ଘରେ ଯଦି କିଛି ବାସ୍ତୁ ଦୋଷ ଥାଏ, ଜାଣନ୍ତୁ କିପରି କରିବେ ଠିକ୍‌…

ଘରେ ଯଦି କିଛି ବାସ୍ତୁ ଦୋଷ ଥାଏ,ତା’ହେଲେ ତାହାକୁ କିପରି ସରଳ ଉପାୟରେ ଠିକ୍‌ କରାଯାଇପାରିବ ଜାଣନ୍ତୁ ସେ ସମ୍ପର୍କରେ…

* ଘରେ କିଛି ବାସ୍ତୁ ଦୋଷ ଥିଲେ, ଉତ୍ତର-ପୂର୍ବ କୋଣ ଅର୍ଥାତ୍‌ ଐଶାନ୍ୟ କୋଣରେ କଳସ ସ୍ଥାପନା କରିବା ଠିକ୍‌ ହେବ। ଯେହେତୁ ଭଗବାନ ଗଣେଶ ହେଉଛନ୍ତି ବିଘ୍ନନାଶକ, ତେଣୁ ତାଙ୍କରି ସ୍ବରୂପ କୁହାଯାଉଥିବା କଳସକୁ ଘରେ ସ୍ଥାପନା କଲେ ସବୁ ବିପଦରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

* ସେହିପରି ଘରର ମୁଖ୍ୟଦ୍ୱାର ଉପରେ ସିନ୍ଦୁରରେ ସ୍ବସ୍ତିକ ଚିହ୍ନ କରିବା ମଧ୍ୟ ଶୁଭ ହୋଇଥାଏ। ତେବେ ଧ୍ୟାନ ଦେବେ ସ୍ବସ୍ତିକ ଚିହ୍ନ ଯେମିତି ୯ ଆଙ୍ଗୁଳି ଲମ୍ବା ଆଉ ୯ ଆଙ୍ଗୁଳି ଚଉଡ଼ା ହୋଇଥିବ; ଫଳରେ ଏହା ଘରୁ ନକରାତ୍ମକ ଉର୍ଜ୍ଜା ଦୂର କରିବାରେ ସହାୟକ ହେବ।

* ଯଦି ଆପଣଙ୍କର ପ୍ରବେଶ ଦ୍ୱାର ଦକ୍ଷିଣ ଦିଗକୁ ହୋଇଥିବ, ତା’ହେଲେ ଏହି ଦ୍ୱାର ନିକଟରେ ପଞ୍ଚମୁଖୀ ହନୁମାନଙ୍କର ଫଟୋ ଲଗାଇବା ଶୁଭ ହୋଇଥାଏ। ନଚେତ୍‌ ପଞ୍ଚଧାତୁରେ ତିଆରି ଏକ ପିରାମିଡ୍‌କୁ ପ୍ରବେଶ ଦ୍ୱାର ନିକଟରେ ରଖିଲେ ବି ଲାଭ ମିଳିଥାଏ।

* ଘରର ଯେଉଁ ସ୍ଥାନରେ କିଛି ବାସ୍ତୁ ଦୋଷ ରହିଛି ବୋଲି ଅନୁଭବ ହେଉଥାଏ, ସେହି ସ୍ଥାନରେ ଗିନାରେ କିଛି କର୍ପୂର ରଖିଦେଲେ ଉପକାର ମିଳେ ବୋଲି ବିଶ୍ୱାସ କରାଯାଏ।

* ଅନ୍ୟପକ୍ଷେ କୁହାଯାଏ, ଘରର ମୁଖ୍ୟଦ୍ୱାର ନିକଟରେ ଘୋଡ଼ାର ନାଲ ଲଗାଇଲେ ମଧ୍ୟ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri