ମାସ ଶେଷ ସୁଦ୍ଧା କାର୍ଯ୍ୟ ନ ସରିଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୩ା୨(ଡି.ଏନ.ଏ): ଗଞ୍ଜାମ ଜିଲାର କବିସୂର୍ଯ୍ୟନଗର, ବୁଗୁଡା, ସୋରଡ଼ା ଓ ପୁରୁଷୋତ୍ତମପୁର ସହରାଞ୍ଚଳରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲାଯିବ। ଏନେଇ ୭ ଦିନ ମଧ୍ୟରେ ଜାଗା ଚିହ୍ନଟ କରିବାକୁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଜିଲା ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ଏନ୍‌ଏସି ନିର୍ବାହୀ ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଖଲିକୋଟ, ପାତ୍ରପୁର, କୋଦଳାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକର ନୂତନ ବିଲଡିଂ ନିର୍ମାଣ କରାଯିବ। ଏଥିଲାଗି ମଧ୍ୟ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ା ଏଥିସହ ଜିଲାର ସମସ୍ତ ସବସେଣ୍ଟରଗୁଡିକର ଉନ୍ନତୀକରଣ କରାଯାଉଛି। ତେବେ ଏଥିରୁ ୧୬ଟି ସବସେଣ୍ଟର ପାଇଁ ଜମି ଚିହ୍ନଟ ହୋଇପାରୁନି । ତୁରନ୍ତ ଏହା ତ୍ୱରାନ୍ବିତ କରିବାକୁ ଜିଲାପାଳ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ଏବେ ସମସ୍ତ ମେଡିକାଲର ଭିତ୍ତିଭୂମି ସୁଦୃଢ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ବିଭିନ୍ନ ସ୍ଥାନରେ ଆରଏଣ୍ଡବି, ଆରଡି, ପଞ୍ଚାୟତ ସମିତିମାନଙ୍କୁ ତ୍ୱରାନ୍ବିତ ପାଇଁ ଦାୟିତ୍ୱ ଦିଆଯାଇଛି । ତେବେ ଏହାର ଅବଧି ଗତ ବର୍ଷ ଅକ୍ଟୋବର ମାସରେ ସରିଯାଇଥିବା ବେଳେ ଏବେ ବି କାମ ସରିନି ା ଫେବୃୟାରୀ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ବୈଠକରେ ସତର୍କ କରାଇଦେଇଛନ୍ତି। ଜିଲାରେ ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁଦାନ ଦିଆଯାଇଥିଲା । ତେବେ ଏଥିରୁ ବିଭିନ୍ନ ସ୍ଥାନରେ କାମ ମଧ୍ୟ ଆରମ୍ଭ ହୋଇନି। ଏନେଇ ଜିଲାପାଳ ସମୀକ୍ଷା କରି କ୍ଷୁବ୍ଧ ହୋଇଥିଲେ । ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏଗୁଡିକର ନିର୍ମାଣ ସାରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ହିଞ୍ଜିଳିର କଞ୍ଚୁରୁ, ଶେରଗଡ ବ୍ଲକର ପିତଳ ଓ ଡେଙ୍ଗାପଦର, କୁକୁଡ଼ାଖଣ୍ଡିର ଜଗଦଳପୁର, ସୋରଡ଼ାର ୫ଟି ମେଡିକାଲରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କାମ ଆରମ୍ଭ ହୋଇନଥିବା ଜଣାପଡିଛି। ବିଭିନ୍ନ କାର୍ଯ୍ୟର ୟୁସି ଦାଖଲ କରିବାକୁ ବୈଠକରେ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର, ଏନ୍‌ଏଚ୍‌ଏମ୍‌ ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କିର୍ତ୍ତୀଭାସନ, ବ୍ରହ୍ମପୁର ଉପଜିଲାପାଳଙ୍କ ସମେତ ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ, ମେଡିକାଲ ଅଫିସର, ଯନ୍ତ୍ରୀ ଉପସ୍ଥିତ ଥିଲେ।

୩ ନିର୍ବାହୀ ଯନ୍ତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ

ଗଞ୍ଜାମ ଜିଲା ଆର୍‌.ଡି ଡିଭିଜନର ୨ ନିର୍ବାହୀ ଯନ୍ତ୍ରୀ ଏବଂ ଆର୍‌ଡି (ଇଲେକ୍ଟ୍ରିକାଲ) ନିର୍ବାହୀ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ ସେମାନଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ସୂଚନା ଅନୁସାରେ, ଶୁକ୍ରବାର ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ରହିବାକୁ ଆର୍‌ଡି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଦ୍ୱାରା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା। ଏଥିସହ ହ୍ବାଟସ୍‌ ଆପ୍‌ ଗ୍ରୁପରେ ପୋଷ୍ଟ କରାଯାଇଥିଲା। ତେବେ ସେମାନେ ଉକ୍ତ ବୈଠକରେ ଉପସ୍ଥିତ ନଥିବା ଜିଲାପାଳ ଜାଣିବା ପରେ କ୍ଷୁବ୍ଧ ହୋଇଥିଲେ। ଛତ୍ରପୁର ନ ଆସିପାରିଲେ ବ୍ରହ୍ମପୁର ଉପଜିଲାପାଳ, ଭଞ୍ଜନଗର ଉପଜିଲାପାଳ କିମ୍ବା କୌଣସି ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ଭିସି ବୈଠକରେ ଯୋଡ଼ି ହୋଇପାରିବାର ସୁବିଧା କରାଯାଇଥିଲା। ତଥାପି ଉକ୍ତ ୩ ଅଧିକାରୀ ଅନୁପସ୍ଥିତ ଥିଲେ ା ଏମାନଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ସହକାରୀ ଯନ୍ତ୍ରୀ ମଧ୍ୟ ବୈଠକକୁ ଆସି ନଥିଲେ। ଜିଲାରେ ଆର୍‌ଡି ଡିଭିଜନ ପକ୍ଷରୁ ବିଭିନ୍ନ ସ୍ଥାନରେ ସବସେଣ୍ଟର, ଓପିଡି ଆଦି ମେଡିକାଲ ଭିତ୍ତିଭୂମି କାର୍ଯ୍ୟ ତ୍ୱରାନ୍ବିତ କରାଯାଉଛି। ଏହି କାମର ଅବଧି ସରିଯାଇଥିଲେ ହେଁ କାମ ସରୁନି। ଏହାର କାରଣ ଜାଣିବାକୁ ଉକ୍ତ ସମୀକ୍ଷା ବୈଠକ ଡାକିଥିଲେ ଜିଲାପାଳ। ଉକ୍ତ ୩ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ ଏମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ସହିତ ଦରମା ବନ୍ଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଇରାନକୁ ଫାଇନାଲ୍‌ ଅଲ୍ଟିମେଟମ: ହର୍ମୁଜ ନ ଖୋଲିଲେ…

ଓ୍ବାଶିଂଟନ୍‌,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଅଲ୍ଟିମେଟମ ଦେଇଛନ୍ତି। ସେ କହିଛନ୍ତି, ଇରାନ ଯଦି ହର୍ମୁଜ ଷ୍ଟ୍ରେଟ୍‌ ନ ଖୋଲେ, ତେବେ ଆମେରିକା ପାଓ୍ବାର…

ଇରାନକୁ ନୁହେଁ, ବରଂ ନିଜ ପାଇଁ ସମୟସୀମା ଧାର୍ଯ୍ୟ କଲେ ଟ୍ରମ୍ପ, ଏହି ତାରିଖକୁ ରଖିଥିଲେ ଡେଡ ଲାଇନ

ଓ୍ବାଶିଂଟନ,୪।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ ପାଇଁ ଏପ୍ରିଲ ୬ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ତଥାପି, ଏହା ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହି…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri