୩୧ ସୁଦ୍ଧା ପୈଠ ନ ହେଲେ ବିଦ୍ୟୁତ୍‌ ବିଚ୍ଛିନ୍ନ

ରାୟଗଡ଼ା,୨୦ା୩(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ମଙ୍ଗଳ ବିଭାଗ ଅଧିନରେ ଚାଲିଥିବା ବିଦ୍ୟାଳୟଗୁଡିକରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ବିଲ ବକେୟା ଥିଲେ ସୁଦ୍ଧା ଠିକ୍‌ ସମୟରେ ପୈଠ କରାଯାଉନାହିଁ। ମାର୍ଚ୍ଚ ୩୧ ମଧ୍ୟରେ ଏହି ବିଲ ପୈଠ କରା ନ ଗଲେ ବିଦ୍ୟୁତ୍‌ ବିଚ୍ଛିନ୍ନ ହେବ ବୋଲି ଟାଟା ପାୱାର ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଠିକ୍‌ ସମୟରେ ସରକାରଙ୍କ ଅନୁଦାନ ନ ଆସିବା କାରଣରୁ ଏଭଳି ଅସୁବିଧା ହେଉଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ବିଦ୍ୟୁତ ବିଚ୍ଛିନ୍ନ ହେଲେ ଛାତ୍ରୀଛାତ୍ର ଅସୁବିଧା ଭୋଗିବେ। ବିଲ୍‌ ପୈଠ ଲାଗି ମଙ୍ଗଳ ବିଭାଗ ତପତ୍ରତା ଦେଖାଉ ନ ଥିବା କାରଣରୁ ମାର୍ଚ୍ଚ ୩୧ବେଳକୁ ଥ୍ରି-ଫେଜ୍‌ ସଂଯୋଗ ନେଇଥିବା ବିଦ୍ୟାଳୟ ଓ ହଷ୍ଟେଲଗୁଡ଼ିକରୁ ଟାଟା ପାୱାର ବିଦ୍ୟୁତ୍‌ ବିଚ୍ଛିନ୍ନ କରିବ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଫେବୃୟାରୀ ସୁଦ୍ଧା ଡଙ୍ଗାସିଲ ବାଳିକା ଉଚ୍ଚ ବିଦ୍ୟାଳୟରେ ୨ଲକ୍ଷ ୭୭ହଜାର ୨୬୬ ଟଙ୍କା, ବିଜୟନଗର ଉଚ୍ଚ ବିଦ୍ୟାଳୟରେ ୯୧ହଜାର ୩୮ ଟଙ୍କା, ପାଇକପଡ଼ା ସେବାଶ୍ରମରେ ୫୧ହଜାର ୬୦୫ ଟଙ୍କା, ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ନାଗାବଳୀ ହଷ୍ଟେଲରେ ୫୮ହଜାର ୩୨୦ ଟଙ୍କା, ରିଭଲକଣା ହାଇସ୍କୁଲରେ ୨୭ହଜାର ୧୩୧ ଟଙ୍କା, ଚନ୍ଦ୍ରପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦ହଜାରର ୮୧୩ ଟଙ୍କା, କାନସୁର ଶିକ୍ଷା କମ୍ଲ୍ଲେକ୍ସରେ ୨୨ହଜାର ୬୩୦ ଟଙ୍କା, ଥେରୁବାଲି ଆଶ୍ରମ ବିଦ୍ୟାଳୟରେ ୨୫ହଜାର ୬୪୦ ଟଙ୍କା, ତାଡ଼ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦ହଜାର ୧୮୦ ଟଙ୍କା ବିଦ୍ୟୁତ୍‌ ବିଲ ବକେୟା ରହିଛି। ସେହିପରି କୋଲନରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୩ ହଜାର ୨୭୩ ଟଙ୍କା, ଉଗ୍ରତାରା ଉଚ୍ଚ ବିଦ୍ୟାଳୟରେ ୨୩ହଜାର ୪୮୫ ଟଙ୍କା, ଅତଡ଼ା ଆଶ୍ରମ ବିଦ୍ୟାଳୟରେ ୨୩ହଜାର ୮୭୭ ଟଙ୍କା, କୋଲନରାସ୍ଥିତ ଜଗଦମ୍ବା ଉଚ୍ଚ ବିଦ୍ୟାଳୟରେ ୨୦ହଜାର ୫୫୫ ଟଙ୍କା, ସିରିପୁର ଉଚ୍ଚ ବିଦ୍ୟାଳୟରେ ୧୮ହଜାର ୯୯୫ ଟଙ୍କା ବିଲ ବକେୟା ରହିଛି ା ଏଭଳି ଭାବରେ କେବଳ ଟାଟା ପାୱାରର ରାୟଗଡ଼ା ଡିଭିଜନକୁ ବିଭିନ୍ନ ବିଦ୍ୟାଳୟ ଓ ହଷ୍ଟେଲ ଗୁଡ଼ିକ ଥ୍ରି-ଫେଜ ବିଦ୍ୟୁତ ସଂଯୋଗ ନେଇଛନ୍ତି ସେ ବାବଦର ୮ଲକ୍ଷ ୯୫ହଜାର ୯୨୯ ଟଙ୍କା ବକେୟା ରହିଥିବା ସୂଚନା ମିଳିଛି। ଏହାବ୍ୟତୀତ ଗୁଣପୁର ଡିଭିଜନରେ ମଧ୍ୟ ପୃଥକ ଭାବେ ଲକ୍ଷାଧିକ ଟଙ୍କା ବକେୟା ପଡ଼ିିଛି। ପ୍ରତିମାସରେ ବିଦ୍ୟୁତ୍‌ ବାବଦର ଟଙ୍କା ଟାଟା ପାୱାରକୁ ପୈଠ ହେଉ ନଥିବା ଯୋଗୁଁ ଏଭଳି ସ୍ଥିତି ଉପୁଜୁଛି ଗତ ବର୍ଷ ମଧ୍ୟ ବିଭିନ୍ନ ସରକାରୀ କୋଠା, ବିଦ୍ୟାଳୟ, ହଷ୍ଟେଲଗୁଡିକରୁ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଥିଲା। ତଥାପି ବିଭାଗୀୟ ଅଧିକାରୀଙ୍କ ଚେତା ପଶୁନି। ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯିବା ପୂର୍ବରୁ ସମ୍ପୃକ୍ତ ବିଭାଗ ଟାଟା ପାୱାର ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି। ଏ ନେଇ ଜିଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀଙ୍କୁ ପଚାରିବାରୁ ବିଦ୍ୟୁତ୍‌ ବିଲ ପୈଠ ପାଇଁ ଯେତିକି ଅନୁଦାନ ଆସିଥିଲା, ସେତିକି ପୈଠ କରାଯାଇଛି। ବର୍ତ୍ତମାନ ଅନୁଦାନ ଆସିଲେ ବଳକା ବିଲ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri