Posted inଫୁରସତ

ଓଜୋନ ରହିଲେ ଜୀବନ ରହିବ

‘ଓଜନ’ ଓ ‘ଓଜୋନ’ – ଏହି ଶବ୍ଦ ଦୁଇଟା ପରସ୍ପରଠାରୁ ସମ୍ପୂର୍ଣ୍ଣ ଅଲଗା। ‘ଓଜନ’ କହିଲେ ମାପକୁ ବୁଝାଏ, କିନ୍ତୁ ‘ଓଜୋନ’ ହେଉଛି ବାଷ୍ପ, ଯେଉଁ ବାଷ୍ପ ବାୟୁମଣ୍ଡଳରେ ରହି ଆମ ଜୀବନକୁ ରକ୍ଷା କରୁଛି। ଆମେ ବଞ୍ଚତ୍ବା ପାଇଁ ଅମ୍ଳଜାନ ବାଷ୍ପ ଗ୍ରହଣ କରୁ। ଅମ୍ଳଜାନ ବାଷ୍ପରେ ଅମ୍ଳଜାନ ଅଣୁ ଥାଏ ।
ପ୍ରତ୍ୟେକ ଅମ୍ଳଜାନ ଅଣୁରେ ଦୁଇଟା ଅମ୍ଳଜାନ ପରମାଣୁ (କଣିକା) ଥାଏ । କିନ୍ତୁ ଦୁଇଟା ବଦଳରେ ତିନିଟା ଅମ୍ଳଜାନ କଣିକା ମିଶିଲେ ଓଜୋନ ବାଷ୍ପ ତିଆରି ହୁଏ। ଓଜୋନ ବାଷ୍ପରେ ଓଜୋନ ଅଣୁ ଥାଏ । ଓଜୋନ ବାଷ୍ପକୁ ପ୍ରକୃତି ତିଆରି କରିଛି ଓ ଆମ ପାଇଁ ବାୟୁମଣ୍ଡଳରେ ରିଖିଛି। ବାୟୁମଣ୍ଡଳର ସମତାପ ମଣ୍ଡଳରେ ଭୂଇଁଠାରୁ ୮ କି.ମି. ରୁ ୫୦ କି.ମି. ଉଚ୍ଚତା ଭିତରେ ଓଜୋନ ବାଷ୍ପର ମୋଟା ସ୍ତର ରହିଛି। ତାହାକୁ ଆମେ ‘ଓଜୋନ ସ୍ତର’ ବୋଲି କହୁ । ଆଲୋକ ଓ ଉତ୍ତାପ ସହିତ ସୂର୍ଯ୍ୟକିରଣରେ ଅନେକ ପ୍ରକାର ରଶ୍ମି ପୃଥିବୀକୁ ଆସୁଛି। ସବୁ ରଶ୍ମି ଆମ ପାଇଁ ଉପକାରୀ ନୁହେଁ। କେତେକ ଅତି ମାରାତ୍ମକ। ସୂର୍ଯ୍ୟକିରଣରେ ଆସୁଥିବା କେତେକ ମାରାତ୍ମକ ବିକିରଣକୁ ଓଜୋନର ସ୍ତର ଭୂପୃଷ୍ଠକୁ ଛାଡେ ନାହିଁ। ସେଭଳି ଏକ ମାରାତ୍ମକ ବିକିରଣ ହେଉଛି ‘ଅତିବାଇଗଣି-ଖ’ (ୟୁ.ଭି.-ବି) । ଏହି ବିକିରଣ ଆମ ଶରୀରରେ ଚର୍ମରେ କର୍କଟ, ବାର୍ଦ୍ଧକ୍ୟ ଓ ଆଖିରେ ପରଳ ସୃଷ୍ଟି କରିପାରେ। ଏହି ବିକିରଣ ମଧ୍ୟ କୃଷି ଉତ୍ପାଦନ ଉପରେ କୁପ୍ରଭାବ ପକାଇଥାଏ।
ସୂର୍ଯ୍ୟ କିରଣରେ ଏହି ଅତିବାଇଗଣି ବିକିରଣ ରହିଲେ ଗଛର ପତ୍ର ଛୋଟ ହୁଏ ଓ ଫୁଲ ଧରିବାରେ ବିଳମ୍ବ ହୁଏ । ମାଛ ଯାଆଁଳା ଠିକ୍‌ ଭାବରେ ବଢ଼ିପାରନ୍ତି ନାହିଁ।
ଅତିବାଇଗଣି ବିକିରଣ ଦ୍ୱାରା ଘର, ଲୁଗାପଟା ଓ ଆସବାବ ଉପକରଣର ରଙ୍ଗ ଶୀଘ୍ର ଫିକା ପଡ଼ିଯାଏ । ପ୍ରତିବର୍ଷ ପ୍ରାୟ ୧,୩୦,୦୦୦ ବ୍ୟକ୍ତି ଚର୍ମକର୍କଟ ଦ୍ୱାରା ଆକ୍ରାନ୍ତ ହୁଅନ୍ତି ଓ ୬୬,୦୦୦ ବ୍ୟକ୍ତି ଚର୍ମକର୍କଟରେ ପ୍ରାଣ ହରାନ୍ତି। ତେଣୁ ‘ଅତିବାଇଗଣି-ଖ’ ବିକିରଣ ଆମ ପାଇଁ ବିପଦ। କିନ୍ତୁ ବାୟୁମଣ୍ଡଳରେ ଥିବା ଓଜୋନସ୍ତର ଏହି ମାରାତ୍ମକ ବିକିରଣକୁ ଶୋଷିନିଏ। ଓଜୋନସ୍ତର ନଥିଲେ ପୃଥିବୀପୃଷ୍ଠରେ ହୁଏତ ଆଜିର ଜୀବଜଗତ ସମ୍ଭବ ହୋଇପାରି ନଥାନ୍ତା। ତେଣୁ ଓଜୋନସ୍ତର ଆମର ରକ୍ଷାକାରୀ ଚଦର ପରି କାର୍ଯ୍ୟ କରୁଛି।
ମସିହାରେ ଓଜୋନ ସ୍ତର ଅଛି ବୋଲି ଜଣାପଡ଼ିଲା। ୧୯୭୦ ଦଶକରେ ଜଣାପଡ଼ିଲା ଯେ ବାୟୁମଣ୍ଡଳରେ ରହିଥିବା ଓଜୋନ ବାଷ୍ପର ସ୍ତର ପତଳା ହେଉଛି। ପତଳା ସ୍ତରକୁ ‘ଓଜୋନ ଗର୍ତ୍ତ’ (ଓଜୋନ୍‌ ହୋଲ୍‌) ବୋଲି କୁହାଗଲା । ଏହା ସମସ୍ତଙ୍କୁ ଭୟଭୀତ କରିିଥିଲା। ସ୍ତର ପତଳା ହେବା ପଛରେ ରହିଥିବା କାରଣ ଖୋଜା ଚାଲିଲା।
ଅନେକ କାରଣ ଭିତରୁ ମୁଖ୍ୟ କାରଣ ଥିଲା ସି.ଏଫ୍‌.ସି. (କ୍ଲୋରୋ-ଫ୍ଲୋରୋ- କାର୍ବନ୍‌) ବାଷ୍ପର ବହୁଳ ବ୍ୟବହାର ।
ବିଭିନ୍ନ ସୌଖୀନଦ୍ରବ୍ୟ, ଫୋମ୍‌, ଏରୋସୋଲ ସ୍ପ୍ରେ, ରେଫ୍ରିଜରେଟର ଓ ଏ.ସି. ଇତ୍ୟାଦିରେ ଏହି ସି.ଏଫ୍‌.ସି. ବାଷ୍ପ ବ୍ୟବହାର କରାଯାଏ। ଆମେ ବ୍ୟବହାର କରୁଥିବା ସି.ଏଫ୍‌.ସି. ବାଷ୍ପ ଦ୍ୱାରା ଓଜୋନ ବାଷ୍ପର ଅଣୁ ଭାଙ୍ଗିଯାଏ ଓ ବାୟୁମଣ୍ଡଳର ଓଜୋନ ସ୍ତର ନଷ୍ଟ ହୁଏ। ସି.ଏଫ୍‌.ସି. ବାଷ୍ପ ବ୍ୟତୀତ ମିଥାଇଲ ବ୍ରୋମାଇଡ୍‌ କୀଟନାଶକର ବ୍ୟବହାର ମଧ୍ୟ ଓଜୋନସ୍ତରକୁ ନଷ୍ଟ କରିବାରେ ସହାୟତା କରେ। ହାଲୋନ୍‌, କାର୍ବନ୍‌-ଟେଟ୍ରା କ୍ଲୋରାଇଡ୍‌, ମିଥାଇଲ କ୍ଲୋରୋଫର୍ମ, ହାଇଡ୍ରା କ୍ଲୋରୋଫ୍ଲୋରୋକାର୍ବନ୍‌ ଇତ୍ୟାଦିର ଉପସ୍ଥିତି ମଧ୍ୟ ଓଜୋନ ସ୍ତରକୁ ନଷ୍ଟ କରୁଛି । ତେଣୁ ଓଜୋନସ୍ତରକୁ ନଷ୍ଟ କରୁଥିବା ବିଭିନ୍ନ କାରକଗୁଡିକ ସମ୍ପର୍କରେ ଆମେ ସମସ୍ତେ ଜାଣିବା ଜରୁରୀ। ଆମେ ସଚେତନ ହେଲେ ଏହି ବାଷ୍ପର ବ୍ୟବହାର ଉପରେ କଟକଣା ଲାଗିପାରିବ। ସେହି ସଚେତନତା ସୃଷ୍ଟି କରିବା ସକାଶେ ମିଳିତ ଜାତିସଂଘର ପ୍ରସ୍ତାବ ଅନୁଯାୟୀ ୧୯୯୫ ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖକୁ ସାରା ପୃଥିବୀରେ ‘ବିଶ୍ୱ ଓଜୋନ ଦିବସ’ ନାମରେ ପାଳନ କରାଯାଇ ଆସୁଛି। ଏବେ ମାରାତ୍ମକ ସି.ଏଫ୍‌.ସି. ବାଷ୍ପ ବଦଳରେ କମ୍‌ ବିପଦପୂର୍ଣ୍ଣ ବାଷ୍ପ ଏଚ୍‌. ସି.ଏଫ୍‌.ସି. ବ୍ୟବହୃତ ହେଉଛି।
ବାୟୁମଣ୍ଡଳରେ ଓଜୋନ ବାଷ୍ପର ସ୍ତରକୁ ସୁରକ୍ଷିତ ରଖିବା ପଛରେ ଯାହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି, ତାହାର ନାମ ‘ମଂଟ୍ରିଲ ପ୍ରୋଟକଲ’। ୧୯୮୭ ମସିହା ସେପ୍ଟେମ୍ବର ୧୬ ତାରିଖରେ ୩୬ଟି ଦେଶକୁ ନେଇ କାନାଡାର ମଂଟ୍ରିଲ୍‌ଠାରେ ଏକ ଚୁକ୍ତି (ରାଜିନାମା) ସ୍ବାକ୍ଷରିତ ହୋଇଥିଲା।
ଏହି ରାଜିନାମାକୁ କୁହାଯାଏ ‘ମଂଟ୍ରିଲ ପ୍ରୋଟକଲ’। ଓଜୋନ କ୍ଷୟକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଏଥିରେ ବର୍ଣ୍ଣନା କରାଯାଇଥିଲା। ଏହି ଚୁକ୍ତିକୁ ସମ୍ମାନ ଜଣାଇ ସାରା ପୃଥିବୀରେ ଓଜୋନସ୍ତରକୁ ନଷ୍ଟ କରୁଥିବା ରାସାୟନିକ ଦ୍ରବ୍ୟଗୁଡିକର ଉତ୍ପାଦନକୁ ବନ୍ଦ ରଖାଯାଇଛି। ସେଥିପାଇଁ ଆଜି ଓଜୋନସ୍ତରକୁ ସୁରକ୍ଷିତ ରଖାଯାଇ ପାରିଛି। ସେହି ଚୁକ୍ତିକୁ ସମ୍ମାନ ଜଣାଇ ୨୦୨୩ ମସିହାରେ ବିଶ୍ୱ ଓଜୋନ ଦିବସ ପାଇଁ ଏକ ବାର୍ତ୍ତା ରଖାଯାଇଛି, ଯାହାକୁ ଇଂଲିଶରେ କୁହାଯାଉଛି – ‘ଫିକ୍‌ସିଙ୍ଗ୍‌ ଦ ଓଜୋନ୍‌ ଲେୟାର ଆଣ୍ଡ୍‌ ରିଡ୍ୟୁସିଙ୍ଗ୍‌ କ୍ଲାଇମେଟ୍‌ ଚେଞ୍ଜ’ । ତେଣୁ ଆଜି ବାର୍ତ୍ତା ମାଧ୍ୟମରେ ଓଜୋନ ସ୍ତରକୁ ସୁସ୍ଥ କରିବା ସହିତ ଜଳବାୟୁର ପରିବର୍ତ୍ତନକୁ କମ୍‌ କରିବା ସକାଶେ ପୃଥିବୀବାସୀଙ୍କୁ ଆହ୍ବାନ ଦିଆଯାଉଛି । ୧୯୮୦ ମସିହାରେ ଏହି ସ୍ତର ଯେଉଁ ଅବସ୍ଥାରେ ଥିଲା, ୨୦୬୬ ମସିହା ସୁଦ୍ଧା ସେହି ଅବସ୍ଥାକୁ ଆଣିବା ପାଇଁ ଚେଷ୍ଟା କରାଯାଉଛି । ୨୧୦୦ ମସିହା ସୁଦ୍ଧା ବାୟୁମଣ୍ଡଳର ହାରାହାରି ତାପମାତ୍ରାକୁ ଅଧଡିଗ୍ରୀ ସେଲସିୟସ୍‌ କମ୍‌ କରିବା ଯୋଜନା ରହିଛି । ବାୟୁମଣ୍ଡଳର ହାରାହାରି ତାପମାତ୍ରାରେ ଅଧଡିଗ୍ରୀ ସେଲସିୟସ୍‌ କମିଗଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ । ଦୀର୍ଘ ବର୍ଷ ଧରି ‘ମଂଟ୍ରିଲ ଚୁକ୍ତି’ ଆମର ସ୍ବାସ୍ଥ୍ୟ ଓ ପରିବେଶକୁ ଉପଶମ କରିଆସିଛି ା ଆଜି ୨୦୨୩ ପରେ ମଧ୍ୟ ଅନେକ ଦ୍ରବ୍ୟର ଉପତ୍ାଦନକୁ ବନ୍ଦ ରଖିବାର ପ୍ରସ୍ତାବ ରହିଛି।
‘ମଣ୍ଟ୍ରିଲ ପ୍ରୋଟୋକଲ’ରେ କେତେକ ସୁଧାର ଅଣାଯାଇ କମ୍‌ ବିପଦପୂର୍ଣ୍ଣ ବାଷ୍ପ ଏଚ୍‌. ସି.ଏଫ୍‌.ସି.ର ଉପତ୍ାଦନ ଓ ବ୍ୟବହାରକୁ ମଧ୍ୟ ଆହୁରି କମ୍‌ କରାଯାଉଛି । ‘ମଣ୍ଟ୍ରିଲ ପ୍ରୋଟୋକଲ’ ନ ଥିଲେ ଆଜି ବାୟୁମଣ୍ଡଳର ତାପମାତ୍ରା ମଧ୍ୟ ଆହୁରି ବୃଦ୍ଧିପାଇଥାନ୍ତା।
ପ୍ରତିବର୍ଷ ବାର୍ତ୍ତା ବଦଳିପାରେ, ପ୍ରତିବର୍ଷ କାର୍ଯ୍ୟ ବଦଳିପାରେ, କିନ୍ତୁ ସବୁ ବାର୍ତ୍ତା ଓ କାର୍ଯ୍ୟ ପଛରେ ଗୋଟିଏ ଉଦ୍ଦେଶ୍ୟ ରହିଥିବ । ତାହା ହେଉଛି – ଓଜୋନ ସ୍ତରର ସୁରକ୍ଷା। ଓଜୋନ ସ୍ତର ଜୀବଜଗତର ଜୀବନ ରକ୍ଷାକାରୀ ସ୍ତର। ଏହାକୁ ସାଇତି ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। କେବଳ ଆଜି ନୁହେଁ, ସବୁ ଦିନ ଏହାକୁ ମନେ ରଖିବା।
ଏହି ବିଷୟରେ ଆମେ ନିଜେ ସଚେତନ ହେବା ଓ ଅନ୍ୟକୁ ସଚେତନ କରିବା । ନ ହେଲେ ଆମର ସୁନ୍ଦର ପୃଥିବୀ ଗ୍ରହ ବାସ ଉପଯୋଗୀ ରହିପାରିବ ନାହିଁ। ଓଜୋନ ସ୍ତର ନ ରହିଲେ, ଆମେ ରହିବା ନାହିଁ ।
-ଡ. କମଳାକାନ୍ତ ଜେନା,
ପ୍ରାଧ୍ୟାପକ, ପଦାର୍ଥ ବିଜ୍ଞାନ ବିଭାଗ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri