Posted inଫୁରସତ

ସ୍ତ୍ରୀ ହେଲେ ମାସକୁ ୨୫ ଲକ୍ଷ ଅଫର

ମୁମ୍ବାଇ: ସ୍ତ୍ରୀ ହେଲେ ମାସକୁ ମିଳିବ ୨୫ ଲକ୍ଷ। ଜଣେ ବ୍ୟବସାୟୀଙ୍କ ନିକଟରୁ ବଲିଉଡ୍‌ ଅଭିନେତ୍ରୀ ନୀତୁ ଚନ୍ଦ୍ରାଙ୍କୁ ମିଳିଥିଲା ଏଭଳି ଏକ ଘୃଣ୍ୟ ଅଫର। ଅଙ୍ଗେ ନିଭାଇଥିବା ଏଭଳି ଦୁଃଖଦ ଘଟଣାକୁ ନିକଟରେ ଏକ ସାକ୍ଷାତ୍‌କାରରେ ସାର୍ବଜନୀନ କରିଛନ୍ତି ସେ। ବି-ଟାଉନ୍‌ରେ କେତେବେଳେ କାହା ଭାଗ୍ୟ ବଦଳିଯିବ ତାହା କହିବା ମୁସ୍କିଲ୍‌। ଇଣ୍ଡଷ୍ଟ୍ରିରେ କିଏ କେତେବେଳେ ଉପରକୁ ଉଠିଯାଏ ତ କିଏ କେବେ ହଜିଯାଆନ୍ତି। ଠିକ୍‌ ସେମିତି ଜଣେ ଅଭିନେତ୍ରୀ ହେଉଛନ୍ତି ନୀତୁ ଚନ୍ଦ୍ରା। ନାୟିକା ନୀତୁ ୨୦୦୫ରେ ଫିଲ୍ମ ‘ଗରମ ମସଲା’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ସେ ଏୟାରହୋଷ୍ଟେସ୍‌ ଚରିତ୍ରରେ ନଜରକୁ ଆସିଥିଲେ। ଖିଲାଡି ଷ୍ଟାର ଅକ୍ଷୟ କୁମାର ଏବଂ ଜନ୍‌ ଆବ୍ରାହମ୍‌ ମଧ୍ୟ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଏହା ପରେ ସେ ‘ଟ୍ରାଫିକ୍‌ ସିଗ୍‌ନାଲ୍‌’, ‘ୱାନ୍‌ ଟୁ ଥ୍ରୀ’, ‘ଓଏ ଲକି ଲକି ଓଏ’ ଭଳି ସିନେମାରେ ଅଭିନୟ କରିଥିଲେ। ଶେଷ ଥର ପାଇଁ ତାଙ୍କୁ ‘କୁଛ୍‌ ଲଭ୍‌ ଜୈସା’ରେ ଦେଖିବାକୁ ମିଳିଥିଲା। ହାତଗଣତି ସିନେମାରେ ଅଭିନୟ କରିଥିଲେ ମଧ୍ୟ ନୀତୁ ଦର୍ଶକଙ୍କ ମନରେ ଛାଡ଼ିଛନ୍ତି ସ୍ବତନ୍ତ୍ର ଛାପ। ତେବେ ମାସିକ ୨୫ ଲକ୍ଷ ଟଙ୍କାରେ ଜଣେ ବ୍ୟବସାୟୀ ନୀତୁଙ୍କୁ ତାଙ୍କର ଧର୍ମପତ୍ନୀ ହେବାକୁ ଅଫର ଦେଇଥିଲେ। ଲୋକମାନେ ବିବାହ ଭଳି ପବିତ୍ର ସମ୍ପର୍କକୁ ନେଇ ଡିଲ୍‌ କରିପାରନ୍ତି, ଏହା ଭାବିବା ବେଳକୁ ବିଶ୍ୱାସ କରିବା କଷ୍ଟକର ବୋଲି ନୀତୁ କୋହଭରା କଣ୍ଠରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri