ଅଲଗା ହେଲେ ମୁନାୱାର୍‌ ଫାରୁକି-ନାଜିଲା!

ମୁମ୍ବାଇ: ଲକ୍‌ଅପ ବିଜେତା ମୁନାୱାର୍‌ ଫାରୁକି ତାଙ୍କ ଗର୍ଲଫ୍ରେଣ୍ଡ ନାଜିଲାଙ୍କ ମଧ୍ୟରେ ବ୍ରେକ୍‌ଅପ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଉଭୟ ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରୁନାହାନ୍ତି। ତେବେ ଦୁହିଁଙ୍କ ସମ୍ପର୍କରେ ଫାଟ ହୋଇଥିବା କୁହାଯାଉଛି। ମୁନାୱାର୍‌ ଶୋ’ସମୟରେ ଅଞ୍ଜଳି ଆରୋରାଙ୍କ ସହ ସମ୍ପର୍କ ଥିବା ନେଇ ଗୁଜବ ଉଠିଥିଲା। ଏହି କାରଣ ଯୋଗୁ ସେମାନଙ୍କର ବ୍ରେକ୍‌ଅପ ହୋଇଥିବା ଚର୍ଚ୍ଚା ହେଉଛି। ଲକ୍‌ଅପ ଶୋ’ଶେଷ ହେବା ପରେ ମୁନାୱାର୍‌ ନିଜର ରିଲେଶନସିପ୍‌ କଥା ସମ୍ନାକୁ ଆଣିଥିଲେ। ଆଉ ସେ ନାଜିଲାଙ୍କୁ ଡେଟ୍‌ କରୁଥିବା ମଧ୍ୟ କହିଥିଲେ। ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ ଆଉ ସମ୍ପର୍କ ନ ଥିବା କୁହାଯାଉଥିବା ବେଳେ ଏହାକୁ ନେଇ ଦୁହେଁ ଅଫିସିଆଲ କୌଣସି ଘୋଷଣା କରିନାହାନ୍ତି।

Share