ରଘୁବର ଯଦି ଲୋକଙ୍କ ରାଜ୍ୟପାଳ ଥିଲେ ତଡ଼ିଲ କାହିଁକି?

ନୟାଗଡ଼,୧୩।୧(ଲୋକନାଥ ମିଶ୍ର): ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡରେ ଭାଜପାରେ ସାମିଲ ହେବା ପରେ ନୟାଗଡ଼ ବିଧାୟକ ଅରୁଣ ସାହୁ ତାଙ୍କୁ ଟାର୍ଗେଟ କରିଛନ୍ତି। ରବିବାର ନୟାଗଡ଼ରେ ଏକ ଖବରଦାତା ସମ୍ମିଳନୀରେ ଅରୁଣ ଭାଜପାକୁ ବିଭିନ୍ନ ପ୍ରଶ୍ନ କରିବା ସହିତ ଯଦି ରଘୁବର ଭଲ ରାଜ୍ୟପାଳ ଥିଲେ ତେବେ କାର୍ଯ୍ୟକାଳ ଶେଷ ପୂର୍ବରୁ ଭାଜପା ତାଙ୍କୁ କାହିଁକି ତଡ଼ିଲା ବୋଲି କହିଛନ୍ତି। ରଘୁବର ଝାଡ଼ଖଣ୍ଡ ଫେରିଗଲେ ଓ ଭାଜପାର ସଦସ୍ୟତା ଗ୍ରହଣ କଲେ ବୋଲି ଟୁଇଟ୍‌ କଲେ। ପରେ ସେ କହିଲେ ରାଜ୍ୟପାଳ ପଦ ଲାଟ୍‌ସାହେବ ପଦ ନୁହେଁ। ମୋର ପ୍ରଶ୍ନ ଯଦି ରାଜ୍ୟପାଳ ପଦବୀ ଲାଟ୍‌ସାହେବ ନୁହେଁ, ତେବେ ନିଜ କାର୍ଯ୍ୟାଳୟରେ ତାଙ୍କ ପୁଅ ଜଣେ ଅଧିକାରୀଙ୍କୁ ମାଡ଼ ମାରିଲେ। ସମ୍ପୃକ୍ତ ଅଧିକାରୀ ଗଣମାଧ୍ୟମରେ ମଧ୍ୟ କହିଲେ। ପୋଲିସରେ ଏତଲା ପରେ ବି କାର୍ଯ୍ୟାନୁଷ୍ଠାନ ହେଲାନି। ମୌଳିକ ପ୍ରଶ୍ନ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ନୀତିରେ ପୁଅକୁ ଖସାଇ ଦିଆଗଲା। ସିଏ ରାଜ୍ୟପାଳଙ୍କ ପୁଅ ନା ଲାଟ୍‌ସାହେବଙ୍କ ପୁଅ, ଉତ୍ତର ସେ ରଖନ୍ତୁ। ଅରୁଣ ଆହୁରି କହିଛନ୍ତି, ପୂର୍ବତନ ରାଜ୍ୟପାଳ ୩ ମାସରେ ୩୦ ଜିଲା ବୁଲିଲେ ।
ଲୋକଙ୍କ ସାଥିରେ ମିଶିଲେ। ଲୋକଙ୍କ ଅଭିଯୋଗ ଶୁଣିଲେ। ରାଜ୍ୟପାଳଙ୍କ ଅଭିଯୋଗ ଶୁଣାଣି ପରେ ଆମେ କହିଲୁ ରଘୁବର ଓଡ଼ିଶାର ରାଜ୍ୟପାଳ ନ ଥିଲେ, ସେ ଭାଜପାର ପଲିଟିକାଲ ଏଜେଣ୍ଟ ଥିଲେ।
ରାଜଭବନକୁ ଭାଜପାର ପାର୍ଟି ଅଫିସ ଭାବେ ପରିଣତ କରିଥିଲେ। ତେବେ ଭାଜପା ପକ୍ଷରୁ ଉତ୍ତର ମିଳିଲା ରଘୁବର ଲୋକପ୍ରିୟ ରାଜ୍ୟପାଳ ଥିଲେ।
ଅରୁଣୁ କହିଛନ୍ତିି ଅନୁଦାନ ଦେବା ଓ ଆର୍ଥତ୍କ ଅନୁଦାନ ନିଷ୍ପତ୍ତି ରାଜ୍ୟପାଳ ନେଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାର ଯାହାକିଛି ନିଷ୍ପତ୍ତି ନେଇପାରିବେ।
ତେବେ ରାଜ୍ୟପାଳ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣିଲେ ଭଲ, ସେଥିରେ କିଛି ଯାଆସ ନାହିଁ। ତେବେ ତାଙ୍କ ପ୍ରଶ୍ନ ରାଜ୍ୟପାଳ ଅଭିଯୋଗ ଶୁଣିବାକୁ ଯାଇଥିଲେ ନା ଭାଜପାର ସ୍ଥିତି ପରଖୁଥିଲେ ନା ବିଜେଡିକୁ ବଦନାମ କରିବାକୁ ଯାଇଥିଲେ ।
ଭାଜପା ସରକାର ଆସିବା ପରେ ଅଭିଯୋଗ କ’ଣ ସମାଧାନ ହେଲା କି ? ରାଜ୍ୟ ସରକାରଙ୍କୁ ପ୍ରଶ୍ନ ରଘୁବର ଯେତିକି ଅଭିଯୋଗ ଆଣିଥିଲେ ୭ମାସ ଭିତରେ କେତୋଟି ସମାଧାନ କରିଛନ୍ତି। ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନାଁ ନେଇ ଅରୁଣ କହିଲେ, ଭଲ ରାଜ୍ୟପାଳ କହିଲେ ଲୋକେ ଗଣେଶୀ ଲାଲଙ୍କୁ ୧୦୦ରୁ ୧୦୦ ନମ୍ବର ଦେବେ।
ରଘୁବର ଦାସ କିଏ ବୋଲି ପଚାରିଲେ ୩୦ ପାସ୍‌ ନମ୍ବର ପାଇବେ ନାହିଁ। ରଘୁବର ଯଦି ଲୋକଙ୍କ ରାଜ୍ୟପାଳ ଥିଲେ ତେବେ ୫ ବର୍ଷ ପୂର୍ବରୁ କାହିଁକି ତାଙ୍କୁ ବିଦା କରିଦିଆଗଲା ବୋଲି ଅରୁଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର; ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଭୟଭୀତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଭାରତ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣରେ…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ଯୁଦ୍ଧ ଭିତରେ ୧ ଏପ୍ରିଲରୁ ବଦଳିଯିବ ୫ ନିୟମ, ରୋଷେଇ ଘରରୁ ପେଟ୍ରୋଲ ଯାଏ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୫।୩: ୧ ଏପ୍ରିଲରୁ ଆର୍ଥିକ ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ସିଧାସଳଖ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri