ନିଯୁକ୍ତି ନ ମିଳିଲେ ଜୋରଦାର ହେବ ଆନ୍ଦୋଳନ

କେନ୍ଦୁଝର,୨୨ା୭(ନରେଶ ପଟ୍ଟନାୟକ): ନିଯୁକ୍ତି ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଓଡ଼ିଶା ଖଣି ନିଗମ, ଦୈତାରୀ ଆଗରେ ପ୍ରତିବାଦ ସଭା ପ୍ରଦର୍ଶନ କରିଛନ୍ତି। ଏହି ଖଣିରେ ୧୨୫୦ ଜଣ ନିଯୁକ୍ତି ପାଇଥିବା ବେଳେ ସେଥିରୁ ୩୫୦ଜଣ ସ୍ଥାୟୀ ଓ ୯୦୦ ଜଣ ଅସ୍ଥାୟୀ କର୍ମଚାରୀ ଅଛନ୍ତି। ତେବେ ଏହି ଖଣିର ଉପତ୍ାଦନ କ୍ଷମତା ୩୦ ଲକ୍ଷ ମେଟ୍ରିକ ଟନ୍‌ ଥିବା ବେଳେ ୬୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଉପତ୍ାଦନ ପାଇଁ ପ୍ରସ୍ତାବ ଥିବାରୁ ନିଯୁକ୍ତିକୁ ଦୁଇଗୁଣା କରିବାକୁ ପରିଷଦ ଦାବି କରିଛି। ସ୍ଥାନୀୟ ପ୍ରଭାବିତ ଗ୍ରାମର ଆଦିବାସୀ ଯବତୀଯୁବକମାନେ ଭୋକ ଉପାସରେ ବାହାରକୁ ଦାଦନ ଖଟିବାକୁ ଚେନ୍ନାଇ, ବେଙ୍ଗାଲୁରୁ ଓ ଅନ୍ୟାନ୍ୟ ରାଜ୍ୟକୁ ଯାଉଥିବାରୁ ସେମାନଙ୍କୁ ଏଠାରେ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ଅନ୍ୟ ରାଜ୍ୟରେ ୮୦ ପ୍ରତିଶତ ସ୍ଥାନୀୟ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେଉଥିବା ବେଳେ ଏଠାରେ ତାହା ପାଳନ ହେଉ ନ ଥିବାରୁ ଏହି ଅଞ୍ଚଳର ଲୋକମାନେ ଦାଦନ ଖଟିବା ପାଇଁ ବାହାରକୁ ଯିବାକୁ ବାଧ୍ୟ ହେଉଥିବା ପରିଷଦ ପକ୍ଷରୁ କୁହାଯାଇଛି। ଏଣୁ ଏଠାରେ କାମ କରୁଥିବା ବାହାର ରାଜ୍ୟର କୁଶଳୀ, ଅଣ କୁଶଳୀ ଶ୍ରମିକମାନଙ୍କୁ ବାହାର କରି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ଏଣୁ ‘ନିଯୁକ୍ତି ନାହିଁ ତ ଖଣି ନାହିଁ’ ସ୍ଲୋଗାନ ଦେଇ ସ୍ଥାନୀୟ ଲୋକମାନେ ଏକ ରାଲିରେ ଆସି ଖଣି ସଂସ୍ଥା ସମ୍ମୁଖରେ ପ୍ରତିବାଦ କରିଥିଲେ। ନିଯୁକ୍ତି ନ ମିଳିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ରାଲିରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।