ଯଦି ଶାଶୁ ବୋହୂ କର୍ମଜୀବୀ…

କର୍ମଜୀବୀ ମହିଳାଙ୍କୁ ଘରକାମରେ ସବୁଠୁ ଅଧିକ ସହଯୋଗ କରିଥା’ନ୍ତି ସେମାନଙ୍କ ଶାଶୁ। ହେଲେ ଯେଉଁଠି ଶାଶୁ-ବୋହୂ ଉଭୟ କର୍ମଜୀବୀ, ସେଠି ଘରକାମ କରିବା ପାଇଁ ଚାଲିଥାଏ ରୀତିମତ ଯୋଜନା। ଉଭୟଙ୍କୁ ସମୟ ଅନୁସାରେ ସବୁକିଛି ମିଳିମିଶି କରିବାକୁ ପଡ଼ିଥାଏ..

ଆଜିକାଲି ଅଧିକାଂଶ ମହିଳା ପରିବାରର ଆର୍ଥିକ ମେରୁଦଣ୍ଡକୁ ସଜାଡ଼ିିବା ପାଇଁ ଭରପୂର ପ୍ରୟାସ କରୁଛନ୍ତି। ମହିଳା ଆଉ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ନାହାନ୍ତି। ସମୟ ସହ ତାଳ ଦେଇ ଚାକିରି କରି ନିଜକୁ ସ୍ବୟଂସମ୍ପୂର୍ଣ୍ଣ କରି ଗଢ଼ି ପାରୁଛନ୍ତି। ଏମିତିକି ଅନେକ ଘରେ ଏବେ ଉଭୟ ଶାଶୁ-ବୋହୂ ଦୁଇଜଣଯାକ ଚାକିରି କରି ନିଜର ପରିଚୟ ସୃଷ୍ଟି କରିି ପାରୁଛନ୍ତି। ଯେଉଁଠି ଶାଶୁ-ବୋହୂ କର୍ମଜୀବୀ, ସେଠାରେ ଘରର ସବୁ କାମ ମଧ୍ୟରେ ଏକ ସମନ୍ବୟ ରକ୍ଷା କରିବା ବହୁତ କଷ୍ଟକର ହୋଇଥାଏ। କିନ୍ତୁ ଉଭୟଙ୍କ ମଧ୍ୟରେ ଭଲ ବୁଝାମଣା ରହିଲେ ସବୁ କାମ ବେଶ୍‌ ସୁରୁଖୁରୁରେ ହୋଇ ପାରିଥାଏ।
ଯୋଜନା କରନ୍ତୁ: ଯଦି ଉଭୟ ଚାକିରି କରିଥାଆନ୍ତି, ତେବେ ଘରକାମ କରିବା ପାଇଁ ଠିକ୍‌ ଭାବରେ ଏକ ଯୋଜନା କରନ୍ତୁ। କେବଳ ଆସନ୍ତାକାଲି କ’ଣ କରିବାକୁ ହେବ, ସେକଥା ନୁହେଁ ବରଂ ପୂରା ସପ୍ତାହେ ପାଇଁ ପ୍ଲାନିଂ କରି ନିଅନ୍ତୁ। କେଉଁ ଦିନ କ’ଣ ରୋଷେଇ ହେବ ସେନେଇ କଥା ହୋଇଥିଲେ କାମ କରିବା ପାଇଁ ସୁବିଧା ହେବ। ତା’ଛଡା ଉଭୟ କେଉଁ କେଉଁ କାମ କରିବେ, ସେ ବିଷୟରେ ବି କଥା ହୋଇଯା’ନ୍ତୁ। ଯେହେତୁ ଉଭୟଙ୍କର ଏକ ନିର୍ଦ୍ଦିଷ୍ଟ ସମୟରେ ବାହାରକୁ ଯିବାକୁ ଅଛି, ତେଣୁ ସେହି ଅନୁସାରେ ନିଜ ନିଜ ଦାୟିତ୍ୱକୁ ସଂପୂର୍ଣ୍ଣ କରନ୍ତୁ। ଏହାଛଡ଼ା ଘରର ଗୁରୁଜନ ହିସାବରେ ଶାଶୁମାନେ ପରିବାରର ଅନ୍ୟ ସଦସ୍ୟଙ୍କୁ ବି କିଛି କାମ ବାଣ୍ଟି ଦିଅନ୍ତୁ। ଏମିତିକି ଘରର ପିଲାମାନଙ୍କୁ କିଛି କିଛି କାମ ଦେଇ ସେମାନଙ୍କୁ ଦାୟିତ୍ୱବୋଧ ଜ୍ଞାନ ଶିଖାନ୍ତୁ।
ଏକାଠି କଥା ହୁଅନ୍ତୁ: ଅଫିସରୁ ଫେରିବା ପରେ ଉଭୟ ଶାଶୁ-ବୋହୂ ପରିବାରର ସମସ୍ତଙ୍କ ସହିତ କିଛି ସମୟ ବସି ଚା’ ଜଳଖିଆ ଖାଆନ୍ତୁ। ସେହି ସମୟରେ ଶାଶୁଙ୍କ ସହିତ ଘରକାମ ନେଇ କଥାବାର୍ତ୍ତା ହୋଇଯା’ନ୍ତୁ। ଏହା ବ୍ୟତୀତ ଶାଶୁ-ବୋହୂ ଉଭୟ ପରସ୍ପରର ସମସ୍ୟା ସମ୍ପର୍କରେ ବି ଖୋଲାଖୋଲି କଥା ହୁଅନ୍ତୁ। ଯଦି ଉଭୟଙ୍କ ମଧ୍ୟରୁ କେହି ବି ଶାରୀରିକ ଅସୁସ୍ଥତା ଅନୁଭବ କରୁଥା’ନ୍ତି, ତେବେ ସେନେଇ କହିବା ପରେ ବିଶ୍ରାମ ନିଅନ୍ତୁ।
ପରସ୍ପରକୁ ସାହାଯ୍ୟ କରନ୍ତୁ: ସବୁଠୁ ବଡ଼ କଥା ହେଉଛି ପରସ୍ପର ମନକୁ ବୁଝି କାମ କରିବା। ଶାଶୁ ନିଜ ବୋହୂ ପ୍ରତି ଝିଅ ଭଳି ଭାବନା ରଖିବା ସହିତ ବୋହୂମାନେ ବି ଶାଶୁଙ୍କୁ ମା’ପରି ଭାବି ସବୁ ସମୟରେ ସାହାଯ୍ୟ ପାଇଁ ଆଗେଇ ଆସିବା ଉଚିତ। ଯେହେତୁ ଶାଶୁଙ୍କର ବୟସ ଅଧିକ ହୋଇଥିବ, ତେଣୁ ବୋହୂଙ୍କ ତୁଳନାରେ ତାଙ୍କ ଚାକିରି ଆଉ କମ୍‌ ଦିନ ରହିଥିବ। ତେଣୁ ଉଭୟଙ୍କ ମଧ୍ୟରୁ ଯଦି ଜଣଙ୍କୁ ଚାକିରି ଛାଡ଼ିବାର ଆବଶ୍ୟକତା ପଡ଼େ, ତେବେ ଶାଶୁ ପ୍ରଥମେ ଚାକିରିରୁ ଅବସର ନିଅନ୍ତୁ। ଏପରି କଲେ ଶାଶୁ ତାଙ୍କ କର୍ତ୍ତବ୍ୟ ପୂରା କରିବା ସହ ବୋହୂ ଭାବିବେ କି ତାଙ୍କ ପ୍ରତି ଶାଶୁଙ୍କର ଆନ୍ତରିକତା ରହିଛି।
ଏମାନେ କଣ କହନ୍ତି
ବୋହୂକୁ ସବୁ ଦାୟିତ୍ୱ ଦେଇନି: ଶାଶୁ ଘରକୁ ଆସିବା ପରେ ମାତ୍ର କେଇଟା ବର୍ଷ ପରେ ମୁଁ ଆଉ ମୋ ସ୍ବାମୀ ମିଶି ଘରର ସବୁ ଦାୟିତ୍ୱ ନେଇଥିଲୁ। ଏତେ ବର୍ଷ ଘର ଚଳାଇବାର ଅନୁଭୂତି ପରେ ମୁଁ ଚାକିରିଆ ବୋହୂ କରିବି ବୋଲି ଭାବିଥିଲି। ମୋ ବୋହୂ ଲିପ୍‌ସିତା ଏବେ ଅନୁଗୋଳ ଭିଜିଲାନ୍‌ସ କୋର୍ଟରେ ଷ୍ଟେନୋ ଅଛି। ତେଣୁ ସେ ସବୁ ଶନିବାର ଘରକୁ ଆସୁଛି। ମୋର ସ୍କୁଲ ଚାକିରି ହୋଇଥିବାରୁ ଏବେ ଘରକାମ ପ୍ରାୟ ମୁଁ କରି ନେଉଛି। ତା ଛଡା ବୋହୂକୁ ଏତେ ଶୀଘ୍ର ଘର ଦାୟିତ୍ୱ ସବୁ ଦେଇନି କିନ୍ତୁ ଘରେ କୌଣସି ଉତ୍ସବ ହେଲେ ସେ ଛୁଟି ଆଣି ଘରକୁ ଆସେ ଓ ଆମେ ଏକାଠି ସବୁ କାମ କରିଥାଉ। ବୋହୂକୁ ମୁଁ ଝିଅ ଭଳି ଭାବିଥିବାରୁ ଘର ଚଳାଇବାରେ ଆମର କିଛି ଅସୁବିଧା ହୁଏନି।
-ନଳିନୀପ୍ରଭା ଦାସ
ଶିକ୍ଷୟିତ୍ରୀ, ତେରମାଣପୁର ୟି.ପି ସ୍କୁଲ, କୁଜଙ୍ଗ, ଜଗତସିଂହପୁର
ଏକାଠି ସବୁ କାମ କରୁ: ରାଉଳହଜା ଗାଁର ରୀତାମଞ୍ଜରୀ ପାହାଡସିଂହ ଅଙ୍ଗନଓ୍ବାଡିରେ ଚାକିରି କରିଛନ୍ତି ଏବଂ ତାଙ୍କ ବୋହୂ ପ୍ରଣତି ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି। ଉଭୟ ଏକାଠି ଘରେ ସବୁ କାମରେ ପରସ୍ପରକୁ ସହଯୋଗ କରନ୍ତି। ପ୍ରଣତିଙ୍କୁ ଘରେ ବେଶି ସମୟ ମିଳୁଥିବାରୁ ସେ ହିଁ ଅଧିକ କାମ କରି ନିଅନ୍ତି। ପ୍ରଣତି କହନ୍ତି ସକାଳୁ ଆମେ ଏକାଠି ରୋଷେଇ କରି ଯାଉ। ଆଉ ସାରେ ଫେରିଲେ ବୋହୂ ଚା କରି ସମସ୍ତଙ୍କୁ ଦିଏ। ତାପରେ ଆମେ ଏକାଠି ମିଶି ସବୁ କାମ କରୁ।
-ରୀତା ମଞ୍ଜରୀ ପାହାଡସିଂହ
ଅଙ୍ଗନଓ୍ବାଡି କର୍ମୀ, ରାଉଳହଜା, ନିରାକାରପୁର, ଖୋର୍ଦ୍ଧା
ମା’ ହିଁ ସବୁ କଥା ବୁଝନ୍ତି: ମୋ ଶାଶୁ କୋଚିଂ ସେଣ୍ଟରରେ ସ୍କୁଲ ପିଲାଙ୍କୁ ପାଠ ପଢାନ୍ତି। ତେଣୁ ସେ ଦିନ ୧୧ଟାରୁ ୫ଟା ପର୍ଯ୍ୟନ୍ତ ବାହାରେ ରହନ୍ତି ଆଉ ମୁଁ ଦିନ ୧୦ ରୁ ୪ ପର୍ଯ୍ୟନ୍ତ ଅଫିସ ଯାଏ। କିନ୍ତୁ ଆମେ ମିଳିମିଶି ଘରର ସବୁ କାମ କରୁ। ମୋ ତୁଳନାରେ ଶାଶୁ ହିଁ ବେଶି ଘରକାମ କରି ଦିଅନ୍ତି। ମୁଁ ବେଳେବେଳେ ଅଫିସ୍‌ କାମରେ ବାହାରକୁ ଗଲେ ବି ମା’ ମୋ ପୁଅ କଥା ବୁଝିବା ସହିତ ଘରକାମ ବି ସମ୍ଭାଳି ନିଅନ୍ତି। ଘରକାମ କରିବା ପାଇଁ ସେମିତି ଅସୁବିଧା ହେଲେ ଶାଶୁ ବରଂ କାମ ଛାଡିଦେବେ କିନ୍ତୁ ମତେ ଚାକିରି ନ ଛାଡିବା ପାଇଁ କହିଛନ୍ତି।
-ମହାଶ୍ୱେତା ତ୍ରିପାଠୀ,
ଆଶାପୁରଣ, ନିମାପଡା


Enter your email to get our daily news in your inbox.

All Right Reserved By Dharitri.Com

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri