ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବୁ

ଫୁଲବାଣୀ ଅଫିସ,୨୨।୪: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ସଖିପଡା ଗାଁର ଲିପକ ପ୍ରଧାନ(୨୧)ଙ୍କ ମୃତ୍ୟୁ ଘଟଣା ପଛରେ ରହିଛି ପ୍ରେମ ଏବଂ ସନ୍ଦେହ। ଲିପକ କେବେ ଆତ୍ମହତ୍ୟା କରିପାରିବ ନାହିଁ। ତାକୁ ହତ୍ୟା କରାଯାଇଛି। ଲିପକ ଯେଉଁ ଝିଅକୁ ଭଲ ପାଉଥିଲା ସେ ଏବଂ ତାଙ୍କ ସହଯୋଗୀମାନେ ମିଳିମିଶି ଏହି କାଣ୍ଡ ଭିଆଇଛନ୍ତି। ଘଟଣାକୁ ଇତି ମଧ୍ୟରେ ୧୬ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଜାଣିଶୁଣି ହତ୍ୟାକାରୀଙ୍କୁ ଗିରଫ କରୁନାହିଁ। ସେମାନଙ୍କୁ ଥାନାକୁ ଡାକି ଖାଲି ପଚରା ଉଚରା କରି ଛାଡି ଦେଇଛି। ଆମକୁ ନ୍ୟାୟ ନ ମିଳିଲେ ବାଧ୍ୟ ହୋଇ ଏସ୍‌ପିଙ୍କ ଅଫିସ ଆଗରେ ଆତ୍ମାହୂତି ଦେବୁ ବୋଲି ଲିପକଙ୍କ ମା’, ଭଉଣୀ ଏବଂ ଭାଇ ଶୁକ୍ରବାର ଫୁଲବାଣୀ ପ୍ରେସ କ୍ଲବରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଲିପକଙ୍କ ଭଉଣୀ ଦୀପିକା କହିଛନ୍ତି, କି ମୋ ଭାଇର ଜଣେ ଝିଅ ସହ ପ୍ରେମ ସମ୍ପର୍କ ରହିଥିଲା। ସେହି ଝିଅକୁ ମଧ୍ୟ ସେ ଆମ ଘରକୁ ଆଣିଛି। ଗତ ୫ ତାରିଖରେ ଭାଇ ଲିପକ ଦଣ୍ଡ ଦେଖିବା ପାଇଁ ଫିରିଙ୍ଗିଆ ଯାଇଥିଲା। ରାତି ସାଢ଼େ ୭ଟା ବେଳେ ସମ୍ପର୍କୀୟ ଜ୍ୱାଇଁଙ୍କୁ ୪ ଜଣ ପୁଅ ଏବଂ ୪ ଜଣ ଝିଅଙ୍କ ସହ ଝଗଡା ହୋଇଥିବା ନେଇ ଫୋନରେ କହିଥିଲା। କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳର ସମାଧାନ ହୋଇଛି ବୋଲି ପୁଣି କହିଥିଲା। ଏହାପରେ ମଁୁ ରାତି ୯ଟା ଫୋନ କରିବାରୁ ଘରକୁ ଯିବାକୁ ଗାଡି ନାହିଁ। ରାତିରେ ଏଠାରେ ରହିଯିବି। ସକାଳ ହେଲେ ଯିବି ବୋଲି କହିଥିଲା। ହେଲେ ରାତି ୧.୧୫ରେ ଗୋଟିଏ ନୂଆ ନମ୍ବରରୁ କଲ ଆସିଥିଲା। କିନ୍ତୁ ସେପଟୁ କିଛି କୁହାଯାଇ ନ ଥିଲା। ସେହି ନମ୍ବରରେ କଲ କରିବାରୁ ଫୋନ ବନ୍ଦ ଥିଲା। ବଡ ଭାଇ ସକାଳେ ଖବର ଦେଲେ କି ଲିପକକୁ କିଏ ମାରି ଏକ ମହୁଲ ଗଛରେ ଝୁଲାଇ ଦେଇଛନ୍ତି। ଆମେ ଥାନାରେ ଅଭିଯୋଗ କରିବାରୁ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ପ୍ରେମ ସମ୍ପର୍କ ଥିବା ଝିଅ ଘରୁ ଲିପକର ବ୍ଲୁଟୁଥ ମିଳିଥିଲା। ଏଥିରୁ ସ୍ପଷ୍ଟ ଲିପକ ସେଦିନ ରାତିରେ ସେହି ଝିଅ ରହୁଥିବା ଭଡାଘରକୁ ଯାଇଥିଲା। ଲିପକ ସେହି ଝିଅର ଓଢ଼ଣୀରେ ଝୁଲୁଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। ପୋଲିସ ସେମାନଙ୍କୁ ଜାଣିଶୁଣି ଗିରଫ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି।
ଅପରପକ୍ଷେ ପୋଲିସ ଏହି ଘଟଣା ପରେ ୩ଜଣ ଯୁବତୀ ଏବଂ ଦୁଇଜଣ ଯୁବକଙ୍କୁ ଥାନାକୁ ଆଣି ପଚାରା ଉଚୁରା କରିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ସହ ଲିପକଙ୍କ ପ୍ରେମ ସମ୍ପର୍କ ରହିଥିବା ପୋଲିସ ଜାଣିବାକୁ ପାଇଥିଲା। ତେବେ ଏଯାଏଁ କାହାରିକୁ ଗିରଫ କରାନଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଗୁରୁବାର ମୃତ ଯୁବକଙ୍କ ଶବ ବ୍ୟବଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ରିପୋର୍ଟରେ ଓଢଣୀ ଲାଗି ତଣ୍ଟି ଚିପି ହୋଇଯିବା ଫଳରେ ଲିପକଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ତଦନ୍ତ ହେବ। ମୃତକଙ୍କ ପରିବାରକୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି
ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

କୋଲକାତାରେ ନିର୍ବାଚନ ପୂର୍ବରୁ ରକ୍ତପାତ! TMC କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୨୬।୩: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିର୍ବାଚନ ପୂର୍ବରୁ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ, ଫୁଲବାଗାନ ଅଞ୍ଚଳର ବାଘଜାତୀନରେ ତୃଣମୂଳ କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri