ସୁଲବତୀଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନ: ଭାଜପା

ରାୟଗଡ଼ା(ସ୍ବ.ପ୍ର.)/ରାୟଗଡ଼ା ଅଫିସ,୧୪।୧:ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଅଞ୍ଚଳର ସୁଲବତୀ ନାଏକ(୩୬) କମ୍ପାନିକୁ ନିଜ ଅଧିକାର ମାଗିବାକୁ ଯାଇ ଜେଲଦଣ୍ଡ ଭୋଗିବା ସହ ଗୁରୁତର ଅବସ୍ଥାରେ ଏକ ଶିଶୁପୁତ୍ରକୁ ଜନ୍ମଦେଇ ଆଖିବୁଜିବା ଘଟଣାକୁ ରାୟଗଡ଼ା ଜିଲା ଭାଜପା ନିନ୍ଦା କରିଛି। ସୁଲବତୀଙ୍କୁ ନ୍ୟାୟ ନ ମିଳିଲେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ଏସ୍‌ସି ମୋର୍ଚ୍ଚା ରଷ୍ଟ୍ରୀୟ ଉପାଧ୍ୟକ୍ଷ କାଳିରାମ ମାଝି ଏବଂ ଦଳୀୟ ନେତା ବସନ୍ତ ଉଲାକା ପ୍ରକାଶ କରିଛନ୍ତି।
ଅଣ୍ଡିରାକଞ୍ଚ ଅଞ୍ଚଳର ବିସ୍ଥାପିତ ପରିବାର କାମ ଦାବିରେ ୨୦୨୨ ନଭେମ୍ବର ୧୪ରେ କମ୍ପାନୀ ନିକଟରେ ଧାରଣା ଦେଇଥିଲେ। ହେଲେ ଏ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅଭିଯୋଗକୁ ନେଇ ଅଣ୍ଡିରାକଞ୍ଚ ପୋଲିସ ଅମାନବୀୟ ଆଚରଣ କରିଥିଲା। ଘଟଣାସ୍ଥଳରୁ ଆନ୍ଦୋଳନରତ ୧୩ ମହିଳାଙ୍କୁ ଉଠାଇ ଥାନାରେ ଅଟକ ରଖିଥିଲା। ପରେ ଗର୍ଭବତୀ ସୁଲବତୀ ଏବଂ ୪ ନବଜାତ ଶିଶୁଙ୍କ ମାଆ ଗିରଫରୁ ବାଦ୍‌ ପଡ଼ି ନ ଥିଲେ। ପୋଲିସ ସେମାନଙ୍କୁ ଚିକିତ୍ସାଳୟକୁ ପଠାଇବା ବଦଳରେ ଜେଲ ପଠାଇଥିଲା। ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପ୍ରଥମେ ଜାମିନ ମିଳିପାରି ନ ଥିଲା। ଜାନୁୟାରୀ ୧୦ରେ କୋର୍ଟ ସମସ୍ତ ମହିଳାଙ୍କ ଜାମିନ ଆବେଦନକୁ ଗ୍ରହଣ କରି ମଞ୍ଜୁର କରିଥିଲେ। ହେଲେ ରାତି ହୋଇଥିବାରୁ କେହି ଗାଁକୁ ଫେରିପାରି ନ ଥିଲେ। ୧୧ରେ ସେମାନେ ଗାଁକୁ ଫେରିବାକୁ ବାହାରିଥିବା ବେଳେ ସୁଲବତି ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପରେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ଗୁରୁବାର କୋରାପୁଟ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ କମ୍ପାନୀ ଅଧୀନରେ ରହି ଲୋକଙ୍କୁ ହଇରାଣ କରୁଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଉକ୍ତ ଘଟଣାରେ ସମ୍ପୃକ୍ତ ଥାନା ଆଇଆଇସି, ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ସୁଲବତୀଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ଦାବି ହୋଇଛି। ଏଥିସହ ଘଟଣାର ସତ୍ୟତା ଯାଞ୍ଚ ନ କରି ମହିଳାମାନଙ୍କୁ ଗିରଫ କରାଯାଇ ଥିବାରୁ ଏସ୍‌ପିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହୋଇଛି। ସେହିପରି ଗିରଫ ହୋଇଥିବା ୧୩ ମହିଳାଙ୍କ ଉପରେ ଲଗାଯାଇଥିବା ସମସ୍ତ ମିଥ୍ୟା ମାମଲା ଫେରାଇ ନେବାକୁ ଭାଜପା ଦାବି କରିଛି। ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ଉମେଶ ଖୋସଲାଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri