ମାସ ଶେଷ ସୁଦ୍ଧା କାର୍ଯ୍ୟ ନ ସରିଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୩ା୨(ଡି.ଏନ.ଏ): ଗଞ୍ଜାମ ଜିଲାର କବିସୂର୍ଯ୍ୟନଗର, ବୁଗୁଡା, ସୋରଡ଼ା ଓ ପୁରୁଷୋତ୍ତମପୁର ସହରାଞ୍ଚଳରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲାଯିବ। ଏନେଇ ୭ ଦିନ ମଧ୍ୟରେ ଜାଗା ଚିହ୍ନଟ କରିବାକୁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଜିଲା ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ଏନ୍‌ଏସି ନିର୍ବାହୀ ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଖଲିକୋଟ, ପାତ୍ରପୁର, କୋଦଳାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକର ନୂତନ ବିଲଡିଂ ନିର୍ମାଣ କରାଯିବ। ଏଥିଲାଗି ମଧ୍ୟ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ା ଏଥିସହ ଜିଲାର ସମସ୍ତ ସବସେଣ୍ଟରଗୁଡିକର ଉନ୍ନତୀକରଣ କରାଯାଉଛି। ତେବେ ଏଥିରୁ ୧୬ଟି ସବସେଣ୍ଟର ପାଇଁ ଜମି ଚିହ୍ନଟ ହୋଇପାରୁନି । ତୁରନ୍ତ ଏହା ତ୍ୱରାନ୍ବିତ କରିବାକୁ ଜିଲାପାଳ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ଏବେ ସମସ୍ତ ମେଡିକାଲର ଭିତ୍ତିଭୂମି ସୁଦୃଢ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ବିଭିନ୍ନ ସ୍ଥାନରେ ଆରଏଣ୍ଡବି, ଆରଡି, ପଞ୍ଚାୟତ ସମିତିମାନଙ୍କୁ ତ୍ୱରାନ୍ବିତ ପାଇଁ ଦାୟିତ୍ୱ ଦିଆଯାଇଛି । ତେବେ ଏହାର ଅବଧି ଗତ ବର୍ଷ ଅକ୍ଟୋବର ମାସରେ ସରିଯାଇଥିବା ବେଳେ ଏବେ ବି କାମ ସରିନି ା ଫେବୃୟାରୀ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ବୈଠକରେ ସତର୍କ କରାଇଦେଇଛନ୍ତି। ଜିଲାରେ ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁଦାନ ଦିଆଯାଇଥିଲା । ତେବେ ଏଥିରୁ ବିଭିନ୍ନ ସ୍ଥାନରେ କାମ ମଧ୍ୟ ଆରମ୍ଭ ହୋଇନି। ଏନେଇ ଜିଲାପାଳ ସମୀକ୍ଷା କରି କ୍ଷୁବ୍ଧ ହୋଇଥିଲେ । ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏଗୁଡିକର ନିର୍ମାଣ ସାରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ହିଞ୍ଜିଳିର କଞ୍ଚୁରୁ, ଶେରଗଡ ବ୍ଲକର ପିତଳ ଓ ଡେଙ୍ଗାପଦର, କୁକୁଡ଼ାଖଣ୍ଡିର ଜଗଦଳପୁର, ସୋରଡ଼ାର ୫ଟି ମେଡିକାଲରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କାମ ଆରମ୍ଭ ହୋଇନଥିବା ଜଣାପଡିଛି। ବିଭିନ୍ନ କାର୍ଯ୍ୟର ୟୁସି ଦାଖଲ କରିବାକୁ ବୈଠକରେ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର, ଏନ୍‌ଏଚ୍‌ଏମ୍‌ ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କିର୍ତ୍ତୀଭାସନ, ବ୍ରହ୍ମପୁର ଉପଜିଲାପାଳଙ୍କ ସମେତ ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ, ମେଡିକାଲ ଅଫିସର, ଯନ୍ତ୍ରୀ ଉପସ୍ଥିତ ଥିଲେ।

୩ ନିର୍ବାହୀ ଯନ୍ତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ

ଗଞ୍ଜାମ ଜିଲା ଆର୍‌.ଡି ଡିଭିଜନର ୨ ନିର୍ବାହୀ ଯନ୍ତ୍ରୀ ଏବଂ ଆର୍‌ଡି (ଇଲେକ୍ଟ୍ରିକାଲ) ନିର୍ବାହୀ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ ସେମାନଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ସୂଚନା ଅନୁସାରେ, ଶୁକ୍ରବାର ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ରହିବାକୁ ଆର୍‌ଡି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଦ୍ୱାରା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା। ଏଥିସହ ହ୍ବାଟସ୍‌ ଆପ୍‌ ଗ୍ରୁପରେ ପୋଷ୍ଟ କରାଯାଇଥିଲା। ତେବେ ସେମାନେ ଉକ୍ତ ବୈଠକରେ ଉପସ୍ଥିତ ନଥିବା ଜିଲାପାଳ ଜାଣିବା ପରେ କ୍ଷୁବ୍ଧ ହୋଇଥିଲେ। ଛତ୍ରପୁର ନ ଆସିପାରିଲେ ବ୍ରହ୍ମପୁର ଉପଜିଲାପାଳ, ଭଞ୍ଜନଗର ଉପଜିଲାପାଳ କିମ୍ବା କୌଣସି ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ଭିସି ବୈଠକରେ ଯୋଡ଼ି ହୋଇପାରିବାର ସୁବିଧା କରାଯାଇଥିଲା। ତଥାପି ଉକ୍ତ ୩ ଅଧିକାରୀ ଅନୁପସ୍ଥିତ ଥିଲେ ା ଏମାନଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ସହକାରୀ ଯନ୍ତ୍ରୀ ମଧ୍ୟ ବୈଠକକୁ ଆସି ନଥିଲେ। ଜିଲାରେ ଆର୍‌ଡି ଡିଭିଜନ ପକ୍ଷରୁ ବିଭିନ୍ନ ସ୍ଥାନରେ ସବସେଣ୍ଟର, ଓପିଡି ଆଦି ମେଡିକାଲ ଭିତ୍ତିଭୂମି କାର୍ଯ୍ୟ ତ୍ୱରାନ୍ବିତ କରାଯାଉଛି। ଏହି କାମର ଅବଧି ସରିଯାଇଥିଲେ ହେଁ କାମ ସରୁନି। ଏହାର କାରଣ ଜାଣିବାକୁ ଉକ୍ତ ସମୀକ୍ଷା ବୈଠକ ଡାକିଥିଲେ ଜିଲାପାଳ। ଉକ୍ତ ୩ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ ଏମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ସହିତ ଦରମା ବନ୍ଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri