ନିଜ ଆକାଉଣ୍ଟ ନିଜେ ନ ଚଳାଇଲେ ଏଣିକି ବନ୍ଧା ହେବେ, ୫୦୦ ଆକାଉଣ୍ଟ ଉପରେ ପୋଲିସର ରହିଛି ନଜର

ଭଞ୍ଜନଗର,୩ା୧୨(ବାବୁଲା ପ୍ରଧାନ): ଲୋକେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲୁଛନ୍ତି। ଏହାପରେ ତାକୁ ଅନ୍ୟ ଲୋକଙ୍କୁ ପରିଚାଳନା କରିବା ପାଇଁ ଦେଇ ଦେଉଛନ୍ତି। ଉକ୍ତ ଲୋକ ଆକାଉଣ୍ଟଧାରୀଙ୍କ ଅଜାଣତରେ ବିପୁଳ ଟଙ୍କା ଆକାଉଣ୍ଟରେ କାରବାର କରୁଛନ୍ତି। ଯାହାକି ବେନିୟମ।
ଆଉ କିଛି ଲୋକ ଅଛନ୍ତି କେବଳ କମିଶନ ଖାଇବା ପାଇଁ ଆକାଉଣ୍ଟ ଖୋଲୁଛନ୍ତି । ଏଥିସହ ଆଉ କିଛି ଆକାଉଣ୍ଟ ମାଧ୍ୟମରେ ଅନ୍‌ଲାଇନ୍‌ ଠକେଇ ମଧ୍ୟ ହେଉଛି। ଯାହାକି ଚିନ୍ତାଜନକ ବିଷୟ। ଏହିଭଳି ଗଞ୍ଜାମ ଜିଲାରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଆକାଉଣ୍ଟ କାରବାର ସନ୍ଦେହ ଦେଖାଦେଇଛି। ଯେଉଁଥିରେ ବିପୁଳ ଟଙ୍କା କାରବାର ହୋଇଛି। ଉକ୍ତ ଆକାଉଣ୍ଟଧାରୀଙ୍କୁ ବର୍ତ୍ତମାନ ବିଭିନ୍ନ ଥାନା ମାଧ୍ୟମରେ ନୋଟିସ ଦିଆଯାଇଛି। ଏଥିସହ ସେମାନକୁ ଥାନାକୁ ଡ଼ାକି ପଚରାଉଚରା କରାଯାଉଛି। ଉତ୍ତର ସନ୍ତୋଷଜନକ ନ ହେଲେ ସେମାନଙ୍କୁ ବନ୍ଧା ଯାଉଛି। ଏହିଭଳି ଭଞ୍ଜନଗର ଥାନା ଅଞ୍ଚଳରେ ୬୬ଟି ଆକାଉଣ୍ଟ ଅଛି। ସେଥିମଧ୍ୟରୁ ବୁଧବାର ୬ଜଣଙ୍କୁ ଥାନାକୁ ଡାକି ପଚରାଉଚରା କରାଯାଇଛ। ଆଉ ୬ ଜଣଙ୍କୁ ନୋଟିସ୍‌ ଦିଆଯାଇଛି। ତଦନ୍ତରେ ସନ୍ତୋଷଜନକ ଉତ୍ତର ନ ମିଳିଲେ ବନ୍ଧା ହେବେ। ଏହି ଘଟଣା ଜଣାପଡ଼ିବା ପରେ ଏଭଳି ଆକାଉଣ୍ଟଧାରୀମାନେ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଏନ୍‌ସିଆର୍‌ପି ପୋର୍ଟାଲ ମାଧ୍ୟମରେ ଏଭଳି ବେନିୟମ ଆକାଉଣ୍ଟଧାରୀକୁ ଠାବ କରୁଛନ୍ତି। ଏହାପରେ ବିଭିନ୍ନ ରାଜ୍ୟକୁ ସୂଚନା ଦିଆଯାଉଛି। ଏହିଭଳି ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲାରେ କାର୍ଯ୍ୟନୁଷ୍ଠାନ ନିଆଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri