Posted inଜାତୀୟ

ହାତ ନ ଭାଙ୍ଗି ପାରୁଛ ଯଦି ଗୋଡ଼ ଭାଙ୍ଗିଦିଅ, ଜାମିନ କରାଇଦେବି, ବିଧାୟକଙ୍କ ଧମକ…

ମୁମ୍ବାଇ, ୧୬।୮ : ଉଦ୍ଧବ ଠାକରେଙ୍କ ଶିବସେନାରୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଥିବା ବିଧାୟକ ପ୍ରକାଶ ସୁର୍ଭେ ତାଙ୍କ ସମର୍ଥକଙ୍କୁ ଶିବ ସୈନିକଙ୍କ ଉପରେ ଆକ୍ରମଣ କରିବାକୁ କହିଛନ୍ତି। ଏକ ଭାଇରାଲ ଭିଡିଓରେ ସେ କହୁଥିବାର ଦେଖିବାକୁ ମିଳୁଛି ଯେ ଆମେ ତାଙ୍କୁ ତାଙ୍କ ସ୍ଥାନ ନ ଦେଖାଇବା ପର୍ଯ୍ୟନ୍ତ ବିଶ୍ରାମ କରିବା ଉଚିତ ନୁହେଁ । ହାତ ନ ଭାଙ୍ଗି ପାରୁଛ ଯଦି ଗୋଡ଼ ଭାଙ୍ଗିଦିଅ। ତାପର ଦିନ ଜାମିନ ମୁଁ କରାଇଦେବି। ଚିନ୍ତା କର ନାହିଁ ବୋଲି ସେ କହୁଥିବାର ଦେଖାଯାଉଛି।

ମହାରାଷ୍ଟ୍ର ରାଜନୀତିରେ ସଙ୍କଟ ସୃଷ୍ଟି କରିଥିବା ଏକନାଥ ଶିନ୍ଦେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ କଡ଼ା ଆଘାତ ଦେଇ ଶିବ ସୈନିକଙ୍କୁ ତାଙ୍କଠାରୁ ଅଲଗା କରିବା ସହିତ ମୁଖ୍ୟମନ୍ତ୍ରୀ ପଦବୀ ଛଡ଼ାଇ ନେଇଛନ୍ତି। ୩୯ ଶିବସେନା ବିଧାୟକ ଶିନ୍ଦେଙ୍କ ସହିତ ଅଛନ୍ତି। ଯଦିଓ ଏହି ଘଟଣାର ଏକ ମାସ ବିତିଗଲାଣି, କିନ୍ତୁ ହିଂସା ଏବଂ ରକ୍ତପାତ ଘଟଣା ଏହି ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ସାମ୍ନାକୁ ଆସୁଛି। ନିଜକୁ ପ୍ରକୃତ ଶିବ ସୈନିକ ବୋଲି କହି ଏହି ବିବାଦ ଜାରି ରହିଛି।

ଶିନ୍ଦେ ଦଳର ବିଧାୟକ ପ୍ରକାଶ ସୁର୍ଭେ ଉଦ୍ଧବ ଶିବିରକୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ମଗଥାନୋରୁ ଦୁଇଥର ବିଧାୟକ ହୋଇଥିବା ପ୍ରକାଶ ସୁର୍ଭେ ଏକ ଫେସବୁକ ଭିଡିଓରେ ତାଙ୍କ ସମର୍ଥକଙ୍କୁ କହିଛନ୍ତି ଯେ ଆମେ ସେମାନଙ୍କୁ ସେମାନଙ୍କ ସ୍ଥାନ ଦେଖାଇବା ପର୍ଯ୍ୟନ୍ତ ବିଶ୍ରାମ କରିବା ଉଚିତ ନୁହେଁ। କାହାର ଦାଦାଗିରି ଗାଳିଗୁଲଜକୁ ସହ୍ୟ କରନ୍ତୁ ନାହିଁ। ଯଦି କେହି ଆପଣଙ୍କୁ ଚ୍ୟାଲେଞ୍ଜ କରନ୍ତି ତେବେ ତାଙ୍କୁ ଚ୍ୟାଲେଞ୍ଜ କରନ୍ତୁ।  ତାଙ୍କୁ ଦୁଇ ଖଣ୍ଡ କରି ଦିଅ।

ସୁର୍ଭେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଶିବସେନା ମୁମ୍ବାଇ ପୋଲିସ ନିକଟରେ ପହଞ୍ଚିଛି। ଦହିସର ପୋଲିସ ଷ୍ଟେଶନରେ ଅଭିଯୋଗ ଦାଖଲ କରିଥିବା ପୂର୍ବତନ ଶିବସେନା କର୍ପୋରେଟର ଉଦେଶ ପାଟେକର କହିଛନ୍ତି ଯେ ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଶ୍ୱାସ ରହୁନାହିଁ। ତେବେ ଏହି ପ୍ରସଙ୍ଗରେ ମତାମତ ପାଇଁ ସୁର୍ଭେଙ୍କ ସହ ଯୋଗାଯୋଗ କରାଯାଇପାରି ନଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏନ୍‌ଏଚ୍‌ଏଆଇର ବଡ଼ ଘୋଷଣା: ଏପ୍ରିଲ ୧ରୁ ବଢ଼ିବ…

ନୂଆଦିଲ୍ଲୀ,୩୦ା୩: ଏପ୍ରିଲ ୧ରୁ ଫାସ୍‌ଟାଗ୍‌ ବାର୍ଷିକ ଦେୟ ବଢ଼ିବ ବୋଲି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି…

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri