Posted inଜାତୀୟ

‘ଝିଅଙ୍କୁ ସୁଯୋଗ ଦେଲେ ଦେଶ ଆଗେଇବ’

ନୂଆଦିଲ୍ଲୀ, ୧୪।୮: ଝିଅମାନଙ୍କୁ ସୁଯୋଗ ଦେଲେ ହିଁ ଦେଶ ଆଗେଇବ। ୭୫ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତୀୟ ଅଲିମ୍ପିଆନ୍‌ମାନେ ଆମକୁ ଗର୍ବିତ କରିଛନ୍ତି।

ବିଜ୍ଞାନଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେମାନେ ଇତିହାସ ରଚିଲେଣି। ଝିଅମାନଙ୍କୁ ସୁଯୋଗ ଦେଲେ ଦେଶ ଆଗେଇବ ବୋଲି ରାଷ୍ଟ୍ରପତି କହିଛନ୍ତି। ସଂସଦ ଦେଶର ଗଣତନ୍ତ୍ରର ମନ୍ଦିର। ଜନସାଧାରଣଙ୍କ ସୁଖ ସ୍ବାଚ୍ଛନ୍ଦ୍ୟ ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା, ବିତର୍କ କରିବା ଓ ନିଷ୍ପତ୍ତି ନେବାର ଏହା ସର୍ବୋଚ୍ଚ ଫୋରମ୍‌। ନିକଟରେ ଶେଷ ହୋଇଥିବା ମୌସୁମୀ ଅଧିବେଶନରେ ପାର୍ଲାମେଣ୍ଟର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଯେଭଳି ଅଚଳାବସ୍ଥା ଲାଗି ରହିଲା, ଏହାକୁ ଲକ୍ଷ୍ୟରେ ରଖି ରାଷ୍ଟ୍ରପତି ଉପରୋକ୍ତ ମତ ଦେଇଛନ୍ତି। ମୌସୁମୀ ଅଧିବେଶନରେ ଅଚଳାବସ୍ଥା ପାଇଁ ସରକାର ଓ ବିରୋଧୀ ପରସ୍ପରକୁ ଦୋଷ ଦେଉଥିବାବେଳେ ଏମ୍‌ପିମାନଙ୍କୁ ମାଡ଼ ମାରିବା ଲାଗି ବାହାର ଲୋକଙ୍କୁ ମାର୍ଶାଲ ନିଯୁକ୍ତ କରାଯାଇଥିବା ବିରୋଧୀ ଅଭିଯୋଗ ଆଣିଥିଲେ। ପାର୍ଲାମେଣ୍ଟରେ ବିରୋଧୀଙ୍କ ସ୍ବରକୁ ଚପାଇଦେବା ସହ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ସେମାନେ କହିଥିଲେ।

ଟେଲିଭିଜନ ବାର୍ତ୍ତାରେ ରାଷ୍ଟ୍ରପତି କୋଭିଡ୍‌-୧୯ ଦ୍ୱିତୀୟ ଲହରର ଭୟାବହତା ସମ୍ପର୍କରେ କହିଥିଲେ। ଏବେ ବି ଦେଶ ଘାତକ ମହାମାରୀ କବଳରୁ ମୁକୁଳି ପାରିନାହିଁ। ଏଭଳି ସମୟରେ ଅଧିକ ଯତ୍ନ ଓ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ସେ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ। ୩ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ଦୀର୍ଘଦିନ ହେଲା ଆନ୍ଦୋଳନ ଚଳାଇଥିବା ବେଳେ ଏହା ଉପରେ ଉଦ୍‌ବେଗ ପ୍ରକାଶ କରି କୋବିନ୍ଦ କହିଥିଲେ, କୃଷି ବଜାର ବ୍ୟବସ୍ଥାରେ ଅନେକ ସଂସ୍କାର ଅନ୍ନଦାତା ଚାଷୀଙ୍କୁ ସଶକ୍ତ କରାଇବା ସହ ସେମାନଙ୍କ ଉତ୍ପାଦିତ ଫସଲକୁ ଉପଯୁକ୍ତ ମୂଲ୍ୟ ମିଳିବାରେ ସହାୟକ ହେବ।

ଦେଶ ସ୍ବାଧୀନତାରେ ସଂଗ୍ରାମୀମାନଙ୍କ ବଳିଦାନକୁ ଆମେ ଭୁଲି ପାରିବା ନାହିଁ। ଚଳିତ ବର୍ଷ ଆମେ ଏହାର ୭୫ତମ ବର୍ଷ ଅବସରରେ ଅମୃତ ମହୋତ୍ସବ ପାଳନ କରୁଛେ। ଦେଶ ସ୍ବାଧୀନ ହେଲାବେଳେ ଭାରତରେ ଗଣତନ୍ତ୍ର ଅଧିକ ଦିନ ତିଷ୍ଠି ରହିବ ନାହିଁ ବୋଲି ଅନେକ ସଂଶୟବାଦୀ ଆଶଙ୍କା ପ୍ରକାଶ କରିଥିଲେ। ତେବେ ଗଣତନ୍ତ୍ରର ଚେର ଭାରତ ମାଟିରେ ପୁରାତନ କାଳରୁ ବିକଶିତ ହୋଇଥିବା ସମ୍ପର୍କରେ ସେମାନଙ୍କର ଧାରଣା ନ ଥିଲା। ଆଧୁନିକ ଯୁଗରେ ସବୁ ଭେଦଭାବର ଊର୍ଦ୍ଧ୍ୱକୁ ଯାଇ ସବୁ ଯୁବବର୍ଗଙ୍କୁ ମତାଧିକାର ଦେବାରେ ଭାରତ ଅଧିକାଂଶ ପାଶ୍ଚାତ୍ୟ ଦେଶଠାରୁ ଆଗରେ ରହିଛି। ଦେଶବାସୀ ଭାରତକୁ ଏକ ସୁଦୃଢ଼ ଗଣତନ୍ତ୍ରରେ ପରିଣତ କରିପାରିଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ। ଆମେ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଗ୍ରହଣ କରିଥିବାରୁ ସଂସଦ ଆମ ଗଣତନ୍ତ୍ରର ମନ୍ଦିର ବୋଲି ସେ କହିଥିଲେ। ପାର୍ଲାମେଣ୍ଟ ଖୁବ୍‌ ଶୀଘ୍ର ଏକ ନୂଆ ବିଲ୍ଡିଂରେ ହେବାକୁ ଯାଉଥିବା ସବୁ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ରାଷ୍ଟ୍ରପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: NCERTକୁ ଖୁବଶୀଘ୍ର ମିଳିପାରେ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

ନୂଆଦିଲ୍ଲୀ,୩।୪: ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri