୩୧ ସୁଦ୍ଧା ପୈଠ ନ ହେଲେ ବିଦ୍ୟୁତ୍‌ ବିଚ୍ଛିନ୍ନ

ରାୟଗଡ଼ା,୨୦ା୩(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ମଙ୍ଗଳ ବିଭାଗ ଅଧିନରେ ଚାଲିଥିବା ବିଦ୍ୟାଳୟଗୁଡିକରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ବିଲ ବକେୟା ଥିଲେ ସୁଦ୍ଧା ଠିକ୍‌ ସମୟରେ ପୈଠ କରାଯାଉନାହିଁ। ମାର୍ଚ୍ଚ ୩୧ ମଧ୍ୟରେ ଏହି ବିଲ ପୈଠ କରା ନ ଗଲେ ବିଦ୍ୟୁତ୍‌ ବିଚ୍ଛିନ୍ନ ହେବ ବୋଲି ଟାଟା ପାୱାର ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଠିକ୍‌ ସମୟରେ ସରକାରଙ୍କ ଅନୁଦାନ ନ ଆସିବା କାରଣରୁ ଏଭଳି ଅସୁବିଧା ହେଉଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ବିଦ୍ୟୁତ ବିଚ୍ଛିନ୍ନ ହେଲେ ଛାତ୍ରୀଛାତ୍ର ଅସୁବିଧା ଭୋଗିବେ। ବିଲ୍‌ ପୈଠ ଲାଗି ମଙ୍ଗଳ ବିଭାଗ ତପତ୍ରତା ଦେଖାଉ ନ ଥିବା କାରଣରୁ ମାର୍ଚ୍ଚ ୩୧ବେଳକୁ ଥ୍ରି-ଫେଜ୍‌ ସଂଯୋଗ ନେଇଥିବା ବିଦ୍ୟାଳୟ ଓ ହଷ୍ଟେଲଗୁଡ଼ିକରୁ ଟାଟା ପାୱାର ବିଦ୍ୟୁତ୍‌ ବିଚ୍ଛିନ୍ନ କରିବ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଫେବୃୟାରୀ ସୁଦ୍ଧା ଡଙ୍ଗାସିଲ ବାଳିକା ଉଚ୍ଚ ବିଦ୍ୟାଳୟରେ ୨ଲକ୍ଷ ୭୭ହଜାର ୨୬୬ ଟଙ୍କା, ବିଜୟନଗର ଉଚ୍ଚ ବିଦ୍ୟାଳୟରେ ୯୧ହଜାର ୩୮ ଟଙ୍କା, ପାଇକପଡ଼ା ସେବାଶ୍ରମରେ ୫୧ହଜାର ୬୦୫ ଟଙ୍କା, ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ନାଗାବଳୀ ହଷ୍ଟେଲରେ ୫୮ହଜାର ୩୨୦ ଟଙ୍କା, ରିଭଲକଣା ହାଇସ୍କୁଲରେ ୨୭ହଜାର ୧୩୧ ଟଙ୍କା, ଚନ୍ଦ୍ରପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦ହଜାରର ୮୧୩ ଟଙ୍କା, କାନସୁର ଶିକ୍ଷା କମ୍ଲ୍ଲେକ୍ସରେ ୨୨ହଜାର ୬୩୦ ଟଙ୍କା, ଥେରୁବାଲି ଆଶ୍ରମ ବିଦ୍ୟାଳୟରେ ୨୫ହଜାର ୬୪୦ ଟଙ୍କା, ତାଡ଼ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦ହଜାର ୧୮୦ ଟଙ୍କା ବିଦ୍ୟୁତ୍‌ ବିଲ ବକେୟା ରହିଛି। ସେହିପରି କୋଲନରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୩ ହଜାର ୨୭୩ ଟଙ୍କା, ଉଗ୍ରତାରା ଉଚ୍ଚ ବିଦ୍ୟାଳୟରେ ୨୩ହଜାର ୪୮୫ ଟଙ୍କା, ଅତଡ଼ା ଆଶ୍ରମ ବିଦ୍ୟାଳୟରେ ୨୩ହଜାର ୮୭୭ ଟଙ୍କା, କୋଲନରାସ୍ଥିତ ଜଗଦମ୍ବା ଉଚ୍ଚ ବିଦ୍ୟାଳୟରେ ୨୦ହଜାର ୫୫୫ ଟଙ୍କା, ସିରିପୁର ଉଚ୍ଚ ବିଦ୍ୟାଳୟରେ ୧୮ହଜାର ୯୯୫ ଟଙ୍କା ବିଲ ବକେୟା ରହିଛି ା ଏଭଳି ଭାବରେ କେବଳ ଟାଟା ପାୱାରର ରାୟଗଡ଼ା ଡିଭିଜନକୁ ବିଭିନ୍ନ ବିଦ୍ୟାଳୟ ଓ ହଷ୍ଟେଲ ଗୁଡ଼ିକ ଥ୍ରି-ଫେଜ ବିଦ୍ୟୁତ ସଂଯୋଗ ନେଇଛନ୍ତି ସେ ବାବଦର ୮ଲକ୍ଷ ୯୫ହଜାର ୯୨୯ ଟଙ୍କା ବକେୟା ରହିଥିବା ସୂଚନା ମିଳିଛି। ଏହାବ୍ୟତୀତ ଗୁଣପୁର ଡିଭିଜନରେ ମଧ୍ୟ ପୃଥକ ଭାବେ ଲକ୍ଷାଧିକ ଟଙ୍କା ବକେୟା ପଡ଼ିିଛି। ପ୍ରତିମାସରେ ବିଦ୍ୟୁତ୍‌ ବାବଦର ଟଙ୍କା ଟାଟା ପାୱାରକୁ ପୈଠ ହେଉ ନଥିବା ଯୋଗୁଁ ଏଭଳି ସ୍ଥିତି ଉପୁଜୁଛି ଗତ ବର୍ଷ ମଧ୍ୟ ବିଭିନ୍ନ ସରକାରୀ କୋଠା, ବିଦ୍ୟାଳୟ, ହଷ୍ଟେଲଗୁଡିକରୁ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଥିଲା। ତଥାପି ବିଭାଗୀୟ ଅଧିକାରୀଙ୍କ ଚେତା ପଶୁନି। ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯିବା ପୂର୍ବରୁ ସମ୍ପୃକ୍ତ ବିଭାଗ ଟାଟା ପାୱାର ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି। ଏ ନେଇ ଜିଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀଙ୍କୁ ପଚାରିବାରୁ ବିଦ୍ୟୁତ୍‌ ବିଲ ପୈଠ ପାଇଁ ଯେତିକି ଅନୁଦାନ ଆସିଥିଲା, ସେତିକି ପୈଠ କରାଯାଇଛି। ବର୍ତ୍ତମାନ ଅନୁଦାନ ଆସିଲେ ବଳକା ବିଲ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri