ରାସ୍ତା ସମ୍ପ୍ରସାରଣ ନ ହେଲେ ଗଣଧାରଣା ଦେବେ ଅଞ୍ଚଳବାସୀ, ଚେତାବନୀ ଦେଇ କହିଲେ…

କେସିଙ୍ଗା,୯ା୧୨(ତୁମୋଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ନିର୍ମାଣ ହେଉଥିବା ଆର୍‌ ଓ ବି (ରେଳ ଓଭର ବ୍ରିଜ୍‌)କୁ ବିଶିଷ୍ଟ ସମାଜବେୀ ସୁରେଶ ରାଓଙ୍କ ନେତୃତ୍ୱରେ ଅଞ୍ଚଳବାସୀ ବିରୋଧ କରି ସ୍ଥାନୀୟ ଆମ୍ବେଦକର ନିକଟସ୍ଥ ପଣ୍ଡରା ଭବନରେ ଏକ ବୈଠକ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ଅଞ୍ଚଳବାସୀଙ୍କ ବିରୋଧକୁ ଭ୍ରୁକ୍ଷେପ କରୁ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ବଲାଙ୍ଗୀର ଛକଠାରୁ ଭବାନୀପାଟଣା ଯିବାବେଳେ ଆର୍‌ ଓ ବି ରାସ୍ତା ସହରର ମଧ୍ୟ ଭାଗରେ ଶେଷ ହେଉଛି। ନିକଟରେ ରହିଛି ଇଣ୍ଡିଆନ ପେଟ୍ରୋଲ ପମ୍ପ, ଛାତ୍ରୀଛାତ୍ର ଆବାସିକ ବିଦ୍ୟାଳୟ, ଅନେକ ରାଷ୍ଟ୍ରୀୟ ବ୍ୟାଙ୍କ, ଦୋକାନ ବଜାର ରହିଛି। ଅଞ୍ଚଳର ବୁଦ୍ଧିଜୀବୀଙ୍କ କହିବା ହେଲା ରେଳ ଓଭର ବ୍ରିଜ୍‌କୁ ଦୁଇ ଚାରି କିଲୋମିଟର ଯଥା ଜୋଲକୋ ଛକକୁ ସଂଯୋଗ କଲେ ଭଲ ହୁଅନ୍ତା ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି। ଭବିଷ୍ୟତରେ କେସିଙ୍ଗା ସହରର ଉନ୍ନତି ହେବା ସହିତ ଦୁର୍ଘଟଣା ଜନିତ କ୍ଷୟକ୍ଷତିକୁ ମଧ୍ୟ ରୋକାଯାଇ ପାରିବ। କିନ୍ତୁ ଉକ୍ତ ବିଷୟ ଉପରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। ଫଳରେ ଲୋକେ ଏହି ବ୍ରିଜ ନିର୍ମାଣକୁ ନେଇ ବିରୋଧ କରୁଛନ୍ତି। ଏଥିପାଇଁ ରବିବାର ସ୍ଥାନୀୟ ଆମ୍ବେଦକର ଛକସ୍ଥିତ ପଣ୍ଡରା ଭବନଠାରେ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଆଗାମୀ ଦିନରେ ଏହି ବ୍ରିଜ ନିର୍ମାଣକୁ ନେଇ ରଣନୀତି ପ୍ରସ୍ତୁତ କରାଯାଇ ଥିଲା। ଉକ୍ତ ବୈଠକରେ ଓକିଲ ସଂଘ ସଭାପତି ଚିତ୍ତରଞ୍ଜନ ଭୋଇ, ବରିଷ୍ଠ ରାଜନୀତିଜ୍ଞ ମହେନ୍ଦ୍ର ନାଏକ, ଦୟାସାଗର ସାହା , ପୁରନ୍ଦର ଭୋଇ ପ୍ରମୁଖଏହି ବ୍ରିଜ୍‌ ନିର୍ମାଣକୁ ବିରୋଧ କରିଛନ୍ତି। ଯଦି କେନ୍ଦ୍ର କିମ୍ବା ରାଜ୍ୟ ସରକାର ଓଭର ରେଳ ବ୍ରିଜ୍‌ ସମ୍ପ୍ରସାରଣ ନ କରନ୍ତି, ତେବେ ଆଗାମୀ ଦିନରେ ଜାତୀୟ ରାଜ ପଥ ଅବରୋଧ କରି ଅନିର୍ଦ୍ଦିଷ୍ଟ କାଳ ଯାଏ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ଏନ୍‌ଏଚ୍‌ ବିଭାଗର ଏସ୍‌ଡିଓ ଅନନ୍ତ ରାମ ପ୍ରଧାନଙ୍କୁ ପଚାରିବାରୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଅର୍ଥ ରାଶି ଅନୁଯାୟୀ ରେଳ ଓଭର ବ୍ରିଜ ନିର୍ମାଣ ହେଉଛି। ଜୋଲକୋ ଯାଏ ସମ୍ପ୍ରସାରଣ ପାଇଁ ସର୍ଭେ କରାଯିବ ବୋଲି କହିଛନ୍ତି।
ଓଭର ବ୍ରିଜ୍‌ ନିର୍ମାଣକୁ ବିରୋଧ କରି…


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri