ରାସ୍ତା ସମ୍ପ୍ରସାରଣ ନ ହେଲେ ଗଣଧାରଣା ଦେବେ ଅଞ୍ଚଳବାସୀ, ଚେତାବନୀ ଦେଇ କହିଲେ…

କେସିଙ୍ଗା,୯ା୧୨(ତୁମୋଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ନିର୍ମାଣ ହେଉଥିବା ଆର୍‌ ଓ ବି (ରେଳ ଓଭର ବ୍ରିଜ୍‌)କୁ ବିଶିଷ୍ଟ ସମାଜବେୀ ସୁରେଶ ରାଓଙ୍କ ନେତୃତ୍ୱରେ ଅଞ୍ଚଳବାସୀ ବିରୋଧ କରି ସ୍ଥାନୀୟ ଆମ୍ବେଦକର ନିକଟସ୍ଥ ପଣ୍ଡରା ଭବନରେ ଏକ ବୈଠକ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ଅଞ୍ଚଳବାସୀଙ୍କ ବିରୋଧକୁ ଭ୍ରୁକ୍ଷେପ କରୁ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ବଲାଙ୍ଗୀର ଛକଠାରୁ ଭବାନୀପାଟଣା ଯିବାବେଳେ ଆର୍‌ ଓ ବି ରାସ୍ତା ସହରର ମଧ୍ୟ ଭାଗରେ ଶେଷ ହେଉଛି। ନିକଟରେ ରହିଛି ଇଣ୍ଡିଆନ ପେଟ୍ରୋଲ ପମ୍ପ, ଛାତ୍ରୀଛାତ୍ର ଆବାସିକ ବିଦ୍ୟାଳୟ, ଅନେକ ରାଷ୍ଟ୍ରୀୟ ବ୍ୟାଙ୍କ, ଦୋକାନ ବଜାର ରହିଛି। ଅଞ୍ଚଳର ବୁଦ୍ଧିଜୀବୀଙ୍କ କହିବା ହେଲା ରେଳ ଓଭର ବ୍ରିଜ୍‌କୁ ଦୁଇ ଚାରି କିଲୋମିଟର ଯଥା ଜୋଲକୋ ଛକକୁ ସଂଯୋଗ କଲେ ଭଲ ହୁଅନ୍ତା ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି। ଭବିଷ୍ୟତରେ କେସିଙ୍ଗା ସହରର ଉନ୍ନତି ହେବା ସହିତ ଦୁର୍ଘଟଣା ଜନିତ କ୍ଷୟକ୍ଷତିକୁ ମଧ୍ୟ ରୋକାଯାଇ ପାରିବ। କିନ୍ତୁ ଉକ୍ତ ବିଷୟ ଉପରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। ଫଳରେ ଲୋକେ ଏହି ବ୍ରିଜ ନିର୍ମାଣକୁ ନେଇ ବିରୋଧ କରୁଛନ୍ତି। ଏଥିପାଇଁ ରବିବାର ସ୍ଥାନୀୟ ଆମ୍ବେଦକର ଛକସ୍ଥିତ ପଣ୍ଡରା ଭବନଠାରେ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଆଗାମୀ ଦିନରେ ଏହି ବ୍ରିଜ ନିର୍ମାଣକୁ ନେଇ ରଣନୀତି ପ୍ରସ୍ତୁତ କରାଯାଇ ଥିଲା। ଉକ୍ତ ବୈଠକରେ ଓକିଲ ସଂଘ ସଭାପତି ଚିତ୍ତରଞ୍ଜନ ଭୋଇ, ବରିଷ୍ଠ ରାଜନୀତିଜ୍ଞ ମହେନ୍ଦ୍ର ନାଏକ, ଦୟାସାଗର ସାହା , ପୁରନ୍ଦର ଭୋଇ ପ୍ରମୁଖଏହି ବ୍ରିଜ୍‌ ନିର୍ମାଣକୁ ବିରୋଧ କରିଛନ୍ତି। ଯଦି କେନ୍ଦ୍ର କିମ୍ବା ରାଜ୍ୟ ସରକାର ଓଭର ରେଳ ବ୍ରିଜ୍‌ ସମ୍ପ୍ରସାରଣ ନ କରନ୍ତି, ତେବେ ଆଗାମୀ ଦିନରେ ଜାତୀୟ ରାଜ ପଥ ଅବରୋଧ କରି ଅନିର୍ଦ୍ଦିଷ୍ଟ କାଳ ଯାଏ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ଏନ୍‌ଏଚ୍‌ ବିଭାଗର ଏସ୍‌ଡିଓ ଅନନ୍ତ ରାମ ପ୍ରଧାନଙ୍କୁ ପଚାରିବାରୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଅର୍ଥ ରାଶି ଅନୁଯାୟୀ ରେଳ ଓଭର ବ୍ରିଜ ନିର୍ମାଣ ହେଉଛି। ଜୋଲକୋ ଯାଏ ସମ୍ପ୍ରସାରଣ ପାଇଁ ସର୍ଭେ କରାଯିବ ବୋଲି କହିଛନ୍ତି।
ଓଭର ବ୍ରିଜ୍‌ ନିର୍ମାଣକୁ ବିରୋଧ କରି…


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri