ନିଜ ଆକାଉଣ୍ଟ ନିଜେ ନ ଚଳାଇଲେ ଏଣିକି ବନ୍ଧା ହେବେ, ୫୦୦ ଆକାଉଣ୍ଟ ଉପରେ ପୋଲିସର ରହିଛି ନଜର

ଭଞ୍ଜନଗର,୩ା୧୨(ବାବୁଲା ପ୍ରଧାନ): ଲୋକେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲୁଛନ୍ତି। ଏହାପରେ ତାକୁ ଅନ୍ୟ ଲୋକଙ୍କୁ ପରିଚାଳନା କରିବା ପାଇଁ ଦେଇ ଦେଉଛନ୍ତି। ଉକ୍ତ ଲୋକ ଆକାଉଣ୍ଟଧାରୀଙ୍କ ଅଜାଣତରେ ବିପୁଳ ଟଙ୍କା ଆକାଉଣ୍ଟରେ କାରବାର କରୁଛନ୍ତି। ଯାହାକି ବେନିୟମ।
ଆଉ କିଛି ଲୋକ ଅଛନ୍ତି କେବଳ କମିଶନ ଖାଇବା ପାଇଁ ଆକାଉଣ୍ଟ ଖୋଲୁଛନ୍ତି । ଏଥିସହ ଆଉ କିଛି ଆକାଉଣ୍ଟ ମାଧ୍ୟମରେ ଅନ୍‌ଲାଇନ୍‌ ଠକେଇ ମଧ୍ୟ ହେଉଛି। ଯାହାକି ଚିନ୍ତାଜନକ ବିଷୟ। ଏହିଭଳି ଗଞ୍ଜାମ ଜିଲାରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଆକାଉଣ୍ଟ କାରବାର ସନ୍ଦେହ ଦେଖାଦେଇଛି। ଯେଉଁଥିରେ ବିପୁଳ ଟଙ୍କା କାରବାର ହୋଇଛି। ଉକ୍ତ ଆକାଉଣ୍ଟଧାରୀଙ୍କୁ ବର୍ତ୍ତମାନ ବିଭିନ୍ନ ଥାନା ମାଧ୍ୟମରେ ନୋଟିସ ଦିଆଯାଇଛି। ଏଥିସହ ସେମାନକୁ ଥାନାକୁ ଡ଼ାକି ପଚରାଉଚରା କରାଯାଉଛି। ଉତ୍ତର ସନ୍ତୋଷଜନକ ନ ହେଲେ ସେମାନଙ୍କୁ ବନ୍ଧା ଯାଉଛି। ଏହିଭଳି ଭଞ୍ଜନଗର ଥାନା ଅଞ୍ଚଳରେ ୬୬ଟି ଆକାଉଣ୍ଟ ଅଛି। ସେଥିମଧ୍ୟରୁ ବୁଧବାର ୬ଜଣଙ୍କୁ ଥାନାକୁ ଡାକି ପଚରାଉଚରା କରାଯାଇଛ। ଆଉ ୬ ଜଣଙ୍କୁ ନୋଟିସ୍‌ ଦିଆଯାଇଛି। ତଦନ୍ତରେ ସନ୍ତୋଷଜନକ ଉତ୍ତର ନ ମିଳିଲେ ବନ୍ଧା ହେବେ। ଏହି ଘଟଣା ଜଣାପଡ଼ିବା ପରେ ଏଭଳି ଆକାଉଣ୍ଟଧାରୀମାନେ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଏନ୍‌ସିଆର୍‌ପି ପୋର୍ଟାଲ ମାଧ୍ୟମରେ ଏଭଳି ବେନିୟମ ଆକାଉଣ୍ଟଧାରୀକୁ ଠାବ କରୁଛନ୍ତି। ଏହାପରେ ବିଭିନ୍ନ ରାଜ୍ୟକୁ ସୂଚନା ଦିଆଯାଉଛି। ଏହିଭଳି ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲାରେ କାର୍ଯ୍ୟନୁଷ୍ଠାନ ନିଆଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri