ଉଦ୍ୟମ କରୁଛି। ହେଲେ ସୋମବାର ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରବିବାର କନଷ୍ଟେବଲ ଜଣଙ୍କ ଥାନା ଭିତରେ ହୋ ହଲ୍ଲା କରିଥିଲେ। ବ୍ରଜରାଜନଗରର ଜଣେ ପୂର୍ବତନ ବିଧାୟକ ତାଙ୍କୁ ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି। ତାଙ୍କ ଉପରେ ବହୁତ ରାଗ ରହିଛି। ଯଦି ସୁଯୋଗ ମିଳେ ଗୋପାଳ ଭଳି ଗୁଳିକରି ହତ୍ୟା କରିଦେବି ବୋଲି କହିଥିଲେ। ଏହାକୁ ନେଇ ଥାନା ପରିସରରେ ତୁମୁଳକାଣ୍ଡ ଘଟିଥିଲା। ଏନେଇ କୋଲାବିରା ଥାନା ଅଧିକାରୀ ଝାରସୁଗୁଡ଼ା ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଥିଲେ। ଏସ୍‌ପି ଡିଜିପିଙ୍କୁ ଅବଗତ କରାଇଥିଲେ। ପରେ ଉକ୍ତ କନଷ୍ଟେବଳଙ୍କୁ ଦିଆଯାଇଥିବା ବନ୍ଧୁକ ତାଙ୍କଠାରୁ ଜବତ କରାଯାଇଥିବା କୁହାଯାଉଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନବ ଦାସ ହତ୍ୟା ଘଟଣା ପରେ ପୋଲିସ ରାଜନେତାଙ୍କ ପାଇଁ ବିପଦ ବୋଲି ଆଲୋଚନା ହେଉଛି।

ଘଟଣା ସମ୍ପର୍କରେ ବ୍ରଜରାଜନଗରର ପୂର୍ବତନ ବିଧାୟିକା ଭାଜପା ନେତ୍ରୀ ରାଧାରାଣୀ ପଣ୍ଡା କହିଛନ୍ତି, ବ୍ରଜରାଜନଗରବାସୀ ଓ ସରକାରୀ କର୍ମଚାରୀମାନଙ୍କ ସହ ତାଙ୍କର ସୁସମ୍ପର୍କ ରହିଛି। ହେଲେ ଜଣେ ପୂର୍ବତନ ବିଧାୟକଙ୍କୁ ହତ୍ୟା କରିବାକୁ ଧମକ ଦେବା ଘଟଣା ବିଚଳିତ କରିଛି। ସମ୍ପୃକ୍ତ କନଷ୍ଟେବଲଙ୍କୁ ସେ ଜାଣି ନାହାନ୍ତି। ଏ ଘଟଣା ଅତି ସମ୍ବେଦନଶୀଳ। କେବଳ ତାଙ୍କ ବନ୍ଧୁକ ଜବତ କଲେ ହେବ ନାହିଁ। କେଉଁ କାରଣରୁ ସେ ହତ୍ୟା ଧମକ ଦେଲେ, ଉଦ୍ଦେଶ୍ୟ କ’ଣ ରହିଛି ତାହାକୁ ନେଇ ତଦନ୍ତ କରାଯାଉ। ପୂର୍ବତନ ବିଧାୟକମାନଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ସେ କହିଥିଲେ। ଏ ସମ୍ପର୍କରେ ଝାରସୁଗୁଡା ଏସ୍‌ଡିପିଓ ନିର୍ମଳ ମହାପାତ୍ର କହିଛନ୍ତି, ଉକ୍ତ କନ୍‌ଷ୍ଟେବଲ ଡ୍ୟୁଟି ସମୟରେ ବିଶୃଙ୍ଖଳା କରୁଥିବା ଅଭିଯୋଗ ହେବା ପରେ ପ୍ରାୟ ଏକସପ୍ତାହ ତଳେ ତାଙ୍କୁ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri